ଭାରତ ପାଇଁ ଟାର୍ଗେଟ ୧୯୪: ୧୮୦ରେ ଇଂଲଣ୍ଡ ପାଳି ଶେଷ, ଇଶାନ୍ତଙ୍କୁ ୫ ୱିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଭାରତ ପାଇଁ ଟାର୍ଗେଟ ୧୯୪: ୧୮୦ରେ ଇଂଲଣ୍ଡ ପାଳି ଶେଷ, ଇଶାନ୍ତଙ୍କୁ ୫ ୱିକେଟ୍‌

ବର୍ମିଂହାମ: ଯୁବ ଅଲରାଉଣ୍ଡର ସାମ କରାନ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ଘରୋଇ ଇଂଲଣ୍ଡ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ୱିତୀୟ ଇନିଂସରେ ମାତ୍ର ୧୮୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଗସ୍ତର ପ୍ରଥମ ମ୍ୟାଚ୍‌ରେ ବିଜୟ ପାଇଁ ବିରାଟ୍‌ ବାହିନୀ ସମ୍ମୁଖରେ ଏବେ ୧୯୪ ରନ୍‌ ରହିଛି।

ଇନିଂସ ଆରମ୍ଭରୁ ରବିଚନ୍ଦ୍ରନ ଅଶ୍ୱିନ୍‌ ଇଂଲିଶ ଟପ୍‌ ଅର୍ଡରକୁ ପ୍ୟାଭିଲିୟନ୍‌ ରାସ୍ତା ଦେଖାଇଥିବା ବେଳେ ଘରୋଇ ଦଳର ମିଡିଲ ଅର୍ଡରକୁ ଧ୍ୱସ୍ତ କରିଦେଇଥିଲେ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା। ଅଶ୍ୱିନ୍‌ ଓ ଇଶାନ୍ତ ମିଳିତ ଭାବେ ଇଂଲଣ୍ଡର ପ୍ରଥମ ୭ ୱିକେଟ୍‌କୁ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ।

୮୭ ରନ୍‌ରେ ଦ୍ୱିତୀୟ ଇନିଂସରେ ୭ଟି ୱିକେଟ୍‌ ହରାଇ କ୍ରିଜ୍‌ରେ ସଂଘର୍ଷ କରୁଥିବା ଇଂଲଣ୍ଡ ଦଳକୁ ଏହି ବିପର୍ଯୟରୁ ଉଦ୍ଧାର କରିଥିଲେ ଅଷ୍ଟମ ୱିକେଟ୍‌ ପାଇଁ ନବାଗତ ଅଲରାଉଣ୍ଡର ସାମ କରାନ୍‌ ଓ ଆଦିଲ୍‌ ରଶିଦଙ୍କ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ।

ଉଭୟ ଅଷ୍ଟମ ୱିକେଟ୍‌ ପାଇଁ ମହତ୍ତ୍ୱପୂର୍ଣ୍ଣ ୪୮ ରନ୍‌ କରି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ତେବେ ରଶିଦ୍‌ଙ୍କୁ କ୍ଲିନ୍‌ ବୋଲ୍ଡ କରି ଉମେଶ ଯାଦବ ୱିକେଟ୍‌ ପାଇଁ ଚାଲିଥିବା ସଂଘର୍ଷରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ପରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ଧୱନଙ୍କ ହାତରେ କ୍ୟାଚ୍‌ କରାଇ ଇଶାନ୍ତ ଗସ୍ତର ପ୍ରଥମ ମ୍ୟାଚ୍‌ରେ ୫ ୱିକେଟ୍‌ର ସଫଳତା ପାଇଥିଲେ। ତେବେ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କୁ ଜବରଦସ୍ତ ମୁକାବିଲା କରି ୬୩ ରନ୍‌ର ସ୍ମରଣୀୟ ପାଳି ଖେଳିଥିବା କରାନ୍‌ଙ୍କୁ ୱିକେଟ୍‌ କିପର୍‌ ଦୀନେଶ କାର୍ତ୍ତିକଙ୍କ ଦ୍ୱାରା କ୍ୟାଚ୍‌ କରାଇ ଇଂଲିଶ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ ଉମେଶ ଯାଦବ।

ଟିମ୍‌ ଇଣ୍ଡିଆ ପକ୍ଷରୁ ଇଶାନ୍ତ ଶର୍ମା ୫୧ ରନ୍‌ରେ ୫ ଓ ଅଶ୍ୱିନ୍‌ ୫୯ ରନ୍‌ରେ ୩ ୱିକେଟ୍‌ ଅକ୍ତିଆର୍‌ କରିଥିବା ବେଳ ଉମେଶ ଯାଦବ ୨ଟି ୱିକେଟ ଦଖଲ କରିଛନ୍ତି।

ପୂର୍ବରୁ ପ୍ରଥମ ଇନିଂସରେ ଅଧିନାୟକ ଜୋ ରୁଟ୍‌ ଓ ଜନ୍ନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ୨୮୭ ରନ୍‌ କରିଥିବା ବେଳେ ଏହାର ଜବାବରେ କୋହଲିଙ୍କ ଜବରଦସ୍ତ ଶତକ ଜରିଆରେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୨୭୪ ରନ୍‌ କରିଥିଲା।

ମ୍ୟାଚ୍‌ ଶେଷ ହେବାକୁ ଆଉ ୨ ଦିନ ବାକି ଥିବା ବେଳେ ଏଥିରୁ ଫଳାଫଳ ମିଳିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି।



from OdishaReporter https://ift.tt/2AKOnJ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages