ନୟା ରାୟପୁରର ନୂଆ ନାଁ ‘ଅଟଳ ନଗର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ନୟା ରାୟପୁରର ନୂଆ ନାଁ ‘ଅଟଳ ନଗର’

vajpayee

ରାୟପୁର: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କୁ ଛତିଶଗଡ଼ ସରକାର ଆଜି ଏକ ଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଟଳଜୀଙ୍କୁ ସବୁଦିନ ପାଇଁ ମନେ ରଖିବା ପାଇଁ ଛତିଶଗଡ଼ ସରକାର ରାଜ୍ୟର ପ୍ରସ୍ତାବିତ ନୂଆ ପ୍ରଶାସନିକ ରାଜଧାନୀ ନୟା ରାୟପୁରର ନାଁକୁ ବଦଳାଇ ‘ଅଟଳ ନଗର’ ଭାବେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ଏ ସଂକ୍ରାନ୍ତ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି। ନୟା ରାୟପୁର ରାଜ୍ୟର ପ୍ରଶାସନିକ ରାଜଧାନୀ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଏହା ବ୍ୟତୀତ ଶ୍ରୀ ସିଂହ ରାଜ୍ୟର କେତେକ ଶିକ୍ଷାନୁଷ୍ଠାନ ଓ ପ୍ରକଳ୍ପର ନାଁକୁ ମଧ୍ୟ ଦିବଂଗତ ବାଜପେୟୀଙ୍କ ନାଁରେ ନାମିତ କରିଛନ୍ତି।

ବିଳାସପୁର ବିଶ୍ୱବିଦ୍ୟାଳୟର ନାଁକୁ ‘ଅଟଳ ବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟ’ରେ ପରିବର୍ତ୍ତନ କରାଯାଇଥିବା ବେଳେ ନ୍ୟାରୋ ଗେଜ୍‌ ରେଳ ଲାଇନ୍‌ ଏବେ ‘ଅଟଳ ପଥ’ ଭାବେ ନାମିତ ହୋଇଛି। ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛ ପାଖରେ ନିର୍ମାଣାଧୀନ ସେଣ୍ଟ୍ରାଲ୍‌ ପାର୍କର ନାଁକୁ ‘ଅଟଳ ପାର୍କ’ କରାଯାଇଛି। ପୋଖରାନ୍‌ ଆଣବିକ ପରୀକ୍ଷଣରେ ବାଜପେୟୀଙ୍କ ଅବଦାନକୁ ମନେରଖିବା ପାଇଁ ଛତିଶଗଡ଼ ସରକାର ଗୋଟିଏ ପୁଲିସ୍‌ ବ୍ୟାଟାଲିୟନ୍‌ର ନାଁକୁ ‘ପୋଖରାନ୍‌ ବ୍ୟାଟାଲିୟନ୍‌’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ମଧ୍ୟପ୍ରଦେଶରେ ନିର୍ମାଣ ହେବ୨ଟି ସ୍ମାରକୀ 

ସେହିପରି ମଧ୍ୟପ୍ରଦେଶ ସରକାର ମଧ୍ୟ ଅଟଳଜୀଙ୍କ ସ୍ମୃତିରେ ଗ୍ୱାଲିୟର ଓ ଭୋପାଲ୍‌ରେ ଦୁଇଟି ସ୍ମାରକୀ ନିର୍ମାଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ଆସନ୍ତାବର୍ଷ ଠାରୁ ସ୍କୁଲ ପାଠ୍ୟକ୍ରମରେ ବାଜପେୟୀଙ୍କ ଜୀବନୀ ସାମିଲ କରାଯିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ‘ଗ୍ଲୋବାଲ ସ୍କିଲ୍‌ ପାର୍କ’ର ନାଁକୁ ମଧ୍ୟ ବାଜପେୟୀଙ୍କ ନାଁରେ ନାମିତ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଏହାବ୍ୟତୀତ ହିମାଚଳପ୍ରଦେଶ ଓ ଉତ୍ତର ପ୍ରଦେଶ ସରକାର ମଧ୍ୟ ବାଜପେୟୀଙ୍କ ଉଦ୍ଦେଶ୍ୟରେ ସ୍ମାରକୀ ନିର୍ମାଣ କରିବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2OUyceb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages