
ବଲାଙ୍ଗିର(ସସ୍ମିତା ସାହୁ): ଅଗଷ୍ଟ ୫ ତାରିଖ । ସାରା ବିଶ୍ୱ ପାଳୁଛି ବନ୍ଧୁତା ଦିବସ ବା ଫ୍ରେଣ୍ଡ ଶିପ୍ ଡେ। କିଏ ନିଜ ବନ୍ଧୁକୁ ମିଠା ଖୁଆଇ ମଉଜ କରୁଛି ତ କିଏ ସାରା ଜୀବନ ଏକାଠି ସାଥିହୋଇ ଚାଲିବାକୁ ଦେଉଛି ପ୍ରତିଶ୍ରୁତି। ଆଉ ଏମିତି ଦିନରେ ସେମାନେ ବି ସାଙ୍ଗ ହୋଇ ଚାଲି ଯାଇଛନ୍ତି ଏମିତି ରାଜ୍ୟକୁ, ଯେଉଁଠୁ ଆଉ କେବେ ଫେରିବେନି।
ବଲାଙ୍ଗିର ସହରର ମାଲପଡାରେ ଆଜି ବଡ଼ି ଭୋରରୁଘଟିଥିବା ଦୁର୍ଘଟଣାରେ ୩ ସାଙ୍ଗ ଚାଲିଯାଇଛନ୍ତି ଆରପାରିକୁ। ଆଜିର ଦିନକୁ ବେଶ ଧୂମ୍ଧାମରେ ପାଳନ କରିବା ପାଇଁ ଯୋଜନା କରିଥିଲେ ସେମାନେ। ହେଲେ ନିୟତିର ଗତି ଥିଲା ଭିନ୍ନ।
ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର-ସୋନପୁର ରାଜରାସ୍ତାର ସାତମାଇଲ ଛକ ନିକଟରେ ବାଇକ ସହିତ ତିନିଜଣ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ରାତିରେ ପୁଇଁନ୍ତଲା ପୋଲିସ ପହଞ୍ଚି ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେତେବେଳକୁ ତିନି ଜଣଙ୍କ ପ୍ରାଣବାୟୁ ଉଡ଼ି ସାରିଥିଲା। ମାଳପଡ଼ାର ତିନି ଜଣ ସାଂଗ- ଲଳିତ ରଂଜନ କର, ଅଚ୍ୟୁତ ବଗର୍ତ୍ତି ଏବଂ ରାଜେଶ ବାଗ୍ଙ୍କ ମୃତ୍ୟୁ ଘଟିଥିବା ଜାଣିବା ପରେ ପରିବାର ଲୋକେ ପହଞ୍ଚିଥିଲେ ଡାକ୍ତରଖାନାରେ। ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ସେଠାରେ।
ସୂଚନାଯୋଗ୍ୟ, ମୃତ ତିନି ଯୁବକ ପିଲାଦିନରୁ ଘନିଷ୍ଠ ବନ୍ଧୁ ଥିଲେ । ଆଜି ଫ୍ରେଣ୍ଡଶିପ୍ ଡେ ଥିବାରୁ ତିନି ସାଂଗ ସୋନପୁର ରାସ୍ତାର ଏକ ହୋଟେଲକୁ ରାତିରେ ଖାଇବା ପାଇଁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଅନୂମାନ କରାଯାଉଛି।
ମୃତ୍ୟୁ ପରେ ସେମାନଙ୍କ ଗାଁରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁ ସାଙ୍ଗମାନଙ୍କ ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଥାନ୍ତେ, ସେହି ହାତରେ ଶବକୁ ବୋହିଥିଲେ ଅନ୍ୟ ସାଥୀମାନେ। ଏକାଠି ଜଳିଥିଲା ତିନି ସାଙ୍ଗଙ୍କ ଜୁଇ।
from OdishaReporter https://ift.tt/2nfRZZU
No comments:
Post a Comment