ବିଜେଡିରେ ମିଶିଲେ ଅମର, ହେବେ ସାଂସଦ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ବିଜେଡିରେ ମିଶିଲେ ଅମର, ହେବେ ସାଂସଦ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛିମାସ ଧରି ବିଜେଡି ପାଇଁ ଲୁଚିଛପି କାମ କରୁଥିବା ପୂର୍ବତନ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅମର ପଟ୍ଟନାୟକ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।

ସେ ବିଜେଡିର ‘ଆଇଟି ୱିଙ୍ଗ୍’ ମୁଖ୍ୟ ଭାବେ କାମ କରିବେ। ତେବେ ମାତ୍ର ୩ବର୍ଷ ପୂର୍ବ ପର୍ଯ୍ୟନ୍ତ ବିଜେଡି ସରକାରର ବିଭିନ୍ନ ଦୋଷତ୍ରୁଟି ଓ କଳା କାରନାମାକୁ ପଦାରେ ପକାଇଥିବା ଅମରଙ୍କୁ ଏହା ବିଜେଡିର ପୁରସ୍କାର ନା ବାଧ୍ୟବାଧକତା ତାକୁ ନେଇ ଜୋର୍‌ଦାର୍ ଚର୍ଚ୍ଚା ହେଉଛି।

ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରେ ସ୍ୱାଗତ କରି କହିଛନ୍ତି ଯେ, ତାଙ୍କର ମିଶ୍ରଣ ଦ୍ୱାରା ଦଳ ଅଧିକ ସୁଦୃଢ଼ ହେବ।ଅମରଙ୍କର ବହୁ ରାଜ୍ୟରେ କାମ କରିବାର ଅଭିଜ୍ଞତା ରହିଛି।

ଅପରପକ୍ଷରେ ଅମର କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ଓ ପ୍ରତିବଦ୍ଧତା ଦ୍ୱାରା ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ଦୀର୍ଘବର୍ଷ ଧରି ବିଜୁ ପଟ୍ଟନାୟକ ସହ ଥିବାବେଳେ ତାଙ୍କର ପ୍ରେରଣା ପାଇଛି। ଆଇଟି କ୍ଷେତ୍ରରେ ଅନେକ ଅଭିଜ୍ଞତା ରହିଛି। ତେଣୁ ଦଳ ପାଇଁ ତାକୁ ଉପଯୋଗ କରିବେ ବୋଲି ଅମର କହିଛନ୍ତି।

ତେବେ ୨୦୧୦ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ସରକାରର ଜମି ଆବଣ୍ଟନ କେଳେଙ୍କାରୀ, ଜବାହରଲାଲ ନେହରୁ ସହରାଂଚଳ ନବୀକରଣ ମିଶନ (ଜେଏନଏନୟୁଆରଏମ୍), କିଟ୍ ଜମି ଦୁର୍ନୀତି, ଘରୋଇ କମ୍ପାନୀକୁ ସରକାରୀ ଜମି ବନ୍ଧକ ରଖିବାରେ ଇଡ୍‌କୋ ଗ୍ୟାରେଣ୍ଟର ହେବା, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଡିଟ୍ ଆଦି ଭଳି କାର୍ଯ୍ୟରେ ସେ ନବୀନ ସରକାରର ଦୋଷତ୍ରୁଟିକୁ ପଦାରେ ପକାଇଥିଲେ।

ଏପରିକି ୨୦୧୫ ଜୁନ୍ ମାସରେ ତାଙ୍କୁ ଓଡ଼ିଶାରୁ ବଦଳି କରିବା ପଛରେ ବିଜେଡି ସରକାରର ହାତ ଥିଲା ବୋଲି ଚର୍ଚ୍ଚା ହୋଇଥିଲା। ସେତେବେଳେ ସେ ନିଜ ଝିଅର ପରୀକ୍ଷା ଆଳ ଦେଖାଇ ଆଉ ଏକବର୍ଷ ଓଡ଼ିଶାରେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାହା ପ୍ରତ୍ୟାଖ୍ୟାନ ହୋଇଥିଲା।

ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ସେ ତୃତୀୟ ମହଲାର କ୍ଷମତାକେନ୍ଦ୍ରକୁ ପ୍ରଭାବିତ କରି ୨୦୧୮ ମସିହା ପ୍ରାରମ୍ଭରୁ ବିଜେଡି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହୋଇଥିଲେ।

ସେବେଠୁ ସେ ରାଜଧାନୀର ୮ନମ୍ବର ଅଂଚଳରେ ଏକ ଭଡ଼ାଘରେ ବିଜେଡିର ହ୍ୱାଟସ୍‌ଅପ୍ ଗୃପ୍‌ ପାଇଁ ଲୁଚାଛପାରେ କାର୍ଯ୍ୟ କରୁଥିଲେ। ସେ ୯ ବର୍ଷ ଚାକିରି ଥାଇ ଗତ ଜୁଲାଇ ମାସରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି।

ପୂର୍ବରୁ ତାଙ୍କୁ ରାଜ୍ୟସଭା ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇ ବିଜେଡି ଶେଷମୁହୂର୍ତ୍ତରେ ଓହରି ଯାଇଥିଲା। ତେବେ ଦଳ ପକ୍ଷରୁ ତାଙ୍କୁ ଭୁବନେଶ୍ୱର କିମ୍ବା କେନ୍ଦ୍ରାପଡ଼ାରୁ ସାଂସଦ ପ୍ରାର୍ଥୀ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସିଏ ବିଜେଡିରେ ସାମିଲ ହୋଇଥିବା ଚର୍ଚ୍ଚା।



from Odisha Reporter https://ift.tt/2wlCtRk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages