ଟିକେ ଟିକେ କଥାରେ ଜରିମାନା ଦାବି କରୁଥିଲେ ସ୍ୱାମୀ, ଅତିଷ୍ଠ ହୋଇ ପତ୍ନୀ ମାଗିଲେ ଛାଡ଼ପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ଟିକେ ଟିକେ କଥାରେ ଜରିମାନା ଦାବି କରୁଥିଲେ ସ୍ୱାମୀ, ଅତିଷ୍ଠ ହୋଇ ପତ୍ନୀ ମାଗିଲେ ଛାଡ଼ପତ୍ର

ପୁଣେ: ୧୪ ବର୍ଷ ପୂର୍ବରୁ ଶ୍ୱେତା ଏବଂ ଅନିଲ୍‌ ପ୍ରେମ ବିବାହ କରିଥିଲା। ଏବେ ଏ ଦୁହେଁ ସେ ବିବାହକୁ ଭାଙ୍ଗିବାକୁ ଯାଉଛନ୍ତି। ଛାଡପତ୍ର ଦେଇ ଦୁହେଁ ପରସ୍ପରଠୁ ଦୂରେଇ ଯିବାକୁ ଚାହୁଁଛନ୍ତି। ଏଥିପାଇଁ ଶ୍ୱେତା ପୁଲିସ୍‌ ଏବଂ ମହିଳା କମିସନ୍‌ଙ୍କ ଦ୍ୱାରସ୍ଥ ହୋଇ ମାମଲା ରୁଜୁ କରିଛନ୍ତି।

ହେଲେ ଏତେ ଦିନର ସମ୍ପର୍କରେ ଫାଟ ଆସିଲା କାହିଁକି? ସେ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଶ୍ୱେତା ସ୍ୱାମୀଙ୍କଠାରୁ ଅଲଗା ହେବାର ଯେଉଁ କାରଣ ଦର୍ଶାଇଛନ୍ତି ତାହା ବୋଧହୁଏ ଆପଣ ପ୍ରଥମ ଥର ଶୁଣିବାକୁ ଯାଉଛନ୍ତି। ଶ୍ୱେତାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାମୀ କଥା କଥାରେ ତାଙ୍କ ଉପରେ ଜରିମନା ଲଗାଉଥିଲେ। ଏବଂ ଏଥିରୁ ନିସ୍ତାର ପାଇବା ପାଈଁ ସେ ତାଙ୍କୁ ଛାଡ଼ପତ୍ର ଦେବାର ନିଷ୍ପତ୍ତି ନେଇଛନ୍ତି।

ତାଙ୍କ କହିବା ଅନୁଯାୟୀ, ବିବାହ ପରେ ସବୁକିଛି ଠିକ୍‌ ଚାଲିଥିଲା। ଦୁହେଁ ହସ ଖୁସିରେ ଚଳୁଥିଲେ। ଧୀରେ ଧୀରେ ଅନିଲ୍‌ଙ୍କର ସ୍ୱଭାବ ବଦଳିବାରେ ଲାଗିଲା। ସେ କଥା କଥାରେ ଶ୍ୱେତାଙ୍କଠାରୁ ଜରିମନା ମାଗିବା ଆରମ୍ଭ କଲେ।

କେତେବେଳେ କଦଳୀ କିଣି ଘରକୁ ନ ଆଣିଲେ ୧୦୦ଟଙ୍କା ଜରିମନା ମାଗୁଥିଲେ ତ କେତେବେଳେ ପିଲାକୁ ଟ୍ୟୁସନ୍‌ରୁ ଆଣିବାରେ ବିଳମ୍ବ ହେଲେ ୨୦୦୦ଟଙ୍କା ଜରିମନା ମାଗୁଥିଲେ। ଏମିତିକି ଟିଭିର ସ୍ୱିଚ ଅନ୍‌ ରହିଗଲେ ୫୦୦ଟଙ୍କା ଜରିମନା ମାଗୁଥିଲେ ସ୍ୱାମୀ। ଏଇ ଜରିମନା ଲଗାଇବା ବାହାନାରେ ସେ ଶ୍ୱେତାଙ୍କଠାରୁ ସମସ୍ତ ପଇସା ହାତେଇ ନେଉଥିଲେ।

କୌଣସି କାମ ପାଇଁ ନଥିଲା ସ୍ୱାଧୀନତା

ଅନିଲ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ପଢିବା ପରେ ହୋଟେଲ୍‌ରେ କାମ କରୁଥିଲେ। ତାଙ୍କର ରୋଜଗାର ମଧ୍ୟ ଠିକ୍‌ ଥିଲା। ଭଲ ପଇସା କମାଉଥିଲେ ଅନିଲ୍‌। ସେପଟେ ଶ୍ୱେତା ଜଣେ ଏମ୍‌ବିଏ ଛାତ୍ରୀ ଥିଲେ। ଏମ୍‌ବିଏ କରିବା ପରେ ସେ ମଧ୍ୟ ଚାକିରୀ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ।

କିନ୍ତୁ ଅନିଲ୍‌ଙ୍କ ନଜର ସବୁବେଳେ ଶ୍ୱେତାଙ୍କ ଦରମା ଉପରେ ଥିଲା। ସେ ତାଙ୍କ ଦରମାକୁ ହାତେଇବାକୁ ଚାହୁଁଥିଲେ। ତେଣୁ ସେ କଥା କଥାକେ ଜରିମନା ଲଗାଉଥିଲେ। ଏଥିସହ ଶ୍ୱେତାଙ୍କୁ କୌଣସି ପ୍ରକାର ସ୍ୱାଧୀନତା ଦେଉନଥିଲେ ଅନିଲ୍‌। ଶ୍ୱେତାଙ୍କୁ ନା ତାଙ୍କ ପସନ୍ଦର ଡ୍ରେସ୍‌ ପିନ୍ଧିବାର ସ୍ୱାଧୀନତା ଥିଲା ନା ତାଙ୍କୁ ଇଚ୍ଛା ଅନୁସାରେ ବାହାରକୁ ବୁଲିବାକୁ ଯିବାର ଅନୁମତି ମିଳୁଥିଲା। କେବଳ ଏତିକି ନୁହେଁ, ଅନିଲ୍‌ ଶ୍ୱେତାଙ୍କଠାରୁ ତାଙ୍କ ମୋବାଇଲ୍‌ ଫୋନ୍‌, କ୍ରେଡିଟ୍‌ କାର୍ଡ ମଧ୍ୟ ଜବତ କରି ରଖିଥିଲେ।

ଏସବୁ ଯୋଗୁ ଅତିଷ୍ଠ ହୋଇ ଦିନେ ଶ୍ୱେତା ଅନିଲ୍‌ଙ୍କୁ ଛାଡପତ୍ର ଦେବାର ନିଷ୍ପତ୍ତି ନେଲେ ଏବଂ ଛାଡପତ୍ର ପାଇଁ ଆବେଦନ କଲେ।



from OdishaReporter https://ift.tt/2M9yhxR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages