ଏସିଆନ୍‌ ଗେମ୍ସ: ସଡନ୍‌ଡେଥ୍‌ରେ ହାରି ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ୍‌ ପଡ଼ିଲା ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଏସିଆନ୍‌ ଗେମ୍ସ: ସଡନ୍‌ଡେଥ୍‌ରେ ହାରି ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ୍‌ ପଡ଼ିଲା ଟିମ୍‌ ଇଣ୍ଡିଆ

ଜାକର୍ତ୍ତା:  ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟ ନେଇ ୧୮ ତମ ଏସିଆନ୍‌ ଗେମ୍ସକୁ ଆସିଥିବା ଭାରତୀୟ ପୁରୁଷ ହକି ଦଳର ସ୍ୱପ୍ନ ଚୂରମାର ହୋଇଯାଇଛି। ଆଜିର ସେମିଫାଇନାଲ୍‌ ମୁକାବିଲାରେ ଟିମ୍‌ ଇଣ୍ଡିଆ ଅପେକ୍ଷାକୃତ ଦୁର୍ବଳ ମ୍ୟାଲେସିୟାଠାରୁ ସଡନ୍‌ଡେଥ୍‌ ଶୁଟ୍‌ ଆଉଟ୍‌(୨-୨)ରେ ୬-୭ ଗୋଲରେ ପରାସ୍ତ ହୋଇଛି।

ଏହି ପରାଜୟ ସହ ଭାରତୀୟ ପୁରୁଷ ହକି ଟିମ୍‌ ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବଞ୍ଚିତ ହୋଇଛି। ଏବେ ଦଳ ସେପ୍ଟେମ୍ୱର୍‌ ୧ରେ ବ୍ରୋଞ୍ଜ ପଦକ ପାଇଁ ମଇଦାନକୁ ଓହ୍ଲାଇବ। ଏଠାରେ ଭାରତ ଦ୍ୱିତୀୟ ସେମିଫାଇନାଲ୍‌ରେ ଜାପାନ୍‌ଠାରୁ ପରାସ୍ତ ହୋଇଥିବା ପାକିସ୍ତାନ ସହ ମୁହାଁମୁହିଁ ହେବ।

ପୁରୁଷ ହକି ଇଭେଣ୍ଟର୍‌ ପ୍ରଥମ ସେମିଫାଇନାଲ୍‌ରେ ଭାରତ ଓ ମ୍ୟାଲେସିୟା ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଦ୍ୱିତୀୟ ସେଟ୍‌ ଶେଷ ପର୍ଯ୍ୟନ୍ତ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ତୃତୀୟ ସେଟ୍‌ ଆରମ୍ଭରୁ ଭାରତ ତା’ର ରଣନୀତିରେ ପରିବର୍ତ୍ତନ କରିଥିଲା।  ୩୩ ତମ ମିନିଟ୍‌ରେ ହରମନ୍‌ପ୍ରୀତ୍‌ ସିଂହ ଗୋଲ୍‌ ଦେଇ ଭାରତକୁ ୧-୦ରେ ଆଗୁଆ କରିଦେଇଥିଲେ।

ତେବେ ମ୍ୟାଲେସିୟାର ଫଜଲ୍‌ ସାଇରି ୪୦ ତମ ମିନିଟ୍‌ରେ ଗୋଲ ଦେଇ ସ୍ଥିତି ବରାବର କରିଥିଲେ। ଏହାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଭାରତ ପକ୍ଷରୁ ବରୁଣ କୁମାର ଗୋଲ୍‌ ଦେଇ ଭାରତକୁ ପୁଣି ୨-୧ରେ ଆଗଆ କରିଦେଇଥିଲେ।

ଏହାପରେ ମ୍ୟାଲେସିୟା ଘନଘନ ଆକ୍ରମଣ କରିଥିଲେ ହେଁ ଭାରତ ଏହାକୁ ବେଶ କିଛି ସମୟ ଅଟକାଇ ଥିଲା। ଖେଳ ଶେଷ ହେବାକୁ ମାତ୍ର ଗୋଟିଏ ମିନିଟ୍‌ ଥିବା ବେଳେ ମ୍ୟାଲେସିୟାକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର୍‌। ଏହାକୁ ମହମ୍ମଦ ରାଜେଇ ରହିମ୍‌ ଗୋଲ୍‌ରେ ପରିଣତ କରି ସ୍ଥିତି ବରାବର କରିଦେଇଥିଲେ।

ଫଳରେ ମ୍ୟାଚ୍‌ଟି ଶୁଟ୍‌ ଆଉଟ୍‌କୁ ଯାଇଥିଲା। ଶୁଟ୍‌ ଆଉଟ୍‌ର ୫ଟି ଶଟ୍‌ ପରେ ସ୍ଥିତି ୨-୨ରେ ସୀମିତ ରହିବାରୁ ମ୍ୟାଚ୍‌ଟି ସଡନ୍‌ ଡେଥ୍‌କୁ ଯାଇଥିଲା।

ସଡନ୍‌ ଡେଥ୍‌ର ପ୍ରଥମ ୪ଟି ଶଟ୍‌କୁ ଉଭୟ ଭାରତ ଓ ମ୍ୟାଲେସିୟା ଗୋଲ୍‌ରେ ପରିଣତ କରିଥିଲେ। ତେବେ ୫ମ ଶଟ୍‌କୁ ମ୍ୟାଲେସିୟା ଗୋଲ୍‌ରେ ପରିଣତ କରିଥିବା ବେଳେ ଭାରତର ଏସ୍‌ଭି ସୁନୀଲ୍‌ ଗୋଲ୍‌ କରିପାରି ନଥିଲେ।  ଫଳରେ ମ୍ୟାଲେସିୟା ମ୍ୟାଚ୍‌ଟିକୁ ୭-୬ ସଡନ୍‌ ଡେଥ୍‌ରେ ଜିତି ନେଇ ଫାଇନାଲ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିଥିଲା।

ଶୀର୍ଷରେ ରହି ଗ୍ରୁପ୍‌ ଅଭିଯାନ ଶେଷ କରିଥିବା ଡିଫେଣ୍ଡିଂ ଚାମ୍ପିୟନ୍‌ ଭାରତ ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ ପଡ଼ିଛି। ଏଥିସହ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ସିଧାସଳଖ ଯିବା ପାଇଁ ଲକ୍ଷ୍ୟ ରଖିଥିବା ଭାରତ ସେମିରେ ହାରି ସେ ସୁଯୋଗକୁ ମଧ୍ୟ ହାତଛଡ଼ା କରିଛି।

 



from Odisha Reporter https://ift.tt/2PQAagY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages