
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମ୍ପର୍କ ବିଶ୍ୱାସ ଏବଂ ସତ୍ୟତାରେ ହିଁ ଗଢ଼ା ଯାଇଥାଏ। କିନ୍ତୁ ନୂଆ ସମ୍ପର୍କ ସମୟରେ ଆପଣଙ୍କୁ ସତର୍କତାର ସହିତ ରହିବାକୁ ପଡ଼ିଥାଏ। ନିଜ ଡେଟ୍କୁ ଏନ୍ଜଏ କରିବାକୁ ଚାହୁଁଥିଲେ, ସମ୍ପର୍କକୁ ସତ କହିବା ସହିତ ନିଜ ପାର୍ଟନର୍କୁ କିଛି କଥା ଲୁଚାଇବାକୁ ପଡ଼ିଥାଏ। ଯାହା ଆପଣଙ୍କ ସୁରକ୍ଷା ପାଇଁ ଜରୁରୀ ହୋଇଥାଏ। ଯଦି ଆପଣଙ୍କ ସମ୍ପର୍କ ମଧ୍ୟ ନୂଆ, ତେବେ ନିଜ ପାର୍ଟନର୍କୁ ଏହି କଥା ସବୁ ସେୟାର୍ କରନ୍ତୁ ନାହିଁ।
୧. ଅତୀତରେ ଥିବା ସମ୍ପର୍କ
ଯଦି ଆପଣ ନିଜ ପାର୍ଟନର୍ ପାଖରେ ଭରସା ଯୋଗ୍ୟ ହେବାକୁ ଚାହୁଁଛନ୍ତି, ତେବେ ଏହା ଭଲ କଥା। କିନ୍ତୁ ଅତୀତରେ ଯଦି ଆପଣଙ୍କର କାହା ସହିତ ସମ୍ପର୍କ ରହିଥିଲା, ତେବେ ଏହି ବିଷୟରେ ପାର୍ଟନର୍ ସହିତ ସେୟାର୍ କରନ୍ତୁ ନାହିଁ। ପୁରୁଣା କଥା କହିଲେ, ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ।
୨.ପରିବାର ଏବଂ ସାଙ୍ଗମାନଙ୍କ ସମସ୍ୟା
ନୂଆ ସମ୍ପର୍କରେ ରହିଲେ ଆପଣ ଇମୋସ୍ନାଲ୍ ହୋଇ ସମସ୍ତ କଥା ପାର୍ଟନର୍ ଆଗରେ କହିବାକୁ ଚାହିଁଥା’ନ୍ତି। କିନ୍ତୁ ଏହା ଠିକ୍ ନୁହେଁ। ଯଦି ପରିବାର ଏବଂ ସାଙ୍ଗମାନଙ୍କ ସହିତ ଆପଣଙ୍କର କୌଣସି ସମସ୍ୟା ରହିଛି, ତେବେ ଏହି ବିଷୟରେ ପାର୍ଟନର୍ଙ୍କୁ କୁହନ୍ତୁ ନାହିଁ। ପ୍ରଥମେ ନିଜ ପାର୍ଟନର୍କୁ ଭଲ ଭାବେ ଜାଣନ୍ତୁ ଏବଂ ପରେ ସମସ୍ତ କଥା ସେୟାର୍ କରିବେ।
୩. ସୋଶାଲ୍ ମିଡିଆ ଏବଂ ମୋବାଇଲ୍ ପାସ୍ୱାର୍ଡ
ଏପରି ଭୁଲ୍ କେବେ ବି କରନ୍ତୁ ନାହିଁ। ଏପରି କଲେ ପାର୍ଟନର୍ ଆପଣଙ୍କ ଚାଟ୍ ଏବଂ ଫୋଟୋ ଦେଖି ଈର୍ଷା କରି ପାରନ୍ତି। ଏହି କାରଣରୁ ଆପଣଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇପାରେ।
୪. ଆର୍ଥିକ ସାହାଯ୍ୟ
ଆପଣ ନିଜ ପାର୍ଟନର୍ ସହିତ ନିକଟତର ଥିଲେ ମଧ୍ୟ ଟଙ୍କା ମାମଲାରେ ସଚେତନ ରୁହନ୍ତୁ। ବ୍ୟାଙ୍କ୍ ଆକାଉଣ୍ଟ୍ ଏବଂ ଏଫ୍ଡି ସମ୍ପର୍କରେ ପାର୍ଟନର୍ଙ୍କୁ ଜଣାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କରେ ସମସ୍ୟା ଦେଖା ଦେଇପାରେ।
from Odisha Reporter https://ift.tt/2PNoJ9J
No comments:
Post a Comment