ଭୁଶୁଡ଼ି ପଡ଼ିଲା ଓଭର୍‌ବ୍ରିଜ୍‌: ଚାଲିଗଲା ୨୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଭୁଶୁଡ଼ି ପଡ଼ିଲା ଓଭର୍‌ବ୍ରିଜ୍‌: ଚାଲିଗଲା ୨୨ ଜୀବନ

ରୋମ୍‌: ଲଗାଣ ବର୍ଷା ଯୋଗୁ ଉତ୍ତର ପୂର୍ବ ଇଟାଲୀର ଜେନୋଆ ସହରର ଏକ ଓଭର୍‌ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ବ୍ରିଜ୍‌ର ଧ୍ୱଂସାବଶେଷ ତଳେ ଏବେ ବି ୧୦ରୁ ଅଧିକ ଗାଡ଼ି ଓ ଲୋକ ଫସି ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ଲଗାଣ ବର୍ଷାର ପ୍ରଭାବରେ ଓଭର୍‌ବ୍ରିଜ୍‌ର ୮୦ ପ୍ରତିଶତ ଅଂଶ ଏବଂ ଏହା ଉପରେ ଥିବା ଏକ ଟାୱାର୍‌ ନିକଟରେ ଥିବା ଏକ ଫ୍ୟାକ୍ଟ୍ରି, କିଛି ବାସଗୃହ, ରେଳ ଧାରଣା ଓ ରାସ୍ତାରେ ଯାଉଥିବା ଗାଡ଼ି ଉପରେ ଖସି ପଡ଼ିଥିଲା। ସ୍ଥାନୀୟ ସମୟ ସକାଳ ୧୧.୩୦ ଓ ଭାରତୀୟ ସମୟ ଅପରାହ୍ଣ ୨.୩୦ରେ ଏହି ଦୁର୍ଘଟଣା ଘଟିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

୧.୨ କିମି ଦୀର୍ଘ ବିଶିଷ୍ଟ  ଏହି ଓଭର୍‌ବ୍ରିଜ୍‌ଟି ୧୯୬୦ ମସିହାରେ ନିର୍ମାଣ ହୋଇଥିଲା। ତେବେ ଏହାର ମରାମତି ୨୦୧୬ରେ କରାଯାଇଥିଲା।

ବ୍ରିଜ୍‌ଟି ଭୁଶୁଡ଼ିବା ଯୋଗୁ ଏହାର ଉଭୟ ପାର୍ଶ୍ୱରେ ଏକାଧିକ ଗାଡ଼ି ମଟର ଅଟକି ରହିଛି। ଉଦ୍ଧାର କାର୍ଯ୍ୟରେ ୨୦୦ରୁ ଅଧିକ ଅଗ୍ନିଶମ ଟିମ୍‌, ହେଲିକପ୍ଟର୍‌ ଓ ସ୍ଥାନୀୟ ପୁଲିସ୍‌ ସାମିଲ ହୋଇଛନ୍ତି।



from OdishaReporter https://ift.tt/2MKVh2t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages