ରାଜ୍ୟସ୍ତରୀୟ ଉଷୁ: ଜେଏସପିଏଲ ଫାଉଣ୍ଡେସନର ଖେଳାଳି ଜିତିଲେ ୨୮ ସ୍ୱର୍ଣ୍ଣ ପଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ରାଜ୍ୟସ୍ତରୀୟ ଉଷୁ: ଜେଏସପିଏଲ ଫାଉଣ୍ଡେସନର ଖେଳାଳି ଜିତିଲେ ୨୮ ସ୍ୱର୍ଣ୍ଣ ପଦକ

ବଡ଼ବିଲ:  ଝାରସୁଗୁଡ଼ାର ବେଲପାହଡ଼ ଶେଷ ହୋଇଥିବା ୨୬ତମ ରାଜ୍ୟ ଉଷୁ ପ୍ରତିଯୋଗିତାରେ ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ପ୍ରୋତ୍ସାହିତ ଖେଳାଳିମାନେ ୨୮ଟି ସ୍ୱର୍ଣ୍ଣ ପଦକ ଜିତି ନୂଆ ରେକର୍ଡ କରିଛନ୍ତି। ୨୮ଟି ସ୍ୱର୍ଣ୍ଣ ସହ ୭ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ ସହ ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ପ୍ରୋତ୍ସାହିତ ଖେଳାଳିମାନେ ସମସ୍ତ ବିଭାଗରେ ସର୍ବମୋଟ୍‌ ୪୭ଟି ପଦକ ଜିତିଛନ୍ତି।

କୌଣସି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଏତେ ସଂଖ୍ୟକ ପଦକ ଜିତିବା ଦଳ ପାଇଁ ଏକ ବିରଳ ରେକର୍ଡ।  ଅଗଷ୍ଟ ୧୭ରୁ ୧୯ ଯାଏ ଚାଲିଥିବା ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ୩୪ ଜଣ ପୁରୁଷ ଏବଂ ୨୨ ଜଣ ମହିଳା ଖେଳାଳି ଭାଗ ନେଇଥିଲେ I

ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇ ଜେଏସପିଏଲ ବଡ଼ବିଲ ପ୍ଲାଣ୍ଟ ମୁଖ୍ୟ ସୁରେଶI ଜି କହିଛନ୍ତି, “ଦଳର ଏହି ସଫଳତାରେ ମୁଁ ଅତ୍ୟନ୍ତ ଆନନ୍ଦିତ I ନିଜର ନିଷ୍ଠା ଏବଂ ଅଦମ୍ୟ ପ୍ରଚେଷ୍ଠା ବଳରେ ଖେଳାଳିମାନେ ଦିନକୁ ଦିନ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି I ମୁଁ ଆଶା କରୁଛି ସେମାନେ ରାଜ୍ୟ ତଥା ଦେଶ ପାଇଁ ଆହୁରି ଗୌରବ ଆଣିବେ ଏବଂ ସମସ୍ତ ପ୍ରକାର ସହାୟତା ପାଇଁ ଜେଏସପିଏଲ ଫାଉଣ୍ଡେସନ୍‌ ସର୍ବଦା ପ୍ରଚେଷ୍ଟାରତ ରହିଛି I”

ଏହି ଦଳରେ ସର୍ବକନିଷ୍ଠ ଖେଳାଳି ଭାବେ  ୧୦ ବର୍ଷୀୟ ଓକିଲ ମୁଣ୍ଡI ଏବଂ ୧୨ ବର୍ଷୀୟ ମାଳିନୀ ମୁଣ୍ଡା ୨୦ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ଶ୍ଵେତାରାଣୀ ମହାନ୍ତ  ୨୮ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି I

ଦଳର ପ୍ରଶିକ୍ଷକ  ପଙ୍କଜ ମହାନ୍ତ ଏବଂ ଦଳ ପରିଚାଳକ ପୁରିନ୍ଦର ଗିରି ଖେଳାଳି ମାନଙ୍କର ଏହି ଚିତ୍ତାକର୍ଷକ ପ୍ରଦର୍ଶନରେ ଖୁସି ବ୍ୟକ୍ତ କରିଛନ୍ତି I ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳିମାନେ ଜାତୀୟ ଉଷୁ ପ୍ରତିଯୋଗିତାରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି ବୋଲି କୋଚ ଶ୍ରୀ ମହାନ୍ତ କହିଛନ୍ତି।

ଏହି ଅବସରରେ ନିକଟରେ ବ୍ରାଜିଲରେ ଅନୁଷ୍ଠିତ ବିଶ୍ୱ ଉଷୁ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ବବୁଲୁ ମୁଣ୍ଡI, କୋଚ ପଙ୍କଜ ଏବଂ ଓଡିଶା ଉଷୁ ସଂଘ ସଭାପତି  ଏସଏସ ହରିଚନ୍ଦନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା I

ଜେଏସପିଏଲ ଫାଉଣ୍ଡେସନ ବଡ଼ବିଲ ଅଞ୍ଚଳର ଆଦିବାସୀ ପିଲାମାନଙ୍କୁ କିକ୍‌-ବକ୍ସିଂ, ଜୁଡୋ ଏବଂ ଉଷୁ ଖେଳ ପ୍ରଶିକ୍ଷଣ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଆସୁଛି

 



from Odisha Reporter https://ift.tt/2N7Lxzm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages