
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ନୂଆ ପ୍ରଚାର ଷ୍ଟ୍ରାଟେଜି। ପଞ୍ଚାୟତରୁ ପୌରାଞ୍ଚଳ, ସବୁ ପ୍ରମୁଖ ସ୍ଥାନରେ ଲାଗିବ ହୋର୍ଡିଂ। ଏଥିପାଇଁ ଆଗୁଆ ସ୍ଥାନ ବୁକ୍ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଚିଠି ଲେଖିଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ। ଯଦିଓ ଲୋକଙ୍କୁ ସୂଚନା ପ୍ରଦାନ ପାଇଁ ଏହା ଉଦ୍ଦିଷ୍ଟ ବୋଲି କୁହାଯାଇଛି, ହେଲେ ଏହା ପଛରେ ରାଜନୀତିର ଗନ୍ଧ ବାରି ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ। .
ସରକାରୀ ଯୋଜନାର ପ୍ରଚାର ଆଳରେ ନିର୍ବାଚନ ଆଗରୁ ବିଜେଡି ସବୁ ଗଳିକନ୍ଦିରେ ଛାଇଯିବାକୁ ବସିଛି। ରାଜ୍ୟର ସବୁ ପ୍ରମୁଖ ସ୍ଥାନରେ ଏଭଳି ହୋର୍ଡିଂ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପଞ୍ଚାୟତଠାରୁ ପୌରାଞ୍ଚଳ, ବ୍ଲକ୍ ହେଡ୍ କ୍ୱାଟର୍ସଠାରୁ ଗ୍ରାମାଞ୍ଚଳ, ସବୁ ଅଞ୍ଚଳରେ ହୋର୍ଡିଂ ଲଗାଇବା ପାଇଁ ସ୍ଥାନ ସଂରକ୍ଷିତ ରଖିବାକୁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଯାହାର କିଛିଟା ଝଲକ୍ ଏବେଠାରୁ ଦେଖିବାକୁ ମିଳିଲାଣି ରାଜଧାନୀ ଭୁବନେଶ୍ୱରରେ।
ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଟୁଇଟ୍ କରି କହିଛନ୍ତି- “ଲୋକଙ୍କ ଅର୍ଥର ଅପଚୟ କରି ମିଥ୍ୟା ପ୍ରଚାର କରି ବିଜ୍ଞାପନ ଦିଆଯାଉଛି। ନିର୍ବାଚନ ପ୍ରଚାର ପାଇଁ ଏହା ଉଦ୍ଦିଷ୍ଟ।” ବିଜେପି ମଧ୍ୟ ସରକାରଙ୍କ ଅଭିମୁଖ୍ୟକୁ ସମାଲୋଚନା କରିଛି।
ସୂଚନାଯୋଗ୍ୟ ଯେ, ଆସନ୍ତା ଅଗଷ୍ଟ ୧୫ରେ ରାଜ୍ୟ ସରକାର ଆରମ୍ଭ କରିବେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’। ସେହିପରି ପରେ ପରେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା, ଖୁସି ଯୋଜନା ଓ ପ୍ଲାଷ୍ଟିକ୍ ବ୍ୟାନ୍ କାର୍ଯ୍ୟକାରୀ ହେବ। ତା ସହ ଏବେ ବିଜୁ ଯୁବ ବାହିନୀ ଓ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଛି। ଏସବୁ ସ୍କିମ୍ ପ୍ରଚାର କରି। ଭୋଟ୍ ବ୍ୟାଙ୍କ ମଜଭୁତ ପାଇଁ ଉଦ୍ୟମ ହେଉଥିବା ବେଳେ ବିଜେଡି କହିଛି ଏହା ଲୋକଙ୍କୁ ଜଣାଇବା ପାଇଁ ଏକ ପ୍ରୟାସ।
from OdishaReporter https://ift.tt/2vtFTQt

No comments:
Post a Comment