ଭାରତକୁ ପୁଣି ଶୁଟିଂରେ ରୌପ୍ୟ ପଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଭାରତକୁ ପୁଣି ଶୁଟିଂରେ ରୌପ୍ୟ ପଦକ

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ୧୮ ତମ ଏସିଆନ୍‌ ଗେମ୍ସର ଦ୍ୱିତୀୟ ଦିନରେ ଭାରତ ଶୁଟିଂରେ ପୁଣି ଏକ ରୌପ୍ୟ ପଦକ ଜିତିଛି। ଭାରତ ପାଇଁ ୧୯ ବର୍ଷୀୟ ଲକ୍ଷ୍ୟ ଶେହରାନ୍‌ ଏହି ପଦକ ଜିତିଛନ୍ତି।

ଅନ୍ତିମ ପର୍ଯ୍ୟାୟରେ ଲକ୍ଷ୍ୟ ୧୫ଟି ଶଟ୍‌ରୁ ୧୪ ଥର ଟାର୍ଗେଟ ଭେଦ କରିବାରେ ସକ୍ଷମ ହୋଇଥିଲେ। ସେହିପରି ସମୁଦାୟ ୪୫ଟି ଶଟ୍‌ରୁ ଲକ୍ଷ୍ୟ ୩୯ଟି ଟାର୍ଗେଟ ଭେଦ କରିପାରି  ଥିଲେ। ତେବେ ତାଙ୍କ ସହ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରୁଥିବା ଚାଇନିଜ୍‌ ତାଇପେଇର ପ୍ରତିଯୋଗୀ ୪୫ଟି ଶଟ୍‌ରୁ ୪୧ଟି ଟାର୍ଗେଟ ଭେଦ କରିବାରେ ସଫଳ ହୋଇଥିଲେ।

ଲକ୍ଷ୍ୟ ଶେହରାନ୍‌ ରୌପ୍ୟ ପଦକ ଜିତିବା ପରେ ଚଳିତ ଏସିଆନ୍‌ ଗେମ୍ସରେ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଚିଛି। ଆଜି ସକାଳେ ଶୁଟିଂରେ ଅନ୍ୟତମ ଭାରତୀୟ ତାରକା ଦୀପକ କୁମାର ରୌପ୍ୟ ପଦକ ଜିତିଥିଲେ।

ବର୍ତ୍ତମାନ ସୁଦ୍ଧା ଭାରତ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧ କାଂସ୍ୟ ପଦକ ହାସଲ କରିଛି।



from Odisha Reporter https://ift.tt/2winS88

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages