
ଷ୍ଟକହୋମ୍: ସ୍ୱିଡେନ୍ ରାଜପରିବାରର ସୁନା ମୁକୁଟକୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ଏହି ସୁନା ମୁକୁଟ୍ଟି ଏକ ମଧ୍ୟଯୁଗୀୟ କ୍ୟାଥେଡ୍ରାଲରେ ରଖାଯାଇଥିଲା। ଦୁଇ ଜଣ ଲୁଟେରା ଏହାକୁ ଲୁଟି ନେଇଛନ୍ତି।
ଲୁଟେରାମାନେ ମୁକୁଟ ଚୋରି କରିବା ପରେ ସେଠାରେ ଥିବା ଆଲାର୍ମ ବାଜିଥିଲା। କିନ୍ତୁ ଦୁଇ ଲୁଟେରାମାନେ କ୍ୟାଥେଡ୍ରାଲର କାଚ ଭାଙ୍ଗି ଏକ ସ୍ପିଡ୍ ବୋଟ୍ରେ ସେଠାରୁ ଫେରାର ହୋଇଯାଇଥିଲେ।
ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ରାଜ ପରିବାରର ଦୁଇଟି ସୁନା ମୁକୁଟ ଏବଂ ଗୋଟିଏ ଅର୍ବ ଥିବା ଜଣାପଡ଼ିଛି। ମୁକୁଟ ଦୁଇଟିରେ ଦୂର୍ମୂଲ୍ୟ ମୋତି ଖଚିତ ହୋଇଥିଲା।
ଚୋରି ହୋଇଥିବା ସୁନା ମୁକୁଟ ୧୬୦୦ ଶତାବ୍ଦୀର ସମ୍ରାଟ କାର୍ଲ ଏକାଦଶ ଏବଂ ରାଣୀ କ୍ରିଷ୍ଟିନାଙ୍କ ବୋଲି ଜଣାପଡ଼ିଛି।
ଇଣ୍ଟରପୋଲରେ ମାମଲା ରୁଜୁ କରି ସ୍ୱିଡେନ୍ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
from OdishaReporter https://ift.tt/2vwrnY7
No comments:
Post a Comment