
ବାଲେଶ୍ୱର (ରଣଜିତ ପାକଳ): ଓଡ଼ିଶାରୁ ପଶ୍ଚିମବଙ୍ଗକୁ ନିୟମିତ କଇଁଚ ଚାଲାଣ ହେଉଥିବାର ପ୍ରମାଣ ଆଜି ମିଳିଛି। ଆର୍ପିଏଫ୍ ଓ ଚାନ୍ଦିପୁର ପୁଲିସ ମିଳିତ ଭାବେ ବାଲେଶ୍ୱର ଜିଲ୍ଲା ରାଜଘାଟ ରେଳ ଷ୍ଟେସନରେ ଚଢ଼ଉ କରି ୯୧ଟି କଇଁଚ ଉଦ୍ଧାର କରିଛନ୍ତି।
ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି କଇଁଚ ମାର୍କୋଣାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର କାର୍ତ୍ତିକ ପାତ୍ର ଓ ବାଲେଶ୍ୱର ଜିଲ୍ଲା ଭୋଗରାଇ କଲେଇ ଗାଁର ରବୀନ୍ଦ୍ର ପ୍ରଧାନ।
ଆର୍ପିଏଫ୍ ଓ ପୁଲିସ କାର୍ତ୍ତିକ ୮୧ଟି ଏବଂ ରବୀନ୍ଦ୍ର ପାଖରୁ ୧୦ଟି କଇଁଛ ଉଦ୍ଧାର କରିଛି।
from Odisha Reporter https://ift.tt/2BMQixk
No comments:
Post a Comment