
ଲକ୍ଷ୍ମୌ(ଉତ୍ତରପ୍ରଦେଶ): ରାଜନୀତିରୁ ବାଦ୍ ପଡ଼ିଲେନି ଜାତୀର ପିତା ମହାତ୍ମା ଗାନ୍ଧି। ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ କେହି ଗେରୁଆ ରଙ୍ଗ ବୋଳି ଦେଇଛି।
ଗୁରୁବାର ରାତିରେ ଏମିତି କାର୍ଯ୍ୟ କରାଯାଇଥିବା ବେଳେ ଘଟଣାକୁ କେନ୍ଦ୍ର କରି ଉତ୍ତରପ୍ରଦେଶର ରାଜନୀତି ବେଶ୍ ସରଗରମ ହୋଇପଡ଼ିଛି। ପୁଲିସ୍ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଶାହଜାହାନପୁର ଜିଲ୍ଲା ଅନ୍ତର୍ଗତ ଢ଼ାକା ଘନଶ୍ୟାମପୁରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିଟି ବିଗତ ପ୍ରାୟ ୩୦ ବର୍ଷ ଧରି ଗ୍ରାମର ମଧ୍ୟଭାଗରେ ରହିଛି। ପ୍ରତିମୂର୍ତ୍ତିଟି ଧଳା ରଙ୍ଗରେ ଶୋଭା ପାଉଥିଲା। ତେବେ, ଆଜି ସକାଳୁ ଗ୍ରାମବାସୀ ପ୍ରତିମୂର୍ତ୍ତିଟି ଗେରୁଆ ରଙ୍ଗରେ ରଙ୍ଗୀନ୍ ହୋଇ ଯାଇଥିବା ଦେଖିବା ପରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଏହି ଘଟଣା ପଛରେ ଶାସକ ବିଜେପି ଦଳର ହାତ ରହିଥିବା ଅଭିଯୋଗ ହୋଇଛି।
from OdishaReporter https://ift.tt/2MgLIIn
No comments:
Post a Comment