ଗାଁରେ ଗର୍ଜିବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଗାଁରେ ଗର୍ଜିବ ବିଜେପି

bjp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମିଶନ ୨୦୧୯ ଯେନତେନ ପ୍ରକାରେ ଓଡ଼ିଶାକୁ ଅକ୍ତିଆର କରିବାକୁ ଲକ୍ଷ୍ୟ। କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ। ନବୀନ ସରକାରଙ୍କ ବିରୋଧରେ ରଣ ହୁଙ୍କାର ଏମିତି କିଛି ଷ୍ଟ୍ରାଟେଜୀରେ ଚାଲିଛି ବିଜେପି। ଲୋକଙ୍କ ପାଖକୁ ଯିବାକୁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଦଳୀୟ ନେତା। ଏବେ ଗାଁ ଉପରେ ପୂରା ଫୋକସ୍‌।

ରାଜ୍ୟ ସରକାରଙ୍କ ‘ଗରିବ ମାରଣ ନୀତି’ ବିରୋଧରେ ଲୋକଙ୍କ ପାଖକୁ ଯିବ ଦଳ। ଆଜି ଦଳର ହେଭିୱେଟ୍‌ଙ୍କୁ ନେଇ ବସିଥିବା ବୈଠକରେ ଏଇ ନିଷ୍ପତ୍ତି ହୋଇଛି।

ଦଳ ସରକାରଙ୍କ ବିରୋଧରେ କେନ୍ଦ୍ରୀୟ ଯୋଜନା ହଡ଼ପର ଅଭିଯୋଗ ଆଣିଥିବା ବେଳେ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ବି ଉଠାଇଛି ପ୍ରଶ୍ନ। ସରକାରଙ୍କ ବିରୋଧରେ ଆନ୍ଦୋଳନ ନେଇ ରଣନୀତି ପ୍ରସ୍ତୁତି ସହ ସଂଗଠନକୁ ଅଧିକ ମଜଭୁତ୍ କରିବା ପାଇଁ ଅମିତ ଶାହ ଦେଇଥିବା ଟାସ୍କର ବି ସମୀକ୍ଷା କରାଯାଇଛି ଆଜିର ବୈଠକରେ।

ଯୋଜନାକୁ ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ବିଜେଡି ଉଜ୍ଜ୍ୱଳା ଯୋଜନାକୁ ବିଫଳ ବୋଲି କହିବା ପରେ ଆଜି ରାଜ୍ୟ ସରକାରଙ୍କ ବିରୋଧରେ କେନ୍ଦ୍ର ଯୋଜନା ହଡ଼ପର ଅଭିଯୋଗ ଆଣି ବର୍ଷିଛି ବିଜେପି।

ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ପାର୍ଲାମେଣ୍ଟ ପ୍ରଭାରୀ ବୈଠକରେ ସରକାରଙ୍କ ବିରୋଧରେ ଯୋଜନା ହଡ଼ପର ଅଭିଯୋଗ ନେଇ ଗାଁ ଗାଁରେ ଦଳ ପହଁଞ୍ଚିବାକୁ ନିଷ୍ପତ୍ତି ହୋଇଛି। ଫୋକସ୍‌ରେ ରହିବ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’। ଏହି ଯୋଜନାରେ ନିର୍ମାଣ ହେଉଥିବା ଘରକୁ ସରକାର ‘ବିଜୁ ପକା ଘର’ ନାଁ ଦେଇ ବାହାବା ନେଉଥିବାରୁ ଏ ବିଷୟରେ ଲୋକଙ୍କୁ ସଚେତନ କରିବେ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତା।

‘ସୌଭାଗ୍ୟ’ ଯୋଜନାରେ ଆସୁଥିବା ଟଙ୍କାର ମାତ୍ର ୫ ପ୍ରତିଶତ ଖର୍ଚ୍ଚ ହୋଇଛି ବୋଲି ମଧ୍ୟ ଅଭିଯୋଗ ଆଣିଛି ବିଜେପି। ଏହାବାଦ୍ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।

ଏହାସହ କେନ୍ଦ୍ରର ‘ଉଜ୍ଜ୍ୱଳା ଯୋଜନା’କୁ ରାଜ୍ୟ ବିରୋଧ କରିବା ପ୍ରସଙ୍ଗକୁ ନେଇ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଦଳ।

ଆନ୍ଦୋଳନ ପାଇଁ ଖସଡ଼ା ପ୍ରସ୍ତୁତ ସହ ସଂଗଠନ ପାଇଁ ବି ବୈଠକରେ ହୋଇଛି ମନ୍ତ୍ରଣା। ଜୁଲାଇ ୧ରେ ଶାହା ଭୁବନେଶ୍ୱର ଆସି ରାଜ୍ୟ ନେତାଙ୍କୁ ଦେଇଥିବା ଟାସ୍କ୍‌ କେତେ ପୂରଣ ହୋଇଛି, ତାହାର ସମୀକ୍ଷା ହୋଇଥିଲା।

ଶାହ ଦେଇଥିବା ‘ହୋମ୍‌ୱାର୍କ’ର ପାଖାପାଖି ୮୦ ପ୍ରତିଶତ କାମ ପୂରଣ ହୋଇସାରିଲାଣି ବୋଲି ବୈଠକ ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

ପ୍ରତି ସଂସଦୀୟ କ୍ଷେତ୍ର ଓ ବିଧାନସଭାରେ ଦଳ ପ୍ରଭାରୀ ନିଯୁକ୍ତ କରିଥିବା ବେଳେ ୨ଟି ବୁଥ୍ ପାଇଁ ଜଣେ ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି। ସଂଗଠନ ମଜଭୁତ୍ କରିବା ସହ ଏମାନେ କେନ୍ଦ୍ରର ସଫଳ ଯୋଜନା ଓ ରାଜ୍ୟର ବିଫଳତା କଥା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଶାହ ନିର୍ଦ୍ଦେଶ ଦେଇଥିଲେ। ଏ କାମ କେତେ ପୂରଣ ହେଉଛି, ପ୍ରତି ୧୫ ଦିନରେ ସେ ନେଇ ରିପୋର୍ଟ ଦେବାକୁ ବି ନେତା ଓ କର୍ମୀଙ୍କୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।



from OdishaReporter https://ift.tt/2vFVUmz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages