
ଭୁବନେଶ୍ୱର: ରାତାରାତି ସୋସିଆଲ ମିଡିଆରେ ଡ୍ୟାନ୍ସିଂ ଅଙ୍କଲ୍ ନାମରେ ପରିଚିତ ହୋଇଥିବା ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବ ପୁଣି ଥରେ ଫେରିଛନ୍ତି ନୂଆ ଅବତାରରେ। ଏଥର ସେ ଇଣ୍ଟରନେଟ୍ରେ ନିଆଁ ଲଗାଇଛନ୍ତି ଆଉ ଜଣେ ବଲିଉଡ଼ ସୁପରଷ୍ଟାରଙ୍କ ଏକ ଗୀତକୁ ନେଇ।
ଏଥର ସେ ବଲିଉଡ୍ ସୁପରଷ୍ଟାର ମିଥୁନ୍ ଚକ୍ରବର୍ତ୍ତୀଙ୍କ ‘ଜିତେ ହେ ଶାନ୍ ସେ’ ଫିଲ୍ମର ଜୁଲି ଜୁଲି ଗୀତରେ ନାଚିଛନ୍ତି। ତାଙ୍କର ଏହି ନାଚ ବହୁତ ସୁନ୍ଦର ହୋଇଛି ଓ ଭିଡିଓ ଇଣ୍ଟରନେଟ୍ରେ ଭାଇରାଲ ହେବାରେ ଲାଗିଛି। ଗୀତରେ ତାଙ୍କର କୋ ଡ୍ୟାନ୍ସର ସାଜିଛନ୍ତି ତାଙ୍କ ପତ୍ନୀ।
ଗତ କିଛି ଦିନ ତଳେ ହ୍ରିତିକ୍ ରୋଶନଙ୍କ ହିଟ୍ ଗୀତ ‘କହୋନା ପ୍ୟାର୍ ହେ’ ଡ୍ୟାନ୍ସ କରି ପୁଣି ଥରେ ଇଣ୍ଟରନେଟ୍ରେ ନିଆଁ ଲଗାଇଥିଲେ ସଞ୍ଜୀବ ଶ୍ରୀବାସ୍ତବ। ଏହି ଡ୍ୟାନ୍ସ ଭିଡ଼ିଓକୁ ମଧ୍ୟ ଦର୍ଶକ ଅଧିକ ପ୍ରଶଂସା କରିଛନ୍ତି। ଗୀତର ତାଳେ ତାଳେ ସେ ଯେଉଁ ଷ୍ଟେପ୍ କରୁଛନ୍ତି ଦର୍ଶକ ଅଧିକ ପ୍ରଶଂସା କରିଛନ୍ତି।
ପ୍ରଫେସର ଶ୍ରୀବାସ୍ତବ ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କୁ ତାଙ୍କର ଗୁରୁ ଭାବେ ମାନି ନେଇଛନ୍ତି। ଏକ ବିବାହ ଉତ୍ସବରେ ଗୋବିନ୍ଦାଙ୍କ ଅଭିନୀତ ‘ଖୁଦ୍ଗର୍ଜ୍’ ର ଏକ ଗୀତରେ ଡ୍ୟାନ୍ସ କରି ସୋସିଆଲ୍ ମିଡିଆରେ ପପୁଲାର ହୋଇଥିଲେ ପ୍ରଫେସର ଶ୍ରୀବାସ୍ତବ।
from Odisha Reporter https://ift.tt/2NDXvRq
No comments:
Post a Comment