ଜର୍ମାନ ଖେଳାଳି ଦାନ୍ତ ଭାଙ୍ଗିଦେଲେ: ତା’ପରେ ଏମିତି ମଜା ଚଖାଇଲେ ହକିର ଯାଦୁଗର ଧ୍ୟାନଚାନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଜର୍ମାନ ଖେଳାଳି ଦାନ୍ତ ଭାଙ୍ଗିଦେଲେ: ତା’ପରେ ଏମିତି ମଜା ଚଖାଇଲେ ହକିର ଯାଦୁଗର ଧ୍ୟାନଚାନ୍ଦ

dhyan chand

ନୂଆଦିଲ୍ଲୀ: ହକିର ଯାଦୁଗର ଧ୍ୟାନଚାନ୍ଦଙ୍କର ଆଜି ହେଉଛି ଜନ୍ମଦିନ। ୧୯୦୫ ମସିହାରେ ଜନ୍ମ ନେଇଥିବା ଏହି କିମ୍ବଦନ୍ତୀ ଖେଳାଳିଙ୍କ ବିଷୟରେ ଆପଣ ବହୁତ କିଛି ଜାଣି ଥିବେ। ହେଲେ ଆଜି ତାଙ୍କ ସହ ଜଡ଼ିତ କିଛି ଜଣା ଅଜଣା କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ।

dhyan chandଜର୍ମାନ ଟିମ୍‌କୁ ମଜା ଚଖାଇଲେ

ଲଗାତାର ତିନିଟି ଅଲମ୍ପିକ୍‌ସ(୧୯୨୮, ୧୯୩୨ ଓ ୧୯୩୬)ରେ ଦେଶକୁ ହକିରେ ସ୍ୱର୍ଣ୍ଣ ପଦକ ଜିତାଇଥିବା ଧ୍ୟାନଚାନ୍ଦଙ୍କ ଉପଲବ୍ଧିର ଲମ୍ବା ତାଲିକା ରହିଛି।

୧୯୩୬ ବର୍ଲିନ୍‌ ଅଲମ୍ପିକ୍‌ ଫାଇନାଲ ମୁକାବିଲା ଭାରତ ଓ ଜର୍ମାନୀ ମଧ୍ୟରେ ହେଇଥିଲା। ୧୪ ଅଗଷ୍ଟରେ ହେବାକୁ ଥିବା ଏହି ମ୍ୟାଚ୍‌ ବର୍ଷା କାରଣରୁ ୧୫ ତାରିଖରେ ଖେଳା ଯାଇଥିଲା। ଷ୍ଟାଡିୟମରେ ୪୦ ହଜାରରୁ ହଧିକ ଦର୍ଶକ ଥିଲେ।

ପ୍ରଥମାର୍ଦ୍ଧରେ ଭାରତ ଗୋଟିଏ ଗୋଲ୍‌ରେ ଆଗରେ ଥିଲା। ଏହାପରେ ଧ୍ୟାନଚାନ୍ଦ ଜୋତା ଓହ୍ଲାଇ ଦେଇ ଖାଲି ପାଦରେ ପଡ଼ିଆକୁ ଓହ୍ଲାଇ ତାଙ୍କ କମାଲ ଦେଖାଇବା ଆରମ୍ଭ କରିଥିଲେ। ଭାରତ ଗୋଟିଏ ପରେ ଗୋଟିଏ ଗୋଲ୍‌ ବର୍ଷା କରିଥିଲା।

୬ଟି ଗୋଲ୍‌ ଖାଇବା ପରେ ଜର୍ମାନ୍‌ ଟିମ୍‌ ଉତ୍ତେଜିତ ଓ ଉଗ୍ର ହୋଇପଡ଼ିଥିଲା ଓ ଫାଉଲ୍ ଖେଳିବା ଆରମ୍ଭ କରିଦେଇଥିଲା। ଜର୍ମାନ ଗୋଲକିପର୍‌ ଟିଟୋ ୱାର୍ନହୋଲ୍ଟଜ୍‌ଙ୍କ ହକି ଷ୍ଟିକ୍‌ ଧ୍ୟାନଚାନ୍ଦଙ୍କ ମୁହଁରେ ଏତେ ଜୋରରେ ବାଜିଥିଲା ଯେ, ତାଙ୍କ ଦାନ୍ତ ଭାଙ୍ଗି ଯାଇଥିଲା।

ପ୍ରାରମ୍ଭିକ ଉପଚାର ପରେ ପଡ଼ିଆକୁ ଫେରିବା ପରେ ଧ୍ୟାନଚାନ୍ଦ ଆଉ ଅଧିକ ଗୋଲ୍ ନଦେବାକୁ ସାଥୀ ଖେଳାଳିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, “ଜର୍ମାନ ଖେଳାଳିଙ୍କୁ ଆଜି ଜଣାଇବା ବଲ୍‌କୁ କେମିତି ନିୟନ୍ତ୍ରଣରେ ରଖାଯାଏ।”

ଏହାପରେ ଭାରତୀୟ ଖେଳାଳି ବାରମ୍ବାର ବଲ୍‌କୁ ଜର୍ମାନ ଗୋଲ୍‌ପୋଷ୍ଟ ପାଖକୁ ନେଇ ଯାଉଥିଲେ ଓ ଗୋଲ୍‌ ନଦେଇ ବଲ୍‌କୁ ପୁଣି ପଛକୁ ପାସ୍‌ କରିଦେଉଥିଲେ।
ଭାରତୀୟ ଖେଳାଳିଙ୍କ ଏପରି ଖେଳ ଦେଖି ଜର୍ମାନ ଖେଳାଳି ହତବାକ୍‌ ହୋଇଯାଇଥିଲେ। ସେମାନେ ବୁଝି ପାରୁ ନଥିଲେ ପଡ଼ିଆରେ କ’ଣ ହେଉଛି।

ଏହି ମ୍ୟାଚ୍‌ରେ ଭାରତ ୮-୧ ଗୋଲ୍‌ରେ ଜର୍ମାନୀକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା।

dhyan chandହିଟ୍‌ଲର୍‌ଙ୍କୁ କହିଲେ ଏମିତି କଥା

କୁହାଯାଏ, ଭାରତୀୟ ଟିମର ଜବରଦସ୍ତ ପ୍ରଦର୍ଶନ ଦେଖି ଜର୍ମାନୀର ଶାସକ ହିଟ୍‌ଲର୍‌ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ଭାରତର ଖେଳାଳିଙ୍କୁ ଖାଇବାକୁ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ ସେ ଧ୍ୟାନଚାନ୍ଦଙ୍କୁ ଜର୍ମାନୀ ତରଫରୁ ହକି ଖେଳିବାକୁ କହିଥିଲେ। ଏହା ବଦଳରେ ତାଙ୍କୁ ଜର୍ମାନ ସେନାରେ କର୍ନେଲ ପଦ ଦେବାର ପ୍ରଲୋଭନ ଦେଖାଇଥିଲେ।

ହେଲେ ଧ୍ୟାନଚାନ୍ଦ ହିଟ୍‌ଲର୍‌ଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଥିଲେ। ସେ କହିଥିଲେ, “ମୋ ଘର ଭାରତ ଓ ମୁଁ ସେଠାରେ ଖୁସିରେ ଅଛି।”

dhyan chandକିଛି ଜଣା ଅଜଣା କଥା

୧. ଧ୍ୟାନ ସିଂହ ରାତି ସମୟରେ ଖେଳ ଅଭ୍ୟାସ କରୁଥିଲେ। ଆକାଶରେ ଚନ୍ଦ୍ର ଆସିବା ପରେ ତାଙ୍କର ଅଭ୍ୟାସ ଆରମ୍ଭ ହୋଇଯାଉଥିଲା। ଏଥିପାଇଁ ସାଥୀ ଖେଳାଳିମାନେ ତାଙ୍କର ଏକ ଉପନାମ ‘ଚାନ୍ଦ’ ରଖିଥିଲେ। ଯାହା ପରବର୍ତ୍ତୀ ସମୟରେ ତାଙ୍କ ନାଁ ସହ ଯୋଡ଼ି ହୋଇ ଧ୍ୟାନଚାନ୍ଦ ହୋଇଯାଇଥିଲା।

୨. ଜାଣିଲେ ଆଶ୍ଚର୍ଯ୍ୟ ହେବେ ପିଲାଟି ଦିନରୁ ହକି ନୁହେଁ, କୁସ୍ତି ପ୍ରତି ଧ୍ୟାନଚାନ୍ଦଙ୍କ ଅଧିକ ଦୁର୍ବଳତା ଥିଲା।

୩. ୧୯୩୩ରେ କୋଲକାତା କଷ୍ଟମ୍ସ ଓ ଝାନ୍ସୀ ହିରୋଜ୍‌ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌କୁ ସେ ଖେଳିଥିବା ମ୍ୟାଚ୍‌ ମଧ୍ୟରୁ ବସୁଠାରୁ ଭଲ ମ୍ୟାଚ୍‌ ବୋଲି ମାନିଥାନ୍ତି।

୩. ୧୯୩୨ ଅଲମ୍ପିକ୍‌ରେ ଆମେରିକାକୁ ୨୪-୧ ଓ ଜାପାନକୁ ୧୧-୧ରେ ଭାରତ ହରାଇ ଥିଲା। ଏହି ଦୁଇଟି ମ୍ୟାଚ୍‌ରେ ଭାରତ ମୋଟ୍‌ ୩୫ଟି ଗୋଲ୍‌ ଦେଇଥିଲା। ଏଥିରୁ ଧ୍ୟାନଚାନ୍ଦ ୧୨ଟି ଗୋଲ୍‌ ଦେଇଥିବା ବେଳେ ତାଙ୍କ ଭାଇ ରୂପ ସିଂହ ୧୩ଟି ଗୋଲ୍‌ ଦେଇଥିଲେ। ଏଥିପାଇଁ ସେମାନଙ୍କୁ ‘ହକିର ଯାଆଁଳା’ କୁହାଯାଇଥାଏ।

୪. ଏକ ମ୍ୟାଚ୍‌ରେ ଧ୍ୟାନଚାନ୍ଦ ଗୋଲ୍‌ କରିପାରୁ ନଥିଲେ। ଏହାକୁ ନେଇ ସେ ଚିନ୍ତିତ ହୋଇ ପଡ଼ିଥିଲେ। ଗୋଲ୍‌ପୋଷ୍ଟର ମାପକୁ ନେଇ ସେ ଆପତ୍ତି ଉଠାଇଥିଲେ। ଯେତେବେଳେ ଗୋଲ୍‌ପୋଷ୍ଟକୁ ମପାଯାଇଥିଲା ଏହା ଅନ୍ତରାଷ୍ଟ୍ରୀୟ ନିୟମ ଅନୁସାରେ ହୋଇ ନଥିବା ଜଣାପଡ଼ିଥିଲା।

୫. ଭାରତ ପାଇଁ ୨୨ ବର୍ଷ ଖେଳି ସେ ୪୦୦ ଗୋଲ୍‌ ଦେଇଥିଲେ। କୁହାଯାଏ, ସେ ଯେତେବେଳେ ଖେଳୁଥିଲେ ବଲ୍‌ ଷ୍ଟିକରେ ଅଠା ଭଳି ଲାଗି ରହୁଥିଲା। ତାଙ୍କ ଷ୍ଟିକ୍‌ରେ ଚୁମ୍ବକ ଥିବା ସନ୍ଦେହରେ ହଲାଣ୍ଡରେ ଏକ ମ୍ୟାଚ୍‌ରେ ତାଙ୍କ ଷ୍ଟିକ୍‌ ଭାଙ୍ଗି ପରୀକ୍ଷା କରାଯାଇଥିଲା। ଜାପାନରେ ଏକ ମ୍ୟାଚ୍‌ ସମୟରେ ତାଙ୍କ ଷ୍ଟିକ୍‌ରେ ଗମ୍‌ ବା ଅଠା ଲଗାଯାଇ ଥିବା ଅଭିଯୋଗ ହୋଇଥିଲା।

୬. ଡିସେମ୍ବର ୩ ତାରିଖ ୧୯୭୯ ମସିହାରେ ଦିଲ୍ଲୀରେ ଧ୍ୟାନଚାନ୍ଦଙ୍କ ପରଲୋକ ଘଟିଥିଲା। ଝାନ୍ସୀରେ ସେ ଯେଉଁ ପଡ଼ିଆରେ ହକି ଖେଳୁଥିଲେ, ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।



from Odisha Reporter https://ift.tt/2NtXPSX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages