
ବ୍ରହ୍ମପୁର (ଜଗନ୍ନାଥ ସାହୁ): ଜଘନ୍ୟ କଳାକାରଙ୍କ ଜଘନ୍ୟ କାରନାମା। ଫେସ୍ବୁକ୍ରେ ଜଣେ ଅଚିହ୍ନା ନାବାଳିକାଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇଲେ। ତା’ପରେ ତାଙ୍କ ସହିତ ଚ୍ୟାଟିଂ କଲେ।
ଦୀର୍ଘ ଦିନର ଚ୍ୟାଟିଂ ଭିତରେ କୌଶଳ କରି ଯୁବକ ଜଣକ ନାବାଳିକଙ୍କ ଅସଲ ନାଁ ଜାଣିଲେ। ପରେ ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ ଓ ଭିଡିଓ ଅପ୍ଲୋଡ୍ କରିଥିଲେ।
ଏପରି ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି। ନାବାଳିକାଙ୍କ ଅଭିଯୋଗ କ୍ରମେ ବ୍ରହ୍ମପୁର ସାଇବର ଥାନା ପୁଲିସ ସେହି ଜଘନ୍ୟ କଳାକାରଙ୍କୁ କେରଳରୁ ଗିରଫ କରିଛି।
ପୂରା ଘଟଣା ଏମିତି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର କାର୍ତ୍ତିକେଶ୍ୱର ବେହେରା ଫେସ୍ବୁକ୍ରେ ଜଣେ ନାବାଳିକାଙ୍କୁ ଫ୍ରେଣ୍ଡ୍ ରିକୁଏଷ୍ଟ ପଠାଇ ଥିଲେ। ନାବାଳିକା ଜଣକ ତାହା ଆକ୍ସେପ୍ଟ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ଚାଲିଲା ଚ୍ୟାଟିଂ।
କିଛି ଦିନ ପରେ ନାବାଳିକା, କାର୍ତ୍ତିକଙ୍କ ଉଦ୍ଦେଶ୍ୟ ଜାଣିପାରି ଆଉ ଚ୍ୟାଟିଂ କରିନଥିଲେ। କାର୍ତ୍ତିକ ବାରମ୍ୱାର ମେସେଜ ପଠାଉଥିଲେ ମଧ୍ୟ ସେ(ନାବାଳିକା) ଉତ୍ତର ଦେଉନଥିଲେ।
ଦିନେ କାର୍ତ୍ତିକ ନାବାଳିକାଙ୍କ ନାଁରେ ଏକ ଫେକ୍ ଫେସ୍ବୁକ୍ ଆକାଉଣ୍ଟ ଖୋଲି ସେଥିରେ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଅପ୍ଲୋଡ୍ କରିଦେଇଥିଲେ।
ନାବାଳିକାଙ୍କ ପରିବାର ଏନେଇ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରିଥିଲା।
ଫେସ୍ବୁକ୍ରୁ ଠିକ୍ଣା ପାଇ କେରଳ ପୁଲିସ ସହାୟତାରେ କାର୍ତ୍ତିକକୁ ପେରୁଭତ୍ତମରୁ ଆଜି ଗିରଫ କରିଛି ସାଇବର ଥାନା ପୁଲିସ। ପରେ ତାଙ୍କୁ ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟର ହାଜର କରାଯାଇଥିଲା। ୧୩ ତାରିଖରେ ତାଙ୍କୁ ବ୍ରହ୍ମପୁର ଅଣାଯିବ ବୋଲି ସାଇବର ଥାନା ସୂତ୍ରରୁ ଜଣାପଡ଼ିଛି।
from OdishaReporter https://ift.tt/2MAnN6R
No comments:
Post a Comment