ରହସ୍ୟଜନକ ଫୋନ୍‌ କଲ୍‌ ! ୧୫ ମିନିଟ୍ ପରେ ରେଲୱେ ଟ୍ରାକ୍‌ରୁ ମିଳିଲା ଡାକ୍ତରଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ରହସ୍ୟଜନକ ଫୋନ୍‌ କଲ୍‌ ! ୧୫ ମିନିଟ୍ ପରେ ରେଲୱେ ଟ୍ରାକ୍‌ରୁ ମିଳିଲା ଡାକ୍ତରଙ୍କ ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମନ୍ତରାପୁର ଅଞ୍ଚଳରେ କ୍ଲିନିକ୍ କରିଥିବା ଡାକ୍ତର ରବୀନ୍ଦ୍ର ନାଥ ରଥଙ୍କ ମୃତଦେହ ରହସ୍ୟଜନକ ଭାବେ ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ହେବା ପରେ ଉଠିଛି ଅନେକ ପ୍ରଶ୍ନ। ଏହା ରେଳ ଦୁର୍ଘଟଣା ଜନିତ ମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟା ତାକୁ ନେଇ ଚାଲିଛି ତନାଘନା।

ଏଣେ ରବୀନ୍ଦ୍ରଙ୍କ ଫୋନ୍ ଡିଟେଲ୍ସ ଡିଲିଟ୍ ହୋଇ ଯାଇଥିବାରୁ ପୁଲିସ୍ ପାଇଁ ଅଡୁଆ ବଢ଼ିଯାଇଛି।

ପୂର୍ବାହ୍ନରେ ମୃତଦେହ ଜବତ ହେବା ପରେ ପୁଲିଲ୍, ରେଲୱେ ଷ୍ଟେସନ୍‌ର ଭିଡିଓ ଫୁଟେଜ୍ ଯାଞ୍ଚ କରିଥିଲା। ତଦନ୍ତ ପରେ ଜଣା ପଡ଼ିଥିଲା ଯେ, ଶୁକ୍ରବାର ରାତି ୯ଟା ୧୦ ମିନିଟ୍‌ରେ ସାମନ୍ତରାପୁରସ୍ଥିତ କ୍ଲିନିକ୍ ଛାଡିଥିଲେ ଡାକ୍ତର ରବୀନ୍ଦ୍ର ନାଥ ରଥ। ଏକ ଫୋନ୍ କଲ୍ ଆସିବା ପରେ କ୍ଲିନିକ୍ ଛାଡ଼ି ସେ ରେଲେୱେ ଷ୍ଟେସନ୍ ବାହାରିଥିଲେ। ଆଉ ଷ୍ଟେସନ୍‌ରେ ପହଞ୍ଚିବାର ମାତ୍ର ୧୫ ମିନିଟ୍ ପରେ ମିଳିଥିଲା ତାଙ୍କ ମୃତଦେହ।

ତେବେ ସାମନ୍ତରାପୁରସ୍ଥିତ କ୍ଲିନିକ୍‌ରୁ ରେଲୱେ ଷ୍ଟେସନ୍‌ ପର୍ଯ୍ୟନ୍ତ ଅନେକ ଘଟଣା ସନ୍ଦେହ ସୃଷ୍ଟି କରୁଥିବାରୁ, ପରିବାର ଲୋକେ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

ପ୍ରଶ୍ନ ଉଠୁଛି, ହଠାତ୍‌ ରୋଗୀ ଦେଖୁଥିବା ବେଳେ ଫୋନ୍‌ କଲ୍‌ ପାଇ କାହିଁକି ବିଚଳିତ ହୋଇ କ୍ଲିନିକ୍‌ ଛାଡ଼ିଥିଲେ ଡାକ୍ତର? କଲ୍‌ କରିଥିବା ବ୍ୟକ୍ତି ଜଣଙ୍କ କିଏ?  ଡ୍ରାଇଭିଂ ଜାଣି ନଥିବା ଡାକ୍ତର ରବୀନ୍ଦ୍ର ଏତେ ରାତିରେ ରେଲେଓ୍ୱ ଷ୍ଟେସନ୍ କିପରି ଗଲେ? ଉଠିଛି ଏଭଳି ଅନେକ ପ୍ରଶ୍ନ।

ପରିବାର ଲୋକେ ଭୁବନେଶ୍ୱର ଜିଆରପି ଥାନାରେ ସିସିଟିଭି ଚିତ୍ର ଯାଞ୍ଚ କରିବା ସହ ହତ୍ୟା କରାଯାଇଥିବା ଅଭିଯେଗ କରିଛନ୍ତି।

କିଏ ଏହି ଡାକ୍ତର ରବୀନ୍ଦ୍ର? ସିଡିଏମଓ ଭାବେ ଅବସର ପରେ ଆଡ୍‌ହକରେ ଶିଶୁ ରୋଗ ବିଶେଷଜ୍ଞ ଭାବେ ଗତ ୩ ବର୍ଷ ହେଲା ଭୁବନେଶ୍ୱର ବିଏମ୍‌ସି ହସ୍ପିଟାଲରେ କାମ କରୁଥିଲେ ରବୀନ୍ଦ୍ର। ଶୁକ୍ରବାର ରାତି ୧୦ଟା ପରେ ଘରକୁ ନ ଫେରିବାରୁ ଜିଆରପି ସୂତ୍ରରୁ ପରିବାର ଲୋକେ ତାଙ୍କ ମୃତ୍ୟୁ ଖବର ପାଇଥିଲେ।



from Odisha Reporter https://ift.tt/2wkUz4W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages