ଶ୍ରୀନଅରରୁ ଖାଲିପାଦରେ ଚାଲି ଚାଲି ଶ୍ରୀମନ୍ଦିରକୁ ଯାଇଥିଲେ ବାଜପେୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଶ୍ରୀନଅରରୁ ଖାଲିପାଦରେ ଚାଲି ଚାଲି ଶ୍ରୀମନ୍ଦିରକୁ ଯାଇଥିଲେ ବାଜପେୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନ ଜନନାୟକ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀଙ୍କ ବିୟୋଗକୁ ଆସନ୍ତାକାଲି ୧୧ ଦିନ ପୁରୁଛି। ଏହାରି ଭିତରେ ଏହି ଦିବଙ୍ଗତ ରାଷ୍ଟ୍ରନେତାଙ୍କ ସମ୍ମାନାର୍ଥେ ବିଜେପି ପକ୍ଷରୁ ଦେଶବ୍ୟାପୀ ତାଙ୍କ ଚିତାଭସ୍ମକୁ ବିଭିନ୍ନ ନଦୀରେ ବିସର୍ଜନ କରାଯାଉଛି।

ଗତ ୨୩ ତାରିଖରେ ସ୍ୱର୍ଗତଃ ବାଜପେୟୀଙ୍କ ଚିତାଭସ୍ମକୁ ପୁରୀ ମହୋଦଧିରେ ବିସର୍ଜନ କରାଯାଇଥିବାବେଳେ ୨୪ ତାରିଖରେ ପ୍ରଦର୍ଶନୀ ପଡ଼ିଆରେ ଏକ ସର୍ବଦଳୀୟ ମହାସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ଦଳର ନେତାମାନେ ଯୋଗ ଦେଇ ସ୍ୱର୍ଗତଃ ବାଜପେୟୀଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶା ସହ ଥିବା ଥିବା ସମ୍ପର୍କକୁ ବଖାଣିଥିଲେ।

ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ହିସାବରେ ପୁରୀ ଶ୍ରୀମନ୍ଦିର ସହ ବାଜପେୟୀଙ୍କ ସମ୍ପର୍କ କିନ୍ତୁ ସବୁବେଳେ ଅଭୁଲା ହୋଇ ରହିବ।

୧୯୯୮ ଏପ୍ରିଲ ୧୭ରେ ବାଜପେୟୀ ପୁରୀ ଆସିଥିଲେ। ଏହି ସମୟରେ ସେ ଗଜପତିଙ୍କ ଶ୍ରୀନଅରରୁ ଶ୍ରୀମନ୍ଦିର ଯାଏ ଚାଲି ଚାଲି ଯିବାର ଘଟଣା ଓଡ଼ିଶାବାସୀଙ୍କ ପାଇଁ ସବଦୁନି ଲାଗି ସ୍ମରଣୀୟ ହୋଇ ରହିବ। ବାଜପେୟୀଙ୍କ ଏହି ଗସ୍ତବେଳେ ତତ୍କାଳୀନ ପୁରୀ ଜିଲ୍ଲାପାଳ ନିତିନ୍‌ ଚନ୍ଦ୍ର ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ସିଂହଦ୍ୱାର ନିକଟରେ ତାଙ୍କୁ ସ୍ୱାଗତ ପାଇଁ ଅପେକ୍ଷା କରିଥିଲେ।

କିନ୍ତୁ ପ୍ରୋଟକଲ୍‌ ଭାଙ୍ଗି ବାଜପେୟୀ ସିଧାସଳଖ ଯାଇ ବଡ଼ଦାଣ୍ଡରେ ସାଧାରଣ ଲୋକଙ୍କ ସହ ମିଶିଥିଲେ। ଲୋକଙ୍କ ସହ ମିଶି ବାଜପେୟୀଜୀ ଶ୍ରୀନଅରରୁ ଶ୍ରୀମନ୍ଦିର ଯାଏ ଖାଲି ପାଦରେ ଚାଲି ଚାଲି ଯାଇଥିଲେ। ବାଜପେୟୀଜୀ ବହୁବାର ପୁରୀ ଆସିଛନ୍ତି, କୋଣାର୍କ ମଧ୍ୟ ଭ୍ରମଣରେ ଯାଇଛନ୍ତି। ନଡ଼ିଆପାଣି ବାଜପେୟୀଙ୍କର ଖୁବ୍‌ ପ୍ରିୟ ଥିଲା।



from Odisha Reporter https://ift.tt/2Nk954m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages