ଆମ୍ ଆଦ୍‌ମୀ ପାର୍ଟିରୁ ଆଶୁତୋଷଙ୍କ ଇସ୍ତଫା: କେଜ୍ରିୱାଲ୍ କହିଲେ, ଗ୍ରହଣୀୟ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ଆମ୍ ଆଦ୍‌ମୀ ପାର୍ଟିରୁ ଆଶୁତୋଷଙ୍କ ଇସ୍ତଫା: କେଜ୍ରିୱାଲ୍ କହିଲେ, ଗ୍ରହଣୀୟ ନୁହେଁ

Ashutosh-Gupta

ନୂଆଦିଲ୍ଲୀ: ସମ୍ବାଦିକତାରୁ ରାଜନୀତିକୁ ଆସିଥିବା ଆମ୍ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତା ଆଶୁତୋଷ ଗୁପ୍ତା ଦଳ ଛାଡ଼ିଛନ୍ତି। ଟ୍ୱିଟ୍ କରି ଆଶୁତୋଷ ଏହି ସୂଚନା ଦେଇଛନ୍ତି। ନିଜ ଇସ୍ତଫାର କାରଣ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ସେ ଟ୍ୱିଟ୍ ଯୋଗେ କହିଛନ୍ତି। ତେବେ ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଶୁତୋଷଙ୍କ ଏହି ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

‘ଆପ୍‌’ରୁ ଇସ୍ତଫା ସଂପର୍କରେ ୫୩ ବର୍ଷିୟ ଆଶୁତୋଷ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି, ‘‘ପ୍ରତ୍ୟେକ ଯାତ୍ରାର ଶେଷ ଥାଏ। ଏହି କ୍ରମରେ ଆପ୍‌ ସହ ଥିବା ମୋର ସୁନ୍ଦର ଓ ବୈପ୍ଲବିକ ସମ୍ପର୍କ ମଧ୍ୟ ଶେଷ ହୋଇଛି। ସଂପୂର୍ଣ୍ଣ ବ୍ୟକ୍ତିଗତ କାରଣରୁ ମୁଁ ଦଳରୁ ଇସ୍ତଫା ଦେଉଛି ଓ ଇସ୍ତଫାପତ୍ରକୁ ଗ୍ରହଣ କରିବାକୁ ଦଳର ପିଏସି (ପଲିଟିକାଲ୍ ଆଫାୟାର୍ସ କମିଟି)କୁ ଅନୁରୋଧ କରିଛି। ମୋତେ ପ୍ରତିଟି କ୍ଷେତ୍ରରେ ସମର୍ଥନ କରିଥିବାରୁ ଦଳର ସମସ୍ତଙ୍କୁ ଧନ୍ୟବାଦ।”

ଗଣମାଧ୍ୟମ ଉଦ୍ଦେଶ୍ୟରେ କରିଥିବା ତାଙ୍କ ଦ୍ୱିତୀୟ ଟ୍ୱିଟ୍‌ରେ ଆଶୁତୋଷ, ତାଙ୍କ ବ୍ୟକ୍ତିଗତ ଜୀବନ ଓ ନିଷ୍ପତ୍ତିକୁ ସମ୍ମାନ ଦେବା ପାଇଁ ଅନୁରୋଧ କରିଛନ୍ତି। ନିଜ ଇସ୍ତଫା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ଏବଂ ଏଥିପାଇଁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ତେବେ ଆଶୁତୋଷଙ୍କ ଇସ୍ତଫାକୁ ‘ଆପ୍’ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ଦଳରୁ ଆଶୁତୋଷଙ୍କ ଇସ୍ତଫା ଏ ଜନ୍ମର ଅନ୍ତତଃପକ୍ଷେ ଗ୍ରହଣଯୋଗ୍ୟ ନୁହେଁ।

ସେହିପରି ଦଳର ବରିଷ୍ଠ ନେତା ଗୋପାଲ୍ ରାଏ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଆଶୁତୋଷଙ୍କ ଏପରି ନିଷ୍ପତ୍ତିକୁ ଦୁଃଖଦାୟକ ବୋଲି କହିଛନ୍ତି। ଏପରି ନିଷ୍ପତ୍ତିର ପୁନର୍ବିଚାର ସମ୍ପର୍କରେ ଦଳ ତାଙ୍କ ସହ ଆଲୋଚନା କରିବ ବୋଲି ଗୋପାଲ୍ ରାଏ କହିଛନ୍ତି।

ତେବେ ଗତ କିଛି ମାସ ତଳେ ଦଳ ଛାଡ଼ିଥିବା ‘ଆପ୍’ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ କୁମାର ବିଶ୍ୱାସ କିନ୍ତୁ ଇସ୍ତଫା ପାଇଁ ଆଶୁତୋଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୨୦୧୪ରେ ସାମ୍ବାଦିକତା ଛାଡ଼ି ଆମ୍ ଆଦମୀ ପାର୍ଟିରେ ସାମିଲ୍ ହୋଇଥିବା ଆଶୁତୋଷ ସେହିବର୍ଷ ଲୋକସଭା ନିର୍ବାଚନରେ ଚାନ୍ଦିନୀ ଚୌକ ସଂସଦୀୟ କ୍ଷେତ୍ରରୁ ଲଢ଼ିଥିଲେ। ତେବେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ନେତା ହର୍ଷବର୍ଦ୍ଧନଙ୍କ ଠାରୁ ହାରିଯାଇଥିଲେ।

କୁହାଯାଉଛି, ଦଳ ଛାଡ଼ିବା ପାଇଁ ଆଶୁତୋଷ ବହୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ଦୁଇଟି ପୁସ୍ତକ ଲେଖିଥିବା ଆଶୁତୋଷ ଏବେ ତାଙ୍କ ଆଗାମୀ ପୁସ୍ତକ ପାଇଁ ଲେଖାଲେଖିରେ ବ୍ୟସ୍ତ ଅଛନ୍ତି।



from OdishaReporter https://ift.tt/2BcFeJn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages