ଆପଣ ଜାଣନ୍ତି କି ? ଏମାନଙ୍କ ପାଇଁ ଟ୍ରେନ୍‌ ଟିକେଟ୍‌ରେ ୧୦୦% ରିହାତି ମିଳିଥାଏ, ଏସିରେ ବି କମ୍‌ ପଇସା ଲାଗେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ଆପଣ ଜାଣନ୍ତି କି ? ଏମାନଙ୍କ ପାଇଁ ଟ୍ରେନ୍‌ ଟିକେଟ୍‌ରେ ୧୦୦% ରିହାତି ମିଳିଥାଏ, ଏସିରେ ବି କମ୍‌ ପଇସା ଲାଗେ

train

ନୂଆଦିଲ୍ଲୀ: ଭାରତୀୟ ରେଳବାଇ କିଛି ବିଶେଷ ଶ୍ରେଣୀର ଲୋକମାନଙ୍କୁ ଶସ୍ତାରେ ଟ୍ରେନ୍‌ ଯାତ୍ରା କରିବାକୁ ସୁବିଧା ଦେଇଥାଏ। ଏହି କ୍ୟାଟେଗୋରୀରେ ୧୩ଟି ଶ୍ରେଣୀର ଲୋକ ସାମିଲ୍‌ ଅଛନ୍ତି। ସେମାନଙ୍କ ମଧ୍ୟରୁ ବୟସ୍କ ଓ ଦିବ୍ୟାଙ୍ଗଙ୍କ ବ୍ୟତୀତ କିଛି ଖାସ୍‌ ରୋଗୀଙ୍କୁ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯାଇଥାଏ।

ରୋଗୀମାନେ ଯେପରି କମ୍‌ ଭଡ଼ାରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯାଇ ନିଜର ଚିକିତ୍ସା କରାଇପାରିବେ, ସେଥିପାଇଁ ଟ୍ରେନ୍‌ ଭଡ଼ାରେ ରିହାତି ବ୍ୟବସ୍ଥା କରାଯାଇଛି। ଖାଲି ରୋଗୀ ନୁହନ୍ତି, ତାଙ୍କ ସହିତ ଯାତ୍ରା କରୁଥିବା ସହାୟକଙ୍କୁ ମଧ୍ୟ ଏହି ସୁବିଧା ଦିଆଯାଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ ରୋଗୀମାନଙ୍କ ପାଇଁ ରେଳବାଇ ଟିକେଟ୍‌ରେ ରିହାତି ଦେଇଥାଏ।

କ୍ୟାନ୍‌ସର୍‌ ରୋଗୀ: କ୍ୟାନ୍‌ସର୍‌ ରୋଗୀଙ୍କ ପାଇଁ ଟିକେଟ୍‌ ଉପରେ ୫୦ରୁ ୧୦୦ ପ୍ରତିଶତ ରିହାତି କରାଯାଇଛି। ଯଦି ରୋଗୀଙ୍କୁ ସାହାଯ୍ୟ କରିବାକୁ କେହି ତାଙ୍କ ସହିତ ଯାଇଛନ୍ତି, ତେବେ ତାଙ୍କ ପାଇଁ ମଧ୍ୟ ସମାନ ପରିମାଣରେ ଭଡ଼ା ରିହାତି କରାଯାଇଛି। ଟ୍ରେନ୍‌ର ସେକେଣ୍ଡ୍, ଫାଷ୍ଟ୍‌କ୍ଲାସ୍‌ ଓ ଏସି କାର୍‌ରେ ଯାତ୍ରା କଲେ ୭୫ ପ୍ରତିଶତ, 3ACରେ ଯାତ୍ରା କଲେ ୧୦୦ ପ୍ରତିଶତ ଓ 1AC ଓ 2ACରେ ଯାତ୍ରା କଲେ ୫୦ ପ୍ରତିଶତ କମ୍‌ ଭଡ଼ା ଦେବାକୁ ହେବ।

ଥାଲେସିମିଆ ଓ ହାର୍ଟ କିମ୍ବା କିଡ୍‌ନୀ ରୋଗୀ: ଥାଲେସିମିଆ ଏକ ବଂଶାନୁକ୍ରମିକ ରୋଗ। ଏହି ରୋଗୀ ଓ ତାଙ୍କ ସହାୟକଙ୍କ ପାଇଁ ମଧ୍ୟ ରେଳବାଇ ଭଡ଼ା ରିହାତି କରିଛି। ସେହିଭଳି ହାର୍ଟ ବା ହୃଦ୍‌ରୋଗୀ ରୋଗୀ କିମ୍ବା କିଡ୍‌ନୀ ରୋଗୀ ତଥା ତାଙ୍କ ସହାୟକଙ୍କୁ ମଧ୍ୟ ରେଳରେ ଯାତ୍ରାରେ ଟିକେଟ୍‌ ଭଡ଼ା କମ୍ ପଡ଼ିଥାଏ। ସେକେଣ୍ଡ କ୍ଲାସ, ସ୍ଲିପର, ଫାର୍ଷ୍ଟ କ୍ଲାସ 3AC ଓ AC ଚେୟାର୍ କାର୍‌ରେ ଯାତ୍ରା କରିବା ପାଇଁ ୭୫ ପ୍ରତିଶତ, 1AC ଓ 2ACରେ 50 ପ୍ରତିଶତ ଭଡ଼ା ଲାଗୁ ହୁଏ।

ହିମୋଫିଲିୟା: ହିମୋଫିଲିୟା ରୋଗୀ ଓ ତାଙ୍କ ସହାୟକଙ୍କ ପାଇଁ ମଧ୍ୟ ରିହାତି ମୂଲ୍ୟରେ ଟ୍ରେନ୍ ଟିକେଟ୍‌ ଦିଆଯିବାର ବ୍ୟବସ୍ଥା ରହିଛି। ସେକେଣ୍ଡ୍ କ୍ଲାସ୍, ସ୍ଲିପର୍ ଫାଷ୍ଟ୍‌କ୍ଲାସ୍ 3AC ଓ AC ଚେୟାର୍ କାର୍ ପାଇଁ ୭୫ ପ୍ରତିଶତ କମ୍‌ ଭଡ଼ା ଲାଗିଥାଏ।

ଟିବି ଓ ଅଣସଂକ୍ରାମକ(ନନ୍‌ ଇନ୍‌ଫେକ୍‌ସନ୍) କୁଷ୍ଠ ରୋଗୀ: ଏହି ରୋଗୀ ଓ ତାଙ୍କ ସହାୟକଙ୍କ ପାଇଁ ଟିକେଟ୍‌ ଉପରେ ରିହାତି ମିଳିଥାଏ। ସେକେଣ୍ଡ୍ କ୍ଲାସ୍, ସ୍ଲିପର୍, ଓ ଫାଷ୍ଟ୍‌କ୍ଲାସ୍‌ରେ ଯାତ୍ରା କଲେ ୭୫ ପ୍ରତିଶତ ଭଡ଼ା କମ୍‌ ଲାଗିଥାଏ।

ଏଡ୍‌ସ ରୋଗୀ: ଏଚ୍‌ଆଇଭି ଏଡ୍‌ସ ରୋଗୀଙ୍କ ପାଇଁ ଟିକେଟ୍‌ ଦାମ୍‌ରେ ୫୦ ପ୍ରତିଶତ ରିହାତି ମିଳେ। ସେକେଣ୍ଡ୍ କ୍ଲାସ୍‌ ପାଇଁ ଏହି ରିହାତି ଭଡ଼ା ଲାଗୁ ହୁଏ।

ଏନିମିୟା ରୋଗୀ: ସିକଲ୍‌ ସେଲ୍‌ ଏନିମିୟା ଓ ଏପ୍ଲାଇସିଟକ୍ ଏନିମିୟା ରୋଗୀଙ୍କୁ ଚେକ୍ ଅପ୍‌ ପାଇଁ ଯିବାକୁ ଟ୍ରେନ୍‌ରେ କମ୍‌ ଭଡ଼ା ପଡ଼ିଥାଏ। ଏସି ଚେୟାର କାର, AC 3 ଟିୟର ଓ AC 2 ଟିୟର୍ କ୍ଲାସ୍‌ରେ ଯାତ୍ରା କଲେ ଟିକେଟ୍‌ ଭଡ଼ା ୫୦ ପ୍ରତିଶତ କମ୍‌ ପଡ଼ିଥାଏ।



from OdishaReporter https://ift.tt/2KW9BIF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages