ଅନରକିଲିଂ ଓ କଙ୍ଗାରୁ କୋର୍ଟ ନାଁରେ ହିଂସା ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଅନରକିଲିଂ ଓ କଙ୍ଗାରୁ କୋର୍ଟ ନାଁରେ ହିଂସା ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

honour-killing

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମ୍ମାନ ପାଇଁ ହତ୍ୟା (ଅନରକିଲିଂ) କରୁଥିବା ସୈତାନଙ୍କ ପାଇଁ କଡ଼ା ଚେତାବନୀ ଜାରି ହୋଇଛି।  ଏବେ ଏଥିପାଇଁ ମିଳିବ ଚରମଦଣ୍ଡ। କଙ୍ଗାରୁ କୋର୍ଟ ନାଁରେ ହିଂସା ଭିଆଉଥିବା ତଥାକଥିତ ସମାଜ ମୁଖିଆଙ୍କ ବିରୋଧରେ ମଧ୍ୟ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ଗାଇଡ୍‌ଲାଇନ୍‌।

ଏଣିକି ଅନରକିଲିଂ ଓ ଖାପ୍‌ ପଞ୍ଚାୟତ ପ୍ରବଣ ଜିଲ୍ଲା ଏବଂ ଗାଁକୁ ଚିହ୍ନଟ କରାଯିବ। ଆନ୍ତଃଜାତି/ଆନ୍ତଃଧର୍ମ ବିବାହ ଉପରେ କଡ଼ା ନଜର ରଖିବେ ଥାନାଧିକାରୀ। ଏ ନେଇ କଙ୍ଗାରୁକୋର୍ଟ କିମ୍ବା ଖାପ୍‌ ପଞ୍ଚାୟତ ହେଲେ ଫୋର୍ସ ମୁତୟନ ହେବା ସହ ଭିଡିଓ ଶୁଟିଂ କରିବ ପୁଲିସ।

ଅଘଟଣ ଘଟିଲେ ମାମଲା ରୁଜୁ କରିବା ସହ ତଦନ୍ତ କରି ସମସ୍ତ ରିପୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦିଆଯିବ। ଡ୍ୟୁଟିରେ ଖିଲାପ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ୬ ମାସ ମଧ୍ୟରେ ଅନରକିଲିଂ ମାମଲାର ଫାଷ୍ଟଟ୍ରାକ୍‌ କୋର୍ଟରେ ନିୟମିତ ବିଚାର କରାଯିବ ବୋଲି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

ଓଡ଼ିଶାରେ ଘଟିଛି ଅନରକିଲିଂ

୨୦୧୮ ମେ ୨୨ ତାରିଖରେ କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଯୋଗୁ ଝିଅକୁ ପରିବାର ଲୋକେ ହତ୍ୟା କରିଥିଲେ। ୨୦୧୮ ଜୁଲାଇ ୨୪ ତାରିଖରେ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ନାବାଳକ ପ୍ରେମୀ ଯୁଗଳଙ୍କୁ ହତ୍ୟା କରି ଟ୍ରେନ୍‌ ଲାଇନରେ ଫିଙ୍ଗି ଦିଆଯାଇଥିଲା। ୨୦୧୬ ମସିହାରେ ରାଉରକେଲାରେ ଅମୃତା ସିଂଙ୍କୁ ବାପ ଘର ଲୋକେ ହତ୍ୟା କରିଥିବାନେଇ ଅଭିଯୋଗ ଆଣିଥିଲେ ତାଙ୍କୁ ପ୍ରେମ ବିବାହ କରିଥିବା ସ୍ୱାମୀ ନସିମ୍ ଖାନ୍।

ଏମିତି ଅନେକ ରକ୍ତରଞ୍ଜିତ ଘଟଣା ସଂଘଟିତ ହୋଇଛି ରାଜ୍ୟ ସମେତ ଦେଶର କୋଣ ଅନୁକୋଣରେ। ଯାହାକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତ୍ୟେକ ରାଜ୍ୟର ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ସେହି ନିର୍ଦ୍ଦେଶ ମୂତାବକ ଏବେ ତିଆରି ହୋଇଛି କଠୋର ଗାଇଡ୍‌ଲାଇନ୍‌।



from Odisha Reporter https://ift.tt/2LGnIgK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages