ଏ ବର୍ଷ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଏ ବର୍ଷ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ !

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ବାୟୁ ଧାର୍ଯ୍ୟ ତାରିଖର ଗୋଟିଏ ଦିନ ଆଗରୁ କେରଳ ଛୁଇଁଥିଲେ ହେଁ ଏ ବର୍ଷ ସ୍ୱାଭାବିକଠାରୁ କମ୍‌ ବର୍ଷିବ। କିଛି ସ୍ଥାନରେ ଅନାବୃଷ୍ଟିର ଆଶଙ୍କା ମଧ୍ୟ ରହିଛି। ପୂର୍ବରୁ ମୌସୁମୀ ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ଯେଉଁ ଆକଳନ କରାଯାଉଥିଲା ତାହା ଏବେ ବଦଳି ଯାଇଛି।

କାରଣ ମୌସୁମୀ ଉପରେ ଏଲ୍‌-ନିନୋର ପ୍ରଭାବ ପଡ଼ିଛି। ତେଣୁ ବର୍ଷାର ପରିମାଣ ହ୍ରାସ ପାଇବ। ଆଜି ଏଭଳି ଭୟଙ୍କର ଚିତ୍ର ଆଙ୍କିଛି ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍‌’।

ଦେଶର ୧୩୦ କୋଟି ଲୋକଙ୍କ ମଧ୍ୟରୁ ୭୦ କୋଟି ଲୋକ ମୌସୁମୀ ଉପରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ନିର୍ଭର କରୁଥିବା ବେଳେ ସ୍କାଏମେଟ୍‌ର ଏଭଳି ପୂର୍ବାନୁମାନ ସମସ୍ତଙ୍କୁ ଆଶଙ୍କିତ କରିଦେଇଛି।

ବିଶେଷକରି ଚାଷବାସ ପାଇଁ ସଜବାଜ ହେଉଥିବା କୃଷକଙ୍କ ଚିନ୍ତା ଅଧିକ ବଢ଼ି ଯାଇଛି। ସ୍କାଏମେଟ୍‌ ଏପ୍ରିଲ୍‌ ମାସରେ ଆକଳନ କରିଥିଲା ଯେ, ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୧୦୦ ପ୍ରତିଶତ ବର୍ଷା ହେବ।

କିନ୍ତୁ ଏବେ ୯୨ ପ୍ରତିଶତ ବର୍ଷା ହେବ ବୋଲି ଏହି ଘରୋଇ ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଛି। ବର୍ଷାର ପରିମାଣ ୯୬%ରୁ ୧୦୪% ମଧ୍ୟରେ ରହିଲେ, ଏହାକୁ ସ୍ୱାଭାବିକ ଧରାଯାଏ।

ସ୍କାଏମେଟ୍‌ କହିଛି, ଜୁନ୍‌ରେ ସମଗ୍ର ଦେଶରେ ୯୫ ପ୍ରତିଶତ ବର୍ଷା ହୋଇଛି। ଜୁଲାଇରେ ୯୫% ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ଅଗଷ୍ଟରେ ମୌସୁମୀ ସବୁଠାରୁ କମ୍‌ ବର୍ଷିବ। ଅଗଷ୍ଟରେ ୮୮% ବର୍ଷା ହୋଇପାରେ।

ସେହିଭଳି ସେପ୍ଟେମ୍ବରରେ ୯୩% ବର୍ଷା ହେବ ବୋଲି ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି।

ଆସନ୍ତା ୬ରୁ ୭ ଦିନ ମଧ୍ୟରେ ବର୍ଷାର ପରିମାଣ ଧୀରେଧୀରେ ହ୍ରାସ ପାଇବ।

ବିଶେଷକରି ଦକ୍ଷିଣ, କେନ୍ଦ୍ରୀୟ ଓ ପଶ୍ଚିମ-ପୂର୍ବ ଭାରତରେ ବର୍ଷାର ପରିମାଣ ପୂର୍ବାପେକ୍ଷା ଯଥେଷ୍ଟ ହ୍ରାସ ପାଇବ।

ବର୍ତ୍ତମାନ ଦେଶରେ ସ୍ୱାଭାବିକଠାରୁ ୭% କମ୍‌ ବର୍ଷା ହୋଇଥିବା ବେଳେ ଅଗଷ୍ଟରେ ଏହା ୧୧% ହୋଇଯିବ।

ସ୍କାଏମେଟ୍‌ର ଏଭଳି ଆକଳନ ଉପରେ ପ୍ରତିକ୍ରିୟା ରଖି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ କେ.ଜେ. ରମେଶ କହିଛନ୍ତି, ଦେଶରେ ମୌସୁମୀ ମାତ୍ର ଦୁଇମାସ ହେଲା ପ୍ରବେଶ କରିଛି।

ଏବେଠାରୁ ଏହା କେତେ ବର୍ଷିବ, ତାହା ଆକଳନ କରାଯିବା ଭୁଲ୍‌ ହେବ।

ମୌସୁମୀ ଦେଶରୁ ଚାଲିଯିବା ପରେ ଏହା ଉପରେ ଏଲ୍‌-ନିନୋର ପ୍ରଭାବ ପଡ଼ିଛି କି ନାହିଁ, ତାହା ଜଣା ପଡ଼ିଥାଏ।

ବର୍ଷା ହେଲେ ଗୋଟିଏ ସପ୍ତାହରେ ସବୁକିଛି ଓଲଟ ପାଲଟ୍‌ ହୋଇଯିବ ବୋଲି ସେ କହିଛନ୍ତି।

 



from OdishaReporter https://ift.tt/2Azhy1n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages