ହାର୍ଟ ଆଟାକ୍‌ ଓ ବ୍ଲଡ୍‌ ପ୍ରେସର୍‌ ପାଇଁ ଦେଶୀ ଔଷଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ହାର୍ଟ ଆଟାକ୍‌ ଓ ବ୍ଲଡ୍‌ ପ୍ରେସର୍‌ ପାଇଁ ଦେଶୀ ଔଷଧ

ପ୍ରକୃତି ଅନେକ ଜିନିଷ ତିଆରି କରିଛି, ଯାହା ପ୍ରାଣୀମାନଙ୍କ ପାଇଁ ଉପଯୋଗୀ। ଫଳମୂଳରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି, ଯାହା ଆମର ଉପକାରରେ ଆସେ। ଉଦାହରଣ ସ୍ୱରୂପ କଦଳୀକୁ ଆମେ କେବଳ ଠାକୁର ପୂଜା ପାଇଁ ବେଶୀ ବ୍ୟବହାର କରିଆସିଛୁ। କିନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ କେବେ ଆପଣ ଭାବିଛନ୍ତି? ଜାଣନ୍ତୁ କଦଳୀର ଏହି ୪ଟି ଉପଚାର ସଂପର୍କରେ।

ଉପଚାର-୧: କଦଳୀର ବହୁ ଔଷଧୀୟ ଗୁଣ ରହିଛି । ଏହା କେବଳ ସ୍ୱାସ୍ଥ୍ୟପ୍ରଦ ନୁହେଁ, ସୌନ୍ଦର୍ଯ୍ୟ ବଦ୍ଧର୍କ ମଧ୍ୟ। ତ୍ୱଚା ପାଇଁ ଏହା ଆୟୁର୍ବେଦ ପରି କାର୍ଯ୍ୟ କରିଥାଏ। କଦଳୀକୁ ଆମେ ଫେସ୍ ମାସ୍କ ଭାବେ ବ୍ୟବହାର କରିପାରିବା। ଏକ ଚାମଚ ମହୁରେ ପାଚିଲା କଦଳୀକୁ ଭଲ ଭାବେ ମିଶାଇ ତ୍ୱଚାରେ ଲଗାଇ ଅଧ ଘଣ୍ଟା ପରେ ତାକୁ ଧୋଇଦିଅନ୍ତୁ। ଏହା ଦ୍ୱାରା ତ୍ୱଚାର ଔଜ୍ଜ୍ୱଲ୍ୟ ବଢ଼ିଥାଏ।

ଉପଚାର-୨: ପାଚିଲା କଦଳୀରେ ଥିବା ଭିଟାମିନ୍ ‘ସି’ ମୁହଁର କଳାଦାଗ ସହ ବ୍ରଣ ବାହରିବା ଦୂର କରିଥାଏ। ଗୋଟିଏ ପାଚିଲା କଦଳୀ ଓ ଏକ ଚାମଚ ମହୁ ଓ ଏକ ଚାମଚ ଦହି ମିଶାନ୍ତୁ। ମୁହଁରେ ଲଗାଇ ତାକୁ ଅଧ ଘଣ୍ଟାପରେ ଧୋଇଦିଅନ୍ତୁ। ଏହା ଦ୍ୱାରା ମୁହଁରେ ତୈଳାଂଶ କମିବା ସହ ଧୀରେ ଧୀରେ ଦାଗ ଓ ଚିହ୍ନ  ଉଭେଇ ଯିବ।

ଉପଚାର-୩: କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ-ବି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଯାହା ତ୍ୱଚାକୁ ପୋଷଣ ଶକ୍ତି ଯୋଗାଇଥାଏ। ଅସମୟରେ ବା ଅଳ୍ପ ବୟସରୁ ତ୍ୱଚାରେ କେମିତି  କୁଞ୍ଚନ ସୃଷ୍ଟି ନହେବ, ସେ ଦିଗରେ ମଧ୍ୟ କଦଳୀ ସାହାଯ୍ୟ କରିଥାଏ। ଏହାକୁ କେଶରେ ମଧ୍ୟ ବ୍ୟବହାର କରିପାରିବେ।

ଉପଚାର-୪: କଦଳୀର ଏକ ଆୟୁର୍ବେଦିକ ଉପଚାର ମଧ୍ୟ କରାଯାଇ ପାରିବ। ୨ ଚାମଚ ଅଲିଭ୍ ତେଲ, ଗୋଟିଏ କପ୍ ବାଦାମ ଓ ଗୋଟିଏ ପାଚିଲା କଦଳୀକୁ ଏକାଠି ମିଶାଇ ପେଷ୍ଟ୍ ତିଆରି କରନ୍ତୁ। ଏହି ପେଷ୍ଟକୁ କେଶ ମୂଳରେ ମାଲିସ୍ କରନ୍ତୁ। ଅଧ ଘଣ୍ଟାଏ ପରେ ବାଳକୁ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ। ଏହା କେଶକୁ କୋମଳ ହେବାରେ ସାହାଯ୍ୟ କରିଥାଏ।

କଦଳୀର ଅନ୍ୟ ଗୁଣ

  • କଦଳୀରେ ପ୍ରଚୁର ପୋଟାସିୟମ ଥାଏ। ଆପଣଙ୍କ ହାର୍ଟ ଠିକ୍‌ ଭାବରେ ଚାଲିବାକୁ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ପୋଟିସିୟମ ସାହାଯ୍ୟ କରିଥାଏ। ତେଣୁ କଦଳୀ ଖାଉଥିବା ଲୋକର ବ୍ଲଡ୍‌ ପ୍ରେସର ନିୟନ୍ତ୍ରଣରେ ରହେ ଏବଂ ହାର୍ଟ ଆଟାକ୍ କମ୍ ହୁଏ। (source)
  • କଦଳୀରେ ପ୍ରଚୁର ପରିମାଣର ଶକ୍ତି ଉତ୍ପନ୍ନକାରୀ ଉପାଦାନ ଥାଏ। ଏହା ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ତେଣୁ ଅଧିକାଂଶ ସମୟରେ ଖେଳାଳିମାନଙ୍କୁ ଖେଳ ମଝି ବିରତିରେ ଏହା ଖାଇବାକୁ ଦିଆଯାଏ।
  • କଦଳୀ ଓଜନ ହ୍ରାସରେ ବେଶ୍‌ ସହାୟକ ହୋଇଥାଏ। ଗୋଟିଏ କଦଳୀରେ ୧୦୦ କ୍ୟାଲୋରି ଥାଏ।
  • କଦଳୀ ହେଉଛି ଏକ ହଜମକାରୀ ଖାଦ୍ୟ। ଏହାକୁ ଖାଇଲେ ଆମର ହଜମ ଶକ୍ତି ବୃଦ୍ଧି ପାଇଥାଏ।
  • ଅଲ୍‌ସର୍‌ ଓ ଛାତି ପୋଡ଼ିବା ସମସ୍ୟାରୁ ଏହା ତୁରନ୍ତ ମୁକ୍ତି ଦେଇଥାଏ।


from OdishaReporter https://ift.tt/2KPVTHb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages