
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ମଧ୍ୟରେ ଥିବା ବନ୍ଧୁତା କଥା ସମସ୍ତେ ଜାଣିଛନ୍ତି। ହେଲେ ଗୁରୁବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପରେ ଏହି ଦୁଇ ବନ୍ଧୁଙ୍କ ମଧ୍ୟରେ ଏକ ବିରଳ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା।
ମୋଦି ଦୀର୍ଘ ୩ ମାସ ପରେ ସଂସଦକୁ ଫେରିଥିବା ଜେଟ୍ଲୀଙ୍କ ସହ ହାତ ମିଳାଇବାକୁ ଚାହୁଁଥିଲେ। କିନ୍ତୁ ଜେଟ୍ଲୀ ହାତ ନମିଳାଇ କେବଳ ନମସ୍କାର କରିଥିଲେ। ମୋଦି ମଧ୍ୟ ହାତ ଫେରାଇ ନେଇ ପ୍ରତି ନମସ୍କାର କରିଥିଲେ।
ଏହି ଦୃଶ୍ୟକୁ ଦେଖି କିଛି ସମୟ ପାଇଁ ସେଠାରେ ଥିବା ଅନ୍ୟ ବିଜେପି ସାଂସଦମାନେ ସ୍ମିତହାସ୍ୟ ଦେଇଥିଲେ।
ପୂରା ଘଟଣା ଥିଲା ଏମିତି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ବିଜୟ ଲାଭ କରିଥିଲେ। ଏହାପରେ ସଂସଦୀୟ ମନ୍ତ୍ରୀ ଅନନ୍ତ କୁମାର ଓ ଶ୍ରୀ ମୋଦି ରାଜ୍ୟସଭା ମଧ୍ୟରେ ପ୍ରବେଶ କରିଥିଲେ। ମୋଦି ତୁରନ୍ତ ହରିବଂଶଙ୍କ ପାଖକୁ ଯାଇ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଏହାପରେ ସେ ଗୃହର ନେତାଙ୍କ ଆସନରେ ବସିଥିବା ଜେଟ୍ଲୀଙ୍କ ପାଖରେ ପହଞ୍ଚି ତାଙ୍କ ସହ ହାତ ମିଳାଇବାକୁ ଚାହିଁଥିଲେ। କିନ୍ତୁ ଜେଟ୍ଲୀ ମୋଦିଙ୍କ ଆଡ଼କୁ ହାତ ବଢ଼ାଇବା ବଦଳରେ କେବଳ ନମସ୍କାର କରିଥିଲେ। ମୋଦି ତଥାପି କିଛି ନ ବୁଝିପାରି ଆଉଥରେ ହାତ ମିଳାଇବାକୁ ଚାହିଁଥିଲେ। କିନ୍ତୁ ଜେଟ୍ଲୀ ପୁଣି ନମସ୍କାର କରିଥିଲେ।
ପରେ ମୋଦି ସିଧା ଯାଇ ଜେଟଲୀଙ୍କ ପାଖରେ ଥିବା ନିଜ ସିଟରେ ବସି ପଡ଼ିଥିଲେ।
ନିକଟରେ ଜେଟ୍ଲୀଙ୍କ କିଡ୍ନୀ ପ୍ରତିରୋପଣ କରାଯାଇଥିଲା। ଏଥିଯୋଗୁ ଡାକ୍ତର ତାଙ୍କୁ ଅନ୍ୟମାନଙ୍କ ଠାରୁ ଦୂରେଇ ରହିବାକୁ କହିଛନ୍ତି। ଯଦି ସେ କାହାକୁ ଛୁଇଁବେ, ତା’ହେଲେ ସଂକ୍ରମଣର ଆଶଙ୍କା ରହିଛି। ତେଣୁ ସେ ମୋଦିଙ୍କ ସହ ସଂକ୍ରମଣ ଆଶଙ୍କାରେ ହାତ ମିଳାଇ ନଥିଲେ।
from OdishaReporter https://ift.tt/2vycKod

No comments:
Post a Comment