‘ଧଡ଼କ’ ପରେ ଜାହ୍ନବୀଙ୍କୁ ମିଳିଲା ଆଉଏକ ଫିଲ୍ମ, ଏହିସବୁ ସୁପରଷ୍ଚଟାର୍‌ଙ୍କ ସହ ଆସିବେ ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

‘ଧଡ଼କ’ ପରେ ଜାହ୍ନବୀଙ୍କୁ ମିଳିଲା ଆଉଏକ ଫିଲ୍ମ, ଏହିସବୁ ସୁପରଷ୍ଚଟାର୍‌ଙ୍କ ସହ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ର କିମ୍ବଦନ୍ତୀ ଅଭିନେତ୍ରୀ ସ୍ୱର୍ଗୀୟା ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ବଲିଉଡ୍‌ରେ ପାଦ ଥାପି ସାରିଛନ୍ତି। ତାଙ୍କର ଡେବ୍ୟୁ ଫିଲ୍ମ ‘ଧଡ଼କ’ ବକ୍ସ ଅଫିସ୍‌ରେ ଭଲ କଲେକ୍ସନ୍‌ କରୁଛି।

ଫିଲ୍ମରେ ଜାହ୍ନବୀଙ୍କ ଯୋଡ଼ି ନବାଗତ ଈଶାନ୍‌ ଖଟ୍ଟର୍‌ଙ୍କ ସହ ଦେଖିବାକୁ ମିଳିଥିଲା। ଏଥିରେ ଜାହ୍ନବୀଙ୍କ ଅଭିନୟକୁ ଅନେକ ତାରିଫ୍‌ ମଧ୍ୟ ମିଳୁଛି। ‘ଧଡ଼କ’ ପରେ ଜାହ୍ନବୀ ଏବେ ଆଉଏକ ଫିଲ୍ମ ସାଇନ୍‌ କରିଛନ୍ତି।

ଏହା ହେଉଛି ଫିଲ୍ମ ନିର୍ମାତା କରଣ ଜୋହର୍‌ଙ୍କର ଆଗାମୀ ଫିଲ୍ମ ‘ତଖ୍‌ତ’। ଏଥିରେ ଅନିଲ୍‌ କପୁର, ରଣଭୀର ସିଂହ, କରୀନା କପୁର ଖାନ୍‌, ଆଲିଆ ଭଟ୍ଟଙ୍କ ଭଳି ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାର ନଜର ଆସିବେ

ପ୍ରଥମ ଥର ପାଇଁ ଜାହ୍ନବୀ ଏମାନଙ୍କ ସହ ସ୍କ୍ରିନ୍‌ ସେୟାର କରିବେ। ଫିଲ୍ମରେ ଜାହ୍ନବୀ କପୁର, ଭୂମି ପେଡେନ୍‌କର ଓ ଭିକ୍କି କୌଶଲ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏ ସମ୍ପର୍କରେ କରଣ ନିଜେ ଟ୍ୱିଟ୍‌ କରି ଜଣାଇଥିଲେ।

‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍‌’ ପରି ଫିଲ୍ମରେ କାମ କରିସାରିଥିବା ରଣଭୀର ସିଂହ କହିଛନ୍ତି ଯେ, ସେ କରଣଙ୍କର ମଲ୍ଟିଷ୍ଟାରର୍‌ ଐତିହାସିକ ଫିଲ୍ମର ଅଂଶ ହୋଇ ଗର୍ବ ଓ ସମ୍ମାନୀତ ଅନୁଭବ କରୁଛନ୍ତି।

୨୦୧୨ ମସିହାରେ କରଣଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌’ରୁ ଡେବ୍ୟୁ କରିଥିବା ଆଲିଆ ଭଟ୍ଟ ମଧ୍ୟ ଏହି ଫିଲ୍ମକୁ ନେଇ ବେଶ୍‌ ଖୁସି ଅଛନ୍ତି। ତେବେ ଜାହ୍ନବୀଙ୍କ କ୍ୟାରିୟର୍‌ରେ ଏହି ପ୍ରୋଜେକ୍ଟ ଆଉଏକ ପାହାଚ ଯୋଡ଼ି ଦେଇଛି। ଫିଲ୍ମଟି ୨୦୨୦ରେ ପରଦାକୁ ଆସିବ।



from OdishaReporter https://ift.tt/2B6sbcD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages