ସମାବେଶ କରି ଆଦିବାସୀଙ୍କୁ ଭରସା ଦେଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ସମାବେଶ କରି ଆଦିବାସୀଙ୍କୁ ଭରସା ଦେଲେ ନବୀନ

ଭୁବନେଶ୍ୱର : “ବିଜେଡି ଆପଣମାନଙ୍କ ଦଳ, ଆପଣଙ୍କ ସମସ୍ୟାକୁ ହିଁ ବିଜେଡି ଉଠାଉଛି। ଆପଣମାନଙ୍କ ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି ଓ କାମ କରିବ। ଆପଣମାନଙ୍କ ପଛରେ ମୁଁ ରହିଛି। ” ଆଜି ଏଭଳି ଢଙ୍ଗରେ ଭାଷଣ ଦେଇ ଆଦିବାସୀମାନଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବା ପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ କରିଛନ୍ତି।
ଆଜି ଆନ୍ତର୍ଜାତିକ ଆଦିବାସୀ ଦିବସ ଅବସରରେ ବିଜେଡି ଆଦିବାସୀ ସାମ୍ମୁଖ୍ୟ ପକ୍ଷରୁ ଭୁବନେଶ୍ୱରସ୍ଥିତ ଆଦିବାସୀ ପଡ଼ିଆରେ ଆୟୋଜିତ ଏକ ଆଦିବାସୀ ସମାବେଶକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,  ଆଦିବାସୀଙ୍କ ସାମଗ୍ରିକ ବିକାଶ ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଓ ଏହାକୁ ବଜାୟ ରଖିବ। ଗୁରୁପ୍ରିୟା ସେତୁକୁ ଲୋକଙ୍କ ସେବାରେ ସମର୍ପିତ କରାଯାଇଛି।
“ଏହା ‘ସ୍ୱାଭିମାନ ଅଂଚଳ’ର ଲୋକଙ୍କ ବିକାଶକୁ  ଆଗେଇ ନେବ।  ଆଦିବାସୀମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ବିଜେଡି ସର୍ବଦା କାର୍ଯ୍ୟ କରୁଛି। ଆଦିବାସୀ ଅଂଚଳରେ ଶିକ୍ଷା ହେଉଛି ବିକାଶ ଓ ପ୍ରଗତିର ପ୍ରମୁଖ ଗ୍ୟାରେଣ୍ଟି। ସେ ଦିଗରେ ଅଧିକ ଗୁରୁତ୍ୱ ଦିଆଯାଉଛି” ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ବିଜେଡିର ଏହି ଆଦିବାସୀ ସମାବେଶରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮ହଜାରରୁ ଉଦ୍ଧ୍ୱର୍ ଆଦିବାସୀ ସାମିଲ ହୋଇଥିଲେ। ସେମାନେ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଯାଇଥିଲେ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରପୁରରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ।
ଅପରପକ୍ଷରେ , ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ସମାନ୍ତରାଳ ଭାବେ ‘ଆନ୍ତର୍ଜାତିକ ଆଦିବାସୀ ଦିବସ’ ପାଳନ କରାଯାଇଥିଲା।


from OdishaReporter https://ift.tt/2vr4g2b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages