ଏବେ ଓଡ଼ିଶା ମୁହାଁ ବାଂଲାଦେଶୀ! ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଏବେ ଓଡ଼ିଶା ମୁହାଁ ବାଂଲାଦେଶୀ! ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସାମ ନାଗରିକ ପଞ୍ଜିକାରୁ ବାଦ ପଡ଼ିଥିବା ପାଖାପାଖି ୪୦ ଲକ୍ଷ ବାଂଲାଦେଶୀ ଏବେ ଅନ୍ୟ ରାଜ୍ୟକୁ ମୁହାଁଇଛନ୍ତି। ସେମାନଙ୍କ ପାଇଁ ଓଡ଼ିଶା ସୁରକ୍ଷିତ ସ୍ଥାନ ବୋଲି କୁହାଯାଉଥିବାରୁ ସେମାନେ ଓଡ଼ିଶାରେ ପ୍ରବେଶ କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଉଛି । ପୂର୍ବରୁ ଏଠାରେ ରହୁଥିବା ବାଂଲାଦେଶୀଙ୍କ ସହାୟତାରେ ସେମାନେ ଓଡ଼ିଶାରେ ପ୍ରବେଶ କରିବାକୁ ଯୋଜନା କରୁଥିବା ସନ୍ଦେହ କରାଯାଉଛି। ତେଣୁ ଉପକୂଳବର୍ତ୍ତୀ ଜିଲ୍ଲାର ଏସ୍‌ପି ଓ ମେରାଇନ୍‌ ଥାନାଗୁଡିକୁ ଆଲର୍ଟ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ଉପକୂଳରେ ବାଲାଂଦେଶୀଙ୍କ ଅନୁପ୍ରବେଶର ଅଧିକ ଆଶଙ୍କା ରହିଛି। ସେମାନେ ସମୁଦ୍ରପଥରେ ଗଳାବାଟ ଦେଇ ଚାଲି ଆସିପାରନ୍ତି। ଦେଖିବାକୁ ଗଲେ, ଓଡ଼ିଶାରେ ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ରହିଛି ସୁଦୀର୍ଘ ୪୭୬ କିମିର ବେଳାଭୂମି। ଆଉ ଏହା ହିଁ ଅନୁପ୍ରବେଶକାରୀଙ୍କୁ ଓଡ଼ିଶାକୁ ପ୍ରବେଶ ପାଇଁ ସହଜ ବାଟ ହେବ।

ସରକାରୀ ତଥ୍ୟ କହୁଛି, ରାଜ୍ୟରେ ଏବେ ମାତ୍ର ୩୭୦୦ ବାଂଲାଦେଶୀ ନାଗରିକ ଅଛନ୍ତି। କିନ୍ତୁ ଗବେଷକଙ୍କ ମତରେ,ଏବେ ରାଜ୍ୟରେ ୨୦ ଲକ୍ଷରୁ ଅଧିକ ବାଂଲଦେଶୀ ନାଗରିକ ବେଆଇନ୍‌ ଭାବେ ବସବାସ କରୁଛନ୍ତି। ସେମାନଙ୍କ ସହଯୋଗରେ ଅନୁପ୍ରବେଶକାରୀମାନେ ଓଡ଼ିଶା ଆସୁଥିବା ଆଶଙ୍କା ବଢ଼ିବାରେ ଲାଗିଛି।

ସତର୍କ କଲା ରାଜ୍ୟ ସରକାର

ଆସାମରୁ ବାଂଲାଦେଶୀ ବିତାଡିତ ନାଗରିକ ଓଡ଼ିଶା ଚାଲି ଆସିବାର ଆଶଙ୍କା ଥିବାକୁ ଉପକୂଳବର୍ତ୍ତୀ ଜିଲ୍ଲାର ଗୁଡ଼ିକୁ ଆଲର୍ଟ କରାଯାଇଛି। ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବା ଲାଗି ଏସ୍‌ପି ଓ ମେରାଇନ୍‌ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରରେ ପ୍ୟାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ କୁହାଯାଇଥିବା ତଟ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଉପକୂଳର ସୁରକ୍ଷା ଓ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବାକୁ ରାଜ୍ୟରେ ୧୮ଟି ସାମୁଦ୍ରିକ ଥାନା ରହିଛି। ସମୁଦ୍ରରେ ପ୍ୟାଟ୍ରୋଲିଂ ଲାଗି ୧୫ଟି ବୋଟ୍ ରହିଛି। ଏସବୁ ସତ୍ତ୍ୱେ ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଜାରି ରହିଥିବା କୁହାଯାଉଛି।

କିଏ କ’ଣ କହୁଛନ୍ତି

ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ କହିଛନ୍ତି-“ଆଲର୍ଟ ରହିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କିଏ ବାଂଲାଦେଶୀ ତାକୁ ଚିହ୍ନଟ କରିବ କିଏ?”

ଗବେଷକ ଅନୀଲ ଧୀର କହିଛନ୍ତି-“ଓଡ଼ିଶାରେ ବର୍ତ୍ତମାନ ୨୦ ଲକ୍ଷରୁ ଅଧିକ ବାଂଲାଦେଶୀ ଅଛନ୍ତି। ଆସାମରୁ ସେମାନେ ବାହାରିଲେ,  ଓଡ଼ିଶା ଆସିବାର ବହୁ ଆଶଙ୍କା ରହିଛି। କାରଣ ଏଠି ସବୁ ମୁକୁଳା ପଡ଼ିଛି। ସୀମାରେ ସୁରକ୍ଷା ବ୍ୟବସ୍ଥା ବୋଲି କିଛି ନାହିଁ।”

ବାଲେଶ୍ୱର ବାସିନ୍ଦା ମାନସ କୁମାର ଦତ୍ତ କହିଛନ୍ତି-“ବାଂଲାଦେଶୀଙ୍କ କାଗଜପତ୍ର ଯାଞ୍ଚ କଲେ କେବଳ ବାଲେଶ୍ୱରରୁ ୪ ଲକ୍ଷ ବାହାରିବେ। ଏସବୁ କଥା ସରକାରୀବାବୁମାନେ ଜାଣି ସୁଦ୍ଧା ସେମାନଙ୍କ ନାଁକୁ ଭୋଟ୍‌ର ତାଲିକାରେ ଉଠାଉଛନ୍ତି।”



from OdishaReporter https://ift.tt/2viailu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages