ଚିକିତ୍ସା ପାଇଁ ବିଶାଖାପାଟଣା ଯାଉଥିବା ଓଡ଼ିଆ ରୋଗୀ ଏହି ଉପାୟରେ ପାଇପାରିବେ ମାଗଣା ରକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଚିକିତ୍ସା ପାଇଁ ବିଶାଖାପାଟଣା ଯାଉଥିବା ଓଡ଼ିଆ ରୋଗୀ ଏହି ଉପାୟରେ ପାଇପାରିବେ ମାଗଣା ରକ୍ତ

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): ରକ୍ତଦାନ ମହତ ଦାନ। ଏହି ପଂକ୍ତିଟିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବିଶାଖାପାଟଣାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ। ଓଡ଼ିଶାରୁ ବିଶାଖାପାଟଣା ଆସୁଥିବା ଏବଂ ବିଶାଖାପାଟଣାରେ ରହୁଥିବା ଓଡ଼ିଆ ରୋଗୀଙ୍କ ସୁଚିକିତ୍ସା ପାଇଁ ବିଶାଖାପାଟଣାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏଥିରେ ୧୦୦ରୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇପାରିଥିଲା।

ଏହି ରକ୍ତଦାନ ଶିବିର ବିଶାଖାପାଟଣାର ସବୁଠାରୁ ଅଗ୍ରଣୀ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଉତ୍କଳ ସାଂସ୍କୃତିକ ସମାଜ’ ଓ ‘ଲାଇଫ୍ ସେଭ୍‌’ ବ୍ଲଡ଼ବ୍ୟାଙ୍କ ଆନୁକୂଲ୍ୟରେ ସହରର ଦଶପଲ୍ଲା ହିଲ୍‌ସ ନିକଟ ଜଗନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜନ କରାଯାଇଥିଲା। ସୁଦୂର ଓଡିଶାରୁ ପ୍ରତ୍ୟେକ ଦିନ ବହୁ ଓଡ଼ିଆ ଚିକିତ୍ସା ପାଇଁ ବିଶାଖାପାଟଣାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି।

ବହୁ ଓଡ଼ିଆ ରୋଗୀଙ୍କ ଅପେରସନ୍‌ ପାଇଁ ଆବଶ୍ୟକ ରକ୍ତ ଅଭାବରୁ ଚିକିତ୍ସାରେ ବିଳମ୍ବ ହେଉଛି ଏବଂ ବହୁ ରୋଗୀ ରକ୍ତ ଯୋଗାଡ଼ କରିନପାରି ବିଶାଖାପାଟଣାରେ ଠକେଇର ଶିକାର ହେଉଛନ୍ତି। ଏଣୁ ରୋଗୀମାନଙ୍କୁ ଏଦିଗରେ ସାହାଯ୍ୟ କରିବା ଥିଲା ଏହି ରକ୍ତଦାନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସଂଗଠନର ସଭାପତି ଜିତେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଓଡିଶାରୁ ଚିକିତ୍ସା ପାଇଁ ବିଶାଖାପାଟଣା ଆସୁଥିବା ରୋଗୀମାନେ, ଆବଶ୍ୟକ ରକ୍ତ ପାଇଁ କୌଣସି ହସ୍ପିଟାଲ କିମ୍ବା ବ୍ରୋକର୍‌ଙ୍କ କଥାରେ ନପଡ଼ି, ସିଧାସଳଖ ଦଶପଲ୍ଲା ହିଲ୍‌ସ ନିକଟ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କଲେ, ସେମାନଙ୍କୁ ‘ଉତ୍କଳ ସାଂସ୍କୃତିକ ସମାଜ’ ପକ୍ଷରୁ ଆବଶ୍ୟକ ରକ୍ତ ବିନା ମୂଲ୍ୟରେ ପ୍ରଦାନ କରାଯିବ।

ପ୍ରତ୍ୟେକ ବର୍ଷ ‘ଉତ୍କଳ ସାଂସ୍କୃତିକ ସମାଜ’ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇ ଏଖ ବ୍ଲଡ଼ବ୍ୟାଙ୍କରେ ସଂଗୃହିତ ରକ୍ତକୁ ଗଛିତ ରଖାଯାଇଛି। ଗରୀବ ରୋଗୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କଲେ, ସେମାନଙ୍କୁ ଚିକିତ୍ସା ପ୍ରଦାନ ସହ ଜଗନ୍ନାଥ ମନ୍ଦିରରେ ବିନା ମୂଲ୍ୟରେ ରହିବା ଓ ଖାଇବା ସୁବିଧା ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2N2pqdy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages