
ବାଲେଶ୍ୱର (ରଞ୍ଜିତ ପାକଳ): ସ୍କୁଲରୁ ଫେରି ଦୁଇ ସାଙ୍ଗ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ଘରକୁ ଫେରିପାରିଲେ ନାହିଁ। ଜଣେ ସାଙ୍ଗର ଗୋଡ଼ ଖସି ଯିବାରୁ ଅନ୍ୟ ଜଣ ତାକୁ ଉଦ୍ଧାର କରିବାକୁ ଯାଇ ଉଭୟେ ପାଣିରେ ବୁଡ଼ିଗଲେ। ଆଜି ଏହି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।
ପୂରା ଘଟଣା ଏମିତି। ରେମୁଣା ଥାନା ପତ୍ରିପାଳ ପଞ୍ଚାୟତ ଚକୁଳିଆ ଗାଁର ହୀର ମୁର୍ମୁ(୭) ଓ ରାଇମଣୀ ବିନ୍ଧାଣୀ(୮) ବାହାରଦା ୟୁପି ସ୍କୁଲ୍କୁ ଯାଇଥିଲେ। ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ସରିବା ପରେ ଦୁଇ ସାଙ୍ଗ ଘରକୁ ଫେରିଥିଲେ। ତେବେ ଘରେ କାହାକୁ କିଛି ନକହି ପୋଖରୀକୁ ଗାଧୋଇବା ପାଇଁ ଏକାଠି ଯାଇଥିଲେ।
ଗାଧୋଇବା ବେଳେ ହୀରାର ଗୋଡ଼ ଖସିଯିବାରୁ ସେ ବୁଡ଼ି ଯାଉଥିଲା। ଏହା ଦେଖି ସାଙ୍ଗ ରାଇମଣୀ ତାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲା। ତେବେ ଗୋଡ଼ ଖସି ଯିବାରୁ ଉଭୟ ହାତ ଧରା ଧରି ହୋଇ ପାଣିରେ ବୁଡ଼ି ଯାଇଥିଲେ। ଚିତ୍କାର ଶୁଣି ପୋଖରୀ ବନ୍ଧରେ ଛିଡ଼ା ହୋଇଥିବା କିଛି ଲୋକ ସେମାନଙ୍କୁ ଉଦ୍ଧାର କରି ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
from OdishaReporter https://ift.tt/2ODpIYS
No comments:
Post a Comment