ଅପ୍ରସ୍ତୁତ ହୋଇଗଲେ ଚିରଞ୍ଜୀବ ! ଯାହା ଉପରେ ହାକିମାତି ଦେଖାଉଥିଲେ, ୨ ଘଣ୍ଟା ପରେ ସେ AICC ସମ୍ପାଦକ ହେଇଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଅପ୍ରସ୍ତୁତ ହୋଇଗଲେ ଚିରଞ୍ଜୀବ ! ଯାହା ଉପରେ ହାକିମାତି ଦେଖାଉଥିଲେ, ୨ ଘଣ୍ଟା ପରେ ସେ AICC ସମ୍ପାଦକ ହେଇଗଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ନିଜ ଦଳର ଯେଉଁ ବରିଷ୍ଠ ନେତାଙ୍କୁ ଡାକି ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ, ସେଇ ନେତାଙ୍କୁ ଯେ ମାତ୍ର କିଛି ଘଣ୍ଟା ମଧ୍ୟରେ ଏଆଇସିସି ସମ୍ପାଦକ ପଦବୀ ମିଳିଯିବ, ତାହା ଚିରଞ୍ଜୀବ ଆଦୌ କଳ୍ପନା ମଧ୍ୟ କରିନଥିଲେ। ସେହି ନେତାଙ୍କୁ ନିଜ ଆଡ଼ୁ ସେଭଳି ପ୍ରସ୍ତାବ ଦେଇଥିବାରୁ ଚିରଞ୍ଜୀବ ଖୁବ୍ ଅପ୍ରସ୍ତୁତ ବୋଧ କରୁଥିବା କଂଗ୍ରେସ ମହଲରେ ଚର୍ଚ୍ଚା ଚାଲିଛି।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉପକୂଳ ଓଡ଼ିଶାର ୧୦ଟି ଜିଲ୍ଲାର ଦଳୀୟ ସଂଗଠନ ଦାୟିତ୍ୱରେ ଥିବା ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ବିଶ୍ୱାଳଙ୍କୁ ଭେଟିବା ପାଇଁ, ଦଳର ବରିଷ୍ଠ ନେତା ଶରତ ରାଉତ ଆଜି ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ସଂଗଠନ ସମ୍ପର୍କରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ସୁକିନ୍ଦାରେ ବାରମ୍ବାର ପରାଜିତ ହେଉଥିବାରୁ ତାଙ୍କୁ ଆସନ ପରିବର୍ତ୍ତନ କରିବାକୁ ଶ୍ରୀ ବିଶ୍ୱାଳ ପରାମର୍ଶ ଦେଇଥିଲେ। ସୁକିନ୍ଦା ପରିବର୍ତ୍ତେ ସେ ଧର୍ମଶାଳାରେ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଶ୍ରୀ ରାଉତ ସେଥିରେ ରାଜି ହୋଇନଥିଲେ।

ତେବେ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହେବାର ମାତ୍ର ୨ ଘଣ୍ଟା ନପୂରୁଣୁ, ଶ୍ରୀ ରାଉତଙ୍କୁ ଏଆଇସିସି ସମ୍ପାଦକ ଭାବେ ପଶ୍ଚିମବଙ୍ଗ ସଂଗଠନ ଦାୟିତ୍ୱ ନ୍ୟସ୍ତ ହୋଇଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଯାହା ଶ୍ରୀ ବିଶ୍ୱାଳଙ୍କୁ ଅପ୍ରସ୍ତୁତ କରିଦେଇଛି।

କାରଣ କଂଗ୍ରେସରେ ଏଆଇସିସି ସମ୍ପାଦକମାନଙ୍କ ପ୍ରଭାବ ଅଧିକ ଓ ନିର୍ବାଚନ ସମୟରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି। କଂଗ୍ରେସର କେନ୍ଦ୍ରୀୟ ପରିଚାଳନା ଶୈଳୀକୁ ଜାଣିଥିବା ଶ୍ରୀ ବିଶ୍ୱାଳ ଏବେ ଶ୍ରୀ ରାଉତଙ୍କୁ ଦେଇଥିବା ପ୍ରସ୍ତାବ ପାଇଁ କୁଆଡ଼େ ମନେମନେ ଅନୁତାପ କରୁଥିବା ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି।



from Odisha Reporter https://ift.tt/2Mxtt5K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages