ବିଶାଳ ସ୍କୋର ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ବିରାଟ୍‌ ଓ ପୂଜାରାଙ୍କ ଅର୍ଦ୍ଧଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ବିଶାଳ ସ୍କୋର ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ବିରାଟ୍‌ ଓ ପୂଜାରାଙ୍କ ଅର୍ଦ୍ଧଶତକ

 

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଭାରତର ଦବଦବା ଜାରି ରହିଛି। ପ୍ରଥମ ଇନିଂସ୍‌ରେ ୧୬୮ ରନ୍‌ର ଅଗ୍ରଣୀ ଲାଭ କରିଥିବା ଟିମ୍‌ ଇଣ୍ଡିଆ ଏବେ ବିଶାଳ ସ୍କୋର୍‌ ହାସଲ ଲକ୍ଷ୍ୟରେ ଆଗେଇ ଚାଲିଛି। ଅଧିନାୟକ ବିରାଟ୍‌ କୋହଲି ଆଜି ତାଙ୍କ ଟେଷ୍ଟ୍‌ କ୍ୟାରିୟରର ୧୯ ତମ ଅର୍ଦ୍ଧଶତକ ହାସଲ କରି ଇଂଲଣ୍ଡ ବୋଲ୍‌ରଙ୍କ ଉପରେ ଚାପ ପକାଇ ଚାଲିଛନ୍ତି। ସେହିପରି ଟେଷ୍ଟ୍‌ ସ୍ପେଶାଲିଷ୍ଟ୍‌ ଚେତେଶ୍ୱର ପୂଜାରା ମଧ୍ୟ ଅର୍ଦ୍ଧଶତକ ହାସଲ କରିଛି।

ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୨ ୱିକେଟ୍‌ ହରାଇ ୧୮୯ ରନ୍‌ କରିଛି।

ବିରାଟ୍‌ ୫୧ ଓ ପୂଜାରା ୫୫ ରନ୍‌ କରି ଅପରାଜିତ ରହିଛନ୍ତି। ସେହିପରି ଟିମ୍‌ ଇଣ୍ଡିଆ ଏବେ ୩୫୭ ରନ୍‌ର ଅଗ୍ରଣୀ ହାସଲ କରି ଦୃଢ଼ ସ୍ଥିତିରେ ପହଞ୍ଚିଛି।



from Odisha Reporter https://ift.tt/2ORLDfc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages