ଭୟଙ୍କର କିକି ଚ୍ୟାଲେଞ୍ଜ୍: ଚଳନ୍ତା କାର୍ ପାଖରେ ଡ୍ୟାନ୍ସ କରି ସୋଶାଲ୍ ମିଡିଆରେ ପୋଷ୍ଟ କରୁଛନ୍ତି ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଭୟଙ୍କର କିକି ଚ୍ୟାଲେଞ୍ଜ୍: ଚଳନ୍ତା କାର୍ ପାଖରେ ଡ୍ୟାନ୍ସ କରି ସୋଶାଲ୍ ମିଡିଆରେ ପୋଷ୍ଟ କରୁଛନ୍ତି ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ଲୁ-ହ୍ୱେଲ୍ ଭଳି ଘାତକ ଇଣ୍ଟରନେଟ୍ ଗେମ୍ ପରେ, ଏବେ ସବୁଠି ଚର୍ଚ୍ଚାରେ ‘କିକି ଚ୍ୟାଲେଞ୍ଜ’କୁ ନେଇ। ‘କିକି ଡୁ ୟୁ ଲଭ୍ ମି’ ଗୀତର ତାଳେ ତାଳେ ଚଳନ୍ତା କାର୍ ନିକଟରେ ଡ୍ୟାନ୍ସ କରି, ସେହି ଭିଡିଓକୁ ସୋଶାଲ୍ ମିଡିଆରେ ପୋଷ୍ଟ କରାଯାଉଛି। ତେବେ ଏହି ଚ୍ୟାଲେଞ୍ଜ ଦ୍ୱାରା ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଜୀବନ ପ୍ରତି ବିପଦ ରହୁଥିବାରୁ ଏହାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୁଲିସ୍‌। ଭିଡିଓ ଡ୍ୟାନ୍ସରୁ ଆରମ୍ଭ ହେଉଛି ଦୁଃଶାହସିକ ପ୍ରଦର୍ଶନ।

ଗୀତର ତାଳେ ତାଳେ ରାସ୍ତା ଉପରେ କରୁଛନ୍ତି ଡ୍ୟାନ୍ସ । କାରର ଗତି ସହ ପାଦ ମିଳାଉଛନ୍ତି ।  ପଛରୁ କେଉଁ ଗାଡ଼ି ହର୍ଣ୍ଣ ବଜାଉଛି ସେଥିପ୍ରତି ଖାତିର ନାହିଁ। ଗୁଜରାଟ ଭଦୋଦରାର ଜଣେ ମହିଳାଙ୍କ ଡ୍ୟାନ୍ସ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, କିକି ଚ୍ୟାଲେଞ୍ଜ ଯେମିତି କିମିଆ କରିଛି ସବୁ ବର୍ଗର ଲୋକଙ୍କୁ। ତେବେ ଏହି ଡ୍ୟାନ୍ସ କେମିତି ହେଉଛି ଦେଖନ୍ତୁ ତଳେ ଦିଆଯାଇଥିବା ଭିଡିଓ? ତେବେ ହୁସିଆର୍, ଏମିତି ଭିଡିଓ ତିଆରି କରିବାକୁ ଭୁଲ୍‌ରେ ମଧ୍ୟ ଚିନ୍ତା କରନ୍ତୁନି। ଏହାଦ୍ୱାରା ଆପଣ ନିଜ ଜୀବନ ପ୍ରତି ବିପଦ ଡାକିବା ହିଁ ସାର ହେବ।

ଏମିତି ତିଆରି ହେଉଛି କିକି ଭିଡିଓ: ପ୍ରଥମେ ଚଳନ୍ତା କାର୍‌ରୁ ଓହ୍ଲାଇ ଜଣେ ଏହାର ଡୋର୍ ସାଇଡ୍‌ରେ ‘କିକି ଡୁ ୟୁ ଲଭ୍ ମି’ ଧୂନ୍‌ରେ ନାଚ କରିବ ଓ ଅନ୍ୟ ଜଣେ ସମ୍ପୃକ୍ତ ବ୍ୟକ୍ତିଙ୍କ ଭିଡିଓ ସୁଟିଂ କରି ସୋଶାଲ ମିଡିଆରେ ସେୟାର କରିବ। ଯାହାର ନାଁ କି-କି ଚ୍ୟାଲେଞ୍ଜ ରହିଛି। ଏହି ଚ୍ୟାଲେଞ୍ଜ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ଏବେ ଗୋଟିଏ ପରେ ଗୋଟିଏ ଦୃଶ୍ୟ ସାମ୍ନାକୁ ଆସୁଛି, ଯାହାକୁ ନେଇ ସାରା ବିଶ୍ୱରେ ବଢୁଛି ଚିନ୍ତା। ଲକ୍ଷ ଲକ୍ଷ ଲୋକ ଏଭଳି ଭିଡିଓକୁ ଦେଖୁଥିବାରୁ ଓଡ଼ିଶା ପୋଲିସ୍ ଏହାକୁ ନେଇ ସଜାଗ ହୋଇଛି। ଏପରି ଚ୍ୟାଲେଞ୍ଜ୍ ଗ୍ରହଣ ନ କରିବାକୁ ଓଡ଼ିଶା ପୁଲିସ୍ ଟ୍ୱିଟ୍‌ କରି ପରାମର୍ଶ ଦେଇଛି। ସେହିପରି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି, ଏହା ଏକ ବିକୃତ ଚିନ୍ତାଧାରାର କାର୍ଯ୍ୟକ୍ରମ। (ଭିଡିଓ ଦେଖନ୍ତୁ, କିନ୍ତୁ ଏପରି କରିବାକୁ କେବେ ପ୍ରୟାସ କରନ୍ତୁ ନାହିଁ)

 



from OdishaReporter https://ift.tt/2vyAfMY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages