ଆର୍‌ବିଆଇ କହିଲା ୯୯.୩% ବିମୁଦ୍ରାକରଣ ନୋଟ୍‌ ବ୍ୟାଙ୍କକୁ ଫେରିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଆର୍‌ବିଆଇ କହିଲା ୯୯.୩% ବିମୁଦ୍ରାକରଣ ନୋଟ୍‌ ବ୍ୟାଙ୍କକୁ ଫେରିଛି

ନୂଆଦିଲ୍ଲୀ: କଳାଧନ ଉପରେ ମୋଦି ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତି ପରେ ବଜାରରେ ପ୍ରଚଳିତ ଥିବା ୯୯.୩% ପୁରୁଣା ୫ଶହ ଓ ୧ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ ଫେରିଛି। ଅର୍ଥାତ ୧୫.୩୧ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ ପାଖକୁ ଫେରି ଆସିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଜାରି ହୋଇଥିବା ବାର୍ଷିକ ରିପୋର୍ଟରେ ସୂଚନା ଦିଆଯାଇଛି।

ବିମୁଦ୍ରାକରଣ ପୂର୍ବରୁ ବଜାରରେ ୧୫.୪୧ ଲକ୍ଷ କୋଟି ଟଙ୍କାର ୫ଶହ ଓ ୧ହଜାର ଟଙ୍କିଆ ନୋଟ୍‌ର ପ୍ରଚଳନ ହେଉଥିଲା। ବିମୁଦ୍ରାକରଣ ପରେ ସେଥିମଧ୍ୟରୁ ୧୫.୩୧ ଲକ୍ଷ କୋଟି ଟଙ୍କା ବ୍ୟାଙ୍କକୁ ଫେରିଥିବା ବେଳେ ୧୦,୭୨୦ କୋଟି ଟଙ୍କା ମୂଲ୍ୟର ନୋଟ୍ ବ୍ୟାଙ୍କକୁ ଫେରିନାହିଁ।

ବିମୁଦ୍ରାକରଣ ପରେ ଆର୍‌ବିଆଇ ପକ୍ଷରୁ ୨୦୧୬-୧୭ରେ ନୂଆ ୫ଶହ ଓ ୨ହଜାର ଟଙ୍କିଆ ନୋଟ୍‌ ଛାପିବା ପାଇଁ ୭,୯୬୫ କୋଟି ଟଙ୍କା ଖର୍ଚ୍ଚ କରିଛି। ଗତବର୍ଷ ଟଙ୍କା ଛାପିବାକୁ ଆର୍‌ବିଆଇ ୩,୪୨୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସେହିପରି ଜୁଲାଇ ୨୦୧୭ରୁ ଜୁନ୍‌ ୨୦୧୮ ମଧ୍ୟରେ ଆର୍‌ବିଆଇ ନୋଟ୍‌ ଛାପିବା ପାଇଁ ଆହୁରି ୪,୯୧୨ କୋଟି ଟଙ୍କା ଖର୍ଚ୍ଚ କରିଛି।

ବିମୁଦ୍ରାକରଣ ପରେ ନକଲି ନୋଟ୍‌ର କାରବାର ହ୍ରାସ ପାଇଥିବା ଆର୍‌ବିଆଇ ତା’ ରିପୋର୍ଟରେ ଉଲ୍ଲେଖ କରିଛି।



from Odisha Reporter https://ift.tt/2NtPCOC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages