ପାୱାର୍‌ କରିଡର୍‌ରେ ଜୁନିଅର ଅଫିସର୍‌ଙ୍କ ରାଜ୍: ଅଲୋଡ଼ା ହୋଇଗଲେ ମୁଖ୍ୟ ସଚିବ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ପାୱାର୍‌ କରିଡର୍‌ରେ ଜୁନିଅର ଅଫିସର୍‌ଙ୍କ ରାଜ୍: ଅଲୋଡ଼ା ହୋଇଗଲେ ମୁଖ୍ୟ ସଚିବ?

ଭୁବନେଶ୍ୱର : ରାଜ୍ୟରେ ପୁଞ୍ଜି ନିବେଶ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇରେ ନିବେଶକଙ୍କୁ ଭେଟିବା କାର୍ଯ୍ୟକ୍ରମବେଳେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅନୁପସ୍ଥିତ ରହିବାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମୁମ୍ବାଇରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରଶାସନିକ ମୁଖ୍ୟ ଭାବେ ମୁଖ୍ୟ ସଚିବ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଦୁଇଦିନ ହେଲା ମୁମ୍ବାଇରେ ଡେରା ପକାଇଥିବାବେଳେ ମୁଖ୍ୟ ସଚିବ ଓଡ଼ିଶାରେ ରହିବା ପଛରେ କୁଆଡ଼େ ପ୍ରଶାସନିକ ମହଲରେ ଚାଲିଥିବା ‘ପାୱାର ୱାର’ର ସାଇଡ୍ ଏଫେକ୍ଟ ବୋଲି ଚର୍ଚ୍ଚା ହେଉଛି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ, ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ବ୍ୟକ୍ତିଗତ ସଚିବ ଓ ଶିଳ୍ପ ସଚିବ ସାମିଲ୍ ହୋଇଥିଲେ।

ଚର୍ଚ୍ଚା ହେଉଛି, ମୁମ୍ବାଇ ନିବେଶକ ମିଟ୍ ଓ ରୋଡ୍ ଶୋ’ କାର୍ଯ୍ୟକ୍ରମରୁ ମୁଖ୍ୟ ସଚିବଙ୍କୁ କୁଆଡ଼େ ଜାଣିଶୁଣି ଦୂରେଇ ରଖାଯାଇଛି।

ତୃତୀୟ ମହଲା ପକ୍ଷରୁ କୁଆଡ଼େ ମୁମ୍ବାଇର ଏହି କାର୍ଯ୍ୟକ୍ରମ ପାଇଁ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ସେଥିରେ ମୁଖ୍ୟ ସଚିବ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀଙ୍କୁ ସାମିଲ କରାଯାଇ ନଥିଲା। ଉନ୍ନୟନ କମିଶନର ଭାବେ ଆର୍.ବାଲକ୍ରିଷ୍ଣନଙ୍କୁ ଅଫିସର୍ ଟିମର ନେତୃତ୍ୱ ନେବାକୁ କୁହାଯାଇଥିଲା।

ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କୁ କେବଳ ଚୁପ୍ ବସିବାକୁ କୁହାଯାଇଥିଲା ଓ ତାଙ୍କ ପରିବର୍ତ୍ତେ ସୁବ୍ରତୋ ବାଗ୍‌ଚି କୁଆଡ଼େ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲେ।

ଶୁଣିବାକୁ ମିଳୁଛି, ଅଣଓଡ଼ିଆ ଅଫିସରଙ୍କ କୋଟେରୀର ପ୍ରାଦୁର୍ଭାବ ଯୋଗୁ ଏବେ ଓଡ଼ିଆ ଅଫିସରମାନଙ୍କୁ ହୀନସ୍ତା ହେବାକୁ ପଡ଼ୁଛି। ମୁଖ୍ୟ ସଚିବ ଆଜି ଦିନ ତମାମ ଭୁବନେଶ୍ୱରରେ ରହି ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା କରିଥିଲେ।

ଯଦିଓ ମୁଖ୍ୟ ସଚିବ ବ୍ୟକ୍ତିଗତ କାରଣରୁ ଏହି ବୈଠକରେ ସାମିଲ ହୋଇପାରିନାହାନ୍ତି ବୋଲି କୁହାଯାଉଛି, କିନ୍ତୁ ବାସ୍ତବରେ ପ୍ରଶାସନିକ ଅଫିସର୍‌ଙ୍କ  ମଧ୍ୟରେ ଚାଲିଥିବା ଛକାପଞ୍ଝା କୁଆଡ଼େ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରୁ ଦୂରେଇ ରଖିଛି।

ଅବଶ୍ୟ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଓ ବିକାଶ ପାଇଁ ସରକାର ଯେତେ ଦମ୍ଭୋକ୍ତି କଲେ ମଧ୍ୟ ୨୦୧୬ ଓଡ଼ିଶା କନକ୍ଲେଭ୍ ମାଧ୍ୟମରେ ଯେଉଁ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ ହୋଇଥିଲା ସେଥିରୁ ଏପର୍ଯ୍ୟନ୍ତ କୌଣସି ଗୋଟିଏ ବି ପ୍ରକଳ୍ପ ବାସ୍ତବରୂପ ନେଇପାରିନି।

ଚର୍ଚ୍ଚା ହେଉଛି, ନିର୍ବାଚନୀ ବର୍ଷରେ ପୁଣି କିଛି ଶିଳ୍ପ ସଂସ୍ଥାକୁ ଡାକି ସେମାନଙ୍କଠୁ କେବଳ ଚାନ୍ଦା ଆଦାୟ କରିବା ଲକ୍ଷ୍ୟରେ ଏଭଳି ଡ୍ରାମା ଚାଲିଛି। ଯଦି ଆନ୍ତରିକତା ରହୁଥାନ୍ତା ତା’ହେଲେ ମୁଖ୍ୟମନ୍ତ୍ରୀ ଦୀର୍ଘବର୍ଷ ଧରି ସ୍ଥାଣୁ ଅବସ୍ଥାରେ ରହିଥିବା ବନ୍ଦର ପ୍ରକଳ୍ପଗୁଡ଼ିକର ବିକାଶ ନାଁରେ ନିବେଶକଙ୍କୁ ଆକୃଷ୍ଟ କରିନଥାନ୍ତେ ବୋଲି ଚର୍ଚ୍ଚା।



from OdishaReporter https://ift.tt/2MdNRaO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages