ଦିନେ ରକ୍ତର ହୋଲି ଖେଳୁ ଥିବା ହାତ ଆଜି ହକି ଖେଳୁଛି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଦିନେ ରକ୍ତର ହୋଲି ଖେଳୁ ଥିବା ହାତ ଆଜି ହକି ଖେଳୁଛି…

ରାୟପୁର: ବଦଳିଛି ମିଶନ୍। ବଦଳିଛି ଲକ୍ଷ୍ୟ। କାଲି ଯେଉଁ ହାତ ବନ୍ଧୁକ ଧରିଥିଲା ସେ ଆଜି ଧରିଛି ହକି ଷ୍ଟିକ୍‌। ଦିନେ ରକ୍ତର ହୋଲି ଖେଳୁ ଥିବା ସେହି ହାତ ଆଜି ଖେଳୁଛି ହକି।

ଅନ୍ଧାରି ମୂଲକରୁ ବାହାରି ନୂତନ ଆଲୋକର ସ୍ୱପ୍ନ ଦେଖୁଛନ୍ତି। ସମାଜର ମୁଖ୍ୟସ୍ରୋତରୁ ମୁହଁ ଫେରାଇ ଯେଉଁମାନେ ଦିନେ ଲାଲ ସଂଗଠନରେ ସାମିଲ ହୋଇଥିଲେ ଏବେ ସେମାନେ ବନ୍ଧୁକ ଛାଡି ହକି ଷ୍ଟିକ୍‌ ଧରି ଅଭ୍ୟାସ କରୁଛନ୍ତି।

ଛତିଶଗଡର କୋନ୍ଦାଗା ଅଂଚଳରେ ଧୀରେ ଧୀରେ ମହିଳା ନକ୍ସଲଙ୍କ ଚିନ୍ତାଧାରା ବଦଳୁଛି। କେବଳ ହକି ନୁହେଁ, ଆତ୍ମନିର୍ଭରଶୀଳ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ସେମାନେ।

ଅମଡ଼ା ବାଟରୁ ଫେରି ଆସି ମନରେ ନୂଆ ଉତ୍ସାହ ନେଇ କିଛି କରିଦେଖାଇବା ପାଇଁ ଏମାନେ ଏବେ ବନ୍ଧୁକ ଛାଡ଼ି ଦେଇଛନ୍ତି। ମାଓ ପ୍ରବଣ ଛତିଶଗଡ଼ କୋନ୍ଦାଗା ଯୁବତୀମାନେ ହକି ଖେଲୁଥିବା ବେଳେ ସେମାନଙ୍କୁ  ତାଲିମ ଦେଉଛନ୍ତି ଆଇଟିବିପି ଯବାନ।

ନକ୍ସଲ ଚିନ୍ତାଧାରାର ନିପାତ ପାଇଁ ପଣ କରିଛନ୍ତି ଏହି ଖେଳାଳିମାନେ। ନିଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏମାନେ ସୁରକ୍ଷା ବାହିନୀରେ ଯୋଗ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେମାନେ ନିୟମିତ ଅଭ୍ୟାସ କରୁଛନ୍ତି।

ନକ୍ସଲ ପ୍ରଭାବିତ ଏହି ଇଲାକାରେ ସେମାନଙ୍କୁ ପର୍ଯ୍ୟାପ୍ତ ତାଲିମ ମିଳୁ ନଥିଲେ ମଧ୍ୟ ବିଭିନ୍ନ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରି ସଫଳତା ପାଉଛନ୍ତି।

କେବଳ କୋନ୍ଦାଗା ନୁହେଁ ଛତିଶଗଡ଼ର ନକ୍ସଲ ପ୍ରବଣ ବସ୍ତର ଅଞ୍ଚଳର ବାସିନ୍ଦାମାନେ ମଧ୍ୟ ନିକଟରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

ଗାଁକୁ ରାସ୍ତା, ପିଲାଙ୍କ ପାଇଁ ସ୍କୁଲ ଏବଂ ସ୍ୱାସ୍ଥ୍ୟ ସୁବିଧା ଏବେ ପହଞ୍ଚିଛି ଏହି ଅଞ୍ଚଳରେ। ଧୀରେ ଧୀରେ ପରିବର୍ତ୍ତନର ନୂଆ ସୂର୍ଯୋଦୟ ପଥରେ ଅଗ୍ରସର ଛତିଶଗଡ଼ର ଏହି ଅଞ୍ଚଳଗୁଡିକୁ ନେଇ ଏବେ ଶାନ୍ତି ପ୍ରତିଷ୍ଠାର ଏକ ନୂଆ ଦିଗ ସୃଷ୍ଟି ହୋଇଛି।



from OdishaReporter https://ift.tt/2MjMVhQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages