
ଡିୟୁ: କଥାରେ ଅଛି ରଖେ ହରି ମାରେ କିଏ। ଯାହାର ଉଦାହରଣ ଆଜି ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।
ଭାସିଯାଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ସମୁଦ୍ରର କରାଳ ଢେଉରୁ ବର୍ତ୍ତିଯାଇଛନ୍ତି ଜଣେ ମହିଳା।
ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ର ଶାସିତ ଅଞ୍ଚଳ ଡିୟୁ ସହର ନିକଟ ବେଳାଭୂମିରେ। ଭାଗ୍ୟକୁ ଏକ ପଥର ବଞ୍ଚାଇ ଦେଇଛି ମହିଳା ଜଣଙ୍କ ଜୀବନ। ଉଦ୍ଧାର ପାଇଥିବା ମହିଳା ଜଣକ ହେଲେ ରସିଲାବେନ ସୋଲାଙ୍କି। ସମୁଦ୍ର ତଟ ନିକଟରେ ଥିବା ଗଙ୍ଗେଶ୍ୱର ମହାଦେବ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ କେତେ ଜଣ ମହିଳାଙ୍କ ସହ ଯାଇଥିଲେ ସୋଲାଙ୍କି ।
ସମୁଦ୍ର କୂଳରେ ମହାଦେବଙ୍କ ଉଦ୍ଦେଶ୍ୟରେ ଜଳଦାନ କରୁଥିଲେ ମହିଳାମାନେ। ଏହି ସମୟରେ ସମୁଦ୍ରର ଏକ ବଡ଼ ଢେଉ ଆସିବାରୁ ସୋଲାଙ୍କି ଭାସିଯାଇଥିଲେ। ଭାସିଯାଉଥିବା ବେଳେ ମହିଳାଙ୍କୁ ସହାୟତା ପାଇଁ କେହି ସାହସ ଜୁଟାଇ ପାରି ନ ଥିଲେ।
ହେଲେ ମହିଳା ଜଣଙ୍କ ଭାସିଯାଉଥିବା ବେଳେ ଏକ ପଥର ଖଣ୍ଡ ତାଙ୍କୁ ସାହା ହୋଇଥିଲା । ପଥରକୁ ଧରି ପକାଇ ମହିଳା ଜଣକ ଜୀବନ ରକ୍ଷା କରିପାରିଥିଲେ।
କୁହାଯାଏ ଜନ୍ମ ଏବଂ ମୃତ୍ୟୁ ହେଉଛି ଇଶ୍ୱର ନିର୍ଦ୍ଧାରିତ। ତେଣୁ ମୃତ୍ୟୁର ସମୟ ଆଗରୁ ଯେତେ ବଡ଼ ବିପଦ ଆସୁନା କାହିଁକି ସେ ମଣିଷର ଜୀବନ ନେଇପାରେନା। ଏମିତି କି ମୃତ୍ୟୁର ଦୂତ ଯମ ଆସିଲେ ବି କାହାର ଜୀବନ ନେବା ଅସମ୍ଭବ। ଯାହାର ଏହି ଘଟଣା ହେଉଛି ଏକ ଜ୍ୱଳନ୍ତ ଉଦାହରଣ।
from OdishaReporter https://ift.tt/2nC42Rq
No comments:
Post a Comment