
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଶା ମଣିଷକୁ ସୈତାନ୍ କରିଦିଏ। ମଦ ନିଶାରେ ମଣିଷ କ’ଣ ସବୁ କରେ ସେ ନିଜେ ବି ଜାଣିପାରେନା। ଏମିତି ଜଣେ ନିଶାଡ଼ି ମଣିଷର ଅଜବ୍ ଘଟଣା ତେଲେଙ୍ଗାନାର ମହବୁବ୍ବାଦ୍ରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକ ନିଶାରେ ଚୁର୍ ହୋଇ ଏକ କୁକୁଡ଼ାକୁ ବଞ୍ଚିଥିବା ଅବସ୍ଥାରେ ଫାଡ଼ି ଖାଇଯାଇଛି।
ଏହି ଘଟଣା ହେଉଛି ମହବୁବବାଦ ଜିଲ୍ଲା କେସମୁଦ୍ରମ୍ ଅଞ୍ଚଳର। ଏଠାରେ ଦୁଇଜଣ ଯୁବକ ଅତ୍ୟଧିକ ମଦ ପିଇବା ପରେ ଚିକେନ୍ ତରକାରୀ କରିବା ପାଇଁ ଯୋଜନା କଲେ। ଏଥିପାଇଁ ବଜାରରୁ ଏକ ଜିଅନ୍ତା କୁକୁଡ଼ା ସହିତ ଅନ୍ୟାନ୍ୟ ସାମଗ୍ରୀ କିଣି ଆଣିଲେ। ଦୁଇଜଣ ଅତ୍ୟଧିକ ମଦ ପିଇଥିବାରୁ ଚାଲି ନପାରି ରାସ୍ତାରେ ହିଁ ପଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସେହିଠାରେ ହିଁ ଶୋଇ ପଡ଼ିଥିଲେ। କିନ୍ତୁ ଅନ୍ୟଜଣେ ଯୁବକ ଯାହା କଲେ, ତାହା ଦେଖି ଯେକୌଣସି କୋମଳ ହୃଦୟ ଥିବା ଲୋକର ଛାତି ଥରି ଯାଇଥାନ୍ତା।
ଯୁବକ ଜଣକ କୁକୁଡ଼ାଟିକୁ ଟାଣି ଆଣି ଜିଅନ୍ତା ଅବସ୍ଥାରେ ପରକୁ ଦାନ୍ତରେ ଛିଡ଼ାଇବାକୁ ଲାଗିଲେ। ଏହାପରେ ଦୁଇଗୋଡ଼କୁ ଧରି ଫାଡ଼ିଦେଇ କୁକୁଡ଼ାଟିକୁ ପ୍ରାୟ ଅଧାଅଧି କଞ୍ଚା ଖାଇ ଦେଲେ।
ଏହି ସମ୍ପୂର୍ଣ୍ଣ ଘଟଣାକୁ ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍ରେ କଏଦ୍ କରି ସୋଶାଲ୍ ମିଡିଆରେ ଅପ୍ଲୋଡ୍ କରିବା ପରେ ଏହା ଭାଇରାଲ୍ ହେବାରେ ଲାଗିଛି। ସ୍ଥାନୀୟ ପୁଲିସ୍ ଏହି ଘଟଣାର ଖୋଳତାଡ଼ କରି ଯୁବକଙ୍କୁ ଖୋଜୁଛି।
from OdishaReporter https://ift.tt/2vwAcS3
No comments:
Post a Comment