ନିଟ୍‌ ବର୍ଷକୁ ଥରେ, ଦୁଇଥର ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ନିଟ୍‌ ବର୍ଷକୁ ଥରେ, ଦୁଇଥର ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନା

ନୂଆଦିଲ୍ଲୀ: ନ୍ୟାଶନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍‌(ନିଟ୍‌) ପରୀକ୍ଷା ବର୍ଷକୁ ଦୁଇଥର ଏବଂ ଏହା ଅନ୍‌ ଲାଇନ୍‌ ଜରିଆରେ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବ ଆଜି ଅଗ୍ରାହ୍ୟ ହୋଇଯାଇଛି।

ଦୁଇ ଥର କିମ୍ବା ଅନ୍‌ଲାଇନ୍‌ ଜରିଆରେ ନିଟ୍‌ ପରୀକ୍ଷା ହେଇପାରିବ ନାହିଁ। ପୂର୍ବଭଳି ନିଟ୍‌ ପରୀକ୍ଷା ବର୍ଷକୁ ଥରେ ଏବଂ କାଗଜ କଲମରେ ହେବ ବୋଲି ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିଜ ପୂର୍ବ ନିଷ୍ପତ୍ତିକୁ ପରିବର୍ତ୍ତନ କରି ଘୋଷଣା କରିଛି। ଏହି ନିର୍ଦ୍ଦେଶାନାମା ପରେ ଆସନ୍ତା ବର୍ଷ ମେ’ ମାସରେ ମେଡିକାଲ ଓ ଦେଣ୍ଟାଲ୍‌ ଅଣ୍ତର ଗ୍ରାଜୁଏଟ୍‌ ପ୍ରୋଗ୍ରାମ ପାଇଁ ନିଟ୍‌ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି।

ଜୁଲାଇ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରସ୍ତାବ କ୍ରମେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ନୂଆ କରି ଗଠନ ହୋଇଥିବା ନ୍ୟାଶନାଲ ଟେଷ୍ଟ ଏଜେନ୍ସି ବର୍ଷକୁ ଦୁଇଥର ନିଟ୍‌ ପରୀକ୍ଷା କରାଇବ ଏବଂ ଏହା କମ୍ପ୍ୟୁଟର ଦ୍ୱାରା ଅନଲାଇନରେ କରାଯିବ।

ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପୂର୍ବରୁ ନିଟ୍‌ ପରୀକ୍ଷା ବର୍ଷକୁ ଦୁଇଥର ହେବ ବୋଲି ଯେଉଁ ଘୋଷଣା କରାଯାଇଥିଲା, ତାହା ଭୁଲ ଥିଲା। ଏବେ ନିଟ୍‌ ପରୀକ୍ଷା ବର୍ଷକୁ ଥରେ ଏବଂ କାଗଜ କଲମରେ କରାଯିବ।

ଗତବର୍ଷ ଶିକ୍ଷାର୍ଥୀମାନେ ଯେଉଁ ସବୁ ଭାଷାରେ ପରୀକ୍ଷା ଦେଉଥିଲେ, ଏବେ ମଧ୍ୟ ସେହିସବୁ ଭାଷାରେ ପରୀକ୍ଷା ଦେଇପାରିବେ। ଆସନ୍ତା ନିଟ୍‌ ପରୀକ୍ଷା ପାଇଁ ଶିକ୍ଷାର୍ଥୀମାନେ ନଭେମ୍ବର ୧ରୁ ନିଜର ନାଁ ପଞ୍ଜୀକରଣ କରିପାରିବେ। ପରୀକ୍ଷା ୨୦୧୯ ମସିହା ମେ’ ୫ରେ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି



from Odisha Reporter https://ift.tt/2MJ4Oua

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages