
ମୁମ୍ବାଇ: ଏବେ ଅଧିକାଂଶ ବଲିଉଡ୍ ଚଳଚ୍ଚିତ୍ରରେ ଉତ୍ତେଜକ ଦୃଶ୍ୟ ଦେଖିବାକୁ ମିଳେ। ଯେଉଁ ଅନ୍ତରଙ୍ଗ କାର୍ଯ୍ୟକଳାପ ବେଡ୍ରୁମ୍ର ୪ କାନ୍ଥ ଭିତରେ ସୀମିତ ରହିବା କଥା, ସେଥିରୁ କିଛି କିଛି ଖୋଲାଖୋଲି ପ୍ରଦର୍ଶିତ ହୁଏ ଆମ ଚଳଚ୍ଚିତ୍ରରେ।
ଅଧିକାଂଶ ସେଲିବ୍ରିଟି ହାଇ ବଜେଟ୍ ଫିଲ୍ମଗୁଡ଼ିକରେ ଏଭଳି ଦୃଶ୍ୟ ଶୁଟିଂ ପାଇଁ କୁଣ୍ଠାବୋଧ କରନ୍ତି ନାହିଁ। ଜାଣିଛନ୍ତି, ଭାଇଜାନ୍ ସଲମାନ୍ଙ୍କ କଥା କିନ୍ତୁ ଅଲଗା। ଏଭଳି ଦୃଶ୍ୟ ଶୁଟିଂ କରିବାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ। ଏପରିକି ଆପଣ କିସ୍ ସିନ୍ ମଧ୍ୟ ତାଙ୍କର କୌଣସି ଚଳଚ୍ଚିତ୍ରରେ ଦେଖିବାକୁ ପାଇବେନି।
ଆଜି କାଲି କିସ୍ କିମ୍ବା ସ୍ମୁଚ୍ ସିନ୍ ଅତି ସାଧାରଣ ହୋଇପଡ଼ିଥିବା ବେଳେ ସଲମାନଙ୍କ ଏହାପ୍ରତି ବିତୃଷ୍ଣା କ’ଣ ପାଇଁ ଜାଣିଛନ୍ତି କି ?
ବାସ୍ତବରେ ଜଣେ ଅଭିନେତ୍ରୀ ତାଙ୍କ ସହ କିସ୍ ସିନ୍ ଦେବାକୁ ମନା କରିବା ପରେ ଭାଇଜାନ୍ଙ୍କ ଏଥିପ୍ରତି ବିତୃଷ୍ଣା ଆସିଯାଇଛି। ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଭାଗ୍ୟଶ୍ରୀ। ମୈନେ ପ୍ୟାର୍ କିୟା ଚଳଚ୍ଚିତ୍ର ଶୁଟିଂ ସମୟରେ ଅଭିନେତ୍ରୀ ଭାଗ୍ୟଶ୍ରୀ ଏହି ଦୃଶ୍ୟ କରିବେନି ବୋଲି ରୋକ୍ଠୋକ୍ ମନା କରିଦେଇଥିଲେ। ପ୍ରେମ କାହାଣୀକୁ ଆଧାର କରି ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଚୁମ୍ବନ ଦୃଶ୍ୟଟି ଆବଶ୍ୟକ ଥିଲେ ମଧ୍ୟ ଭାଗ୍ୟଶ୍ରୀ ନିଜ ଜିଦ୍ରେ ଅଟଳ ରହିଥିଲେ। ଯେଉଁଥିପାଇଁ ଭାଇଜାନ୍ଙ୍କୁ ନିରାଶ ହେବାକୁ ପଡିଥିଲା। ଦୁହେଁ ଓଠକୁ ଓଠ ଲଗାଇବାକୁ ଯାଉଥିବା ବେଳେ ଏକ ବେଲୁନ୍ ତାଙ୍କ ସମ୍ମୁଖରେ ରଖି ଦିଆଗଲା ଓ ଫିଲ୍ମ ଶୁଟିଂ ଶେଷ ହେଲା। ଏହି ଘଟଣା ପରେ ସଲମାନ୍ ସ୍ଥିର କରିନେଇଥିଲେ ଯେପର୍ଯ୍ୟନ୍ତ ଫିଲ୍ମରେ କାମ କରିବେ ସେଥିରେ କୌଣସି ଉତ୍ତେଜକ କିମ୍ବା କିସ୍ ଦୃଶ୍ୟରେ ଅଭିନୟ କରିବେ ନାହିଁ। ଯାହାର ଫଳସ୍ୱରୂପ ଆଜିଯାଏ କୌଣସି ଫିଲ୍ମରେ ସଲମାନ୍ଙ୍କୁ କିସ୍ ଦେବାର ଦେଖିବାକୁ ମିଳିନି।
ହେଲେ ଏ ସମ୍ପର୍କରେ ସଲମାନ୍ କୁହନ୍ତି, ‘‘ମୋ ଫିଲ୍ମ ସାଧାରଣ ଦର୍ଶକ ପରିବାର ସହ ଦେଖିବା ପାଇଁ, ସେଥିପାଇଁ କୌଣସି ଆପତ୍ତିଜନକ ଦୃଶ୍ୟ ଥିବା ଫିଲ୍ମରେ ମୁଁ ଅଭିନୟ କରେନା।”
from OdishaReporter https://ift.tt/2Lqvj6M
No comments:
Post a Comment