ଏମ୍‌ସ କାଜୁଆଲ୍‌ଟିର କାନ୍ଥ ଓ ଚଟାଣରେ ଫାଟ, ୨୫ ଜଣ ରୋଗୀଙ୍କୁ ସ୍ଥାନାନ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ଏମ୍‌ସ କାଜୁଆଲ୍‌ଟିର କାନ୍ଥ ଓ ଚଟାଣରେ ଫାଟ, ୨୫ ଜଣ ରୋଗୀଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଗୀଙ୍କ ଜୀବନ ସହିତ ଖେଳ। ଭୁବନେଶ୍ୱର ଏମ୍‌ସର କାଜୁଆଲ୍‌ଟି ଟ୍ରମା କେୟାର ୟୁନିଟ୍ କାନ୍ଥ ଓ ଚଟାଣରେ କେତେକ ଫାଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ରୋଗୀଙ୍କୁ ଅନ୍ୟ ୱାର୍ଡ଼କୁ ସ୍ଥାନାନ୍ତରିତ କରାଯାଇଛି। ମାଟି ଦବିବା ଯୋଗୁ ଏପରି ସ୍ଥିତି ଉପୁଜିଛି, ମାସେ ଭିତରେ ମରାମତି କରାଯିବ ବୋଲି ଏମ୍‌ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଏମ୍‌ସ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବି.ଗୀତାଞ୍ଜଳି କହିଛନ୍ତି-“ସପ୍ତାହେ ତଳେ ଟ୍ରମା କେୟାର ୟୁନିଟ୍‌ର କାନ୍ଥ ଓ ଚଟାଣରେ କିଛି ଫାଟ ଦେଖିବାକୁ ମିଳିଥିଲା। ସେଥିପାଇଁ ସେଠାରେ ଥିବା ୨୫ ଜଣ ରୋଗୀଙ୍କୁ ଅନ୍ୟ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି। ଯେଉଁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି, ସେମାନେ କେହି ଗୁରୁତର ନଥିଲେ।”

ସେ କହିଛନ୍ତି- “ୱାର୍ଡ଼ କାନ୍ଥରେ କାହିଁକି ଫାଟ ସୃଷ୍ଟି ହେଲା? ସେଥିପାଇଁ CPWDକୁ ରିପୋର୍ଟ ମଗାଯାଇଥିଲା। ମାଟି ଦବିବାରୁ କାନ୍ଥ ଓ ଚଟାଣରେ ଫାଟ ସୃଷ୍ଟି ହୋଇଛି। ତେଣୁ ମାଟି ଉପରେ ଏକ ବିମ୍‌ ପକାଇ ମରାମତି କରାଯିବ। ଏଥିପାଇଁ ମାସେ ସମୟ ଦରକାର ବୋଲି CPWD ରିପୋର୍ଟରେ ଦର୍ଶାଇଥିଲା। ମରାମତି ସମୟରେ ବାଲି, ଧୂଳି ଓ ସିମେଣ୍ଟ ଉଡ଼ିଲେ ସମସ୍ୟା ଉପୁଜିବାର ଆଶଙ୍କା ଥିବାରୁ ରୋଗୀଙ୍କୁ ଅନ୍ୟ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି।”

ସେ ଆହୁରି କହିଛନ୍ତି- “ଏହି ମରାମତି କାମର ତଦାରଖ କରୁଛନ୍ତି ଏମ୍‌ସ ଇଞ୍ଜିନିୟରିଂ ଟିମ୍‌। ତଥାପି ଆମେ ଭୁବନେଶ୍ୱର ଆଇଆଇଟିର ସହାୟତା ଲୋଡ଼ିଛୁ।”



from OdishaReporter https://ift.tt/2MzHF9Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages