୨୬୦୦ କୋଟିର ସହାୟତା ପ୍ୟାକେଜ୍‌ ଦାବି କଲା କେରଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

୨୬୦୦ କୋଟିର ସହାୟତା ପ୍ୟାକେଜ୍‌ ଦାବି କଲା କେରଳ

ଥିରୁଅନନ୍ତପୁରମ୍‌: ଦୀର୍ଘ ଶହେ ବର୍ଷ ପରେ କେରଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବର୍ଷା ଓ ବନ୍ୟା ରାଜ୍ୟର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏବେ ଧୀରେଧୀରେ ବନ୍ୟା ପାଣି ଛାଡ଼ୁଥିଲେ ହେଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବନ୍ୟା ଯୋଗୁ କେରଳରେ ପାଖାପାଖି ୨୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି।

ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ ସହାୟତା ପାଇଁ ସମସ୍ତଙ୍କୁ ନିବେଦନ କରିବା ସହ କେନ୍ଦ୍ରକୁ ୨୬୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଦେବାକୁ ଦାବି କରିଛନ୍ତି।

ଆଜି ଏକାଧିକ ଟ୍ୱିଟ୍‌ରେ ଶ୍ରୀ ବିଜୟନ୍‌ କହିଛନ୍ତି, ବନ୍ୟା ଯୋଗୁ ଅଗଷ୍ଟ ୮ରୁ ଆଜି ମଧ୍ୟରେ ୨୩୭ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିସହ ହଜାର ହଜାର ଘର ଭାଙ୍ଗି ଯାଇଛି। କେରଳ ପୁଣି ଥରେ ସଜାଡ଼ି ହେବାକୁ ହେଲେ ସମସ୍ତଙ୍କ ସହାୟତା ଆବଶ୍ୟକ। କେନ୍ଦ୍ର ସରକାର କେରଳ ସ୍ଥିତିକୁ ’ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ’ ତାଲିକାରେ ସାମିଲ କରନ୍ତୁ। କେରଳର ସ୍ଥିତି ସମୀକ୍ଷା ପାଇଁ ଆସନ୍ତା ଅଗଷ୍ଟ ୩୦ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ସେହିପରି ମାର୍କେଟରୁ ରାଜ୍ୟ ସରକାର ୧୦,୫୦୦ କୋଟି ଟଙ୍କାର ଋଣ କରିବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଦୈନିକ ୮୦ ଟନ୍‌ ଖାଦ୍ୟ ସାମଗ୍ରୀ କେରଳକୁ ପଠାଯିବ ବୋଲି ଆଜି ଘୋଷଣା କରିଛନ୍ତି। କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଲାସ ପାଶୱାନ କହିଛନ୍ତି, ବନ୍ୟା ପ୍ରପୀଡ଼ିତ କେରଳକୁ ୮୯,୫୪୦ ଟନ୍‌ ଖାଦ୍ୟ ଶସ୍ୟ ଓ ୧୦୦ ଟନ୍‌ ଡାଲିଜାତୀୟ ଶସ୍ୟ ପଠାଯିବ। ଖାଦ୍ୟ ସୁରକ୍ଷା ଆଇନ୍‌ରେ ସାମିଲ୍‌ ହୋଇ ନଥିବା ଲୋକଙ୍କୁ ମଧ୍ୟ ଏହି ଖାଦ୍ୟ ଶସ୍ୟ ମାଗଣାରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସେହିପରି ବିଭିନ୍ନ ମହଲରୁ କେରଳକୁ ସହାୟତାର ସୁଅ ଛୁଟିଛି।

ଆଜି ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ମହାରାଷ୍ଟ୍ରର ଅହମ୍ମଦ ନଗରରେ ସେକ୍ସ ୱାର୍କର ଭାବେ କାର୍ଯ୍ୟ କରୁଥିବା କିଛି ମହିଳା କେରଳର ବନ୍ୟା ବିପନ୍ନଙ୍କ ପାଇଁ ୨୧ ହଜାର ଟଙ୍କାର ଚେକ୍‌ ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌କୁ ପଠାଇଛନ୍ତି। ଏଇ ମାସ ଶେଷ ସୁଦ୍ଧା ଏହି ସେକ୍ସ ୱର୍କର ମାନେ ଆଉ ୧ ଲକ୍ଷ ଟଙ୍କା କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପଠାଇବେ ବୋଲି କହିଛନ୍ତି।

ୟୁଏଇ ସରକାର ମଧ୍ୟ କେରଳକୁ ୭୦୦ କୋଟିର ଆର୍ଥିକ ସହାୟତା କରିଛନ୍ତି। ଏହାବାଦ୍‌ ମିଜୋରାମ ସରକାର ୨ କୋଟି ଓ ଜମ୍ମୁ-କଶ୍ମୀର ବ୍ୟାଙ୍କ କର୍ମଚାରୀମାନେ କେରଳ ବନ୍ୟା ବିପନ୍ନଙ୍କ ପାଇଁ ୧୧ କୋଟି ଟଙ୍କା ଦେଇଛନ୍ତି। ୟୁପି ସରକାର ୧୫ କୋଟି ଓ ମାରୁତି ସୁଜୁକିର କର୍ମଚାରୀମାନେ କେରଳ ରିଲିଫ୍‌ ଫଣ୍ଡକୁ ୩.୫ କୋଟି ଟଙ୍କାର ସହାୟତା ଦେଇଛନ୍ତି। ରେଲୱେର କର୍ମଚାରୀମାନେ ମଧ୍ୟ ଗୋଟିଏ ମାସର ଦରମା କେରଳ ବନ୍ୟା ବିପନ୍ନଙ୍କୁ ଦେବେ ବୋଲି ଜଣାପଡ଼ିଛି।

ଏବେ କେରଳର ବିଭିନ୍ନ ସ୍ଥାନରୁ ବନ୍ୟା ଜଳ ଛାଡ଼ୁଥିବାରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏବେ ବି ୭ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ରିଲିଫ୍‌ କ୍ୟାମ୍ପରା ଆଶ୍ରୟ ନେଇଛନ୍ତି। ପାଣି ଛାଡ଼ୁଥିବା ଅଞ୍ଚଳରେ ଲୋକଙ୍କ ଘରେ ସାପ ଓ କୁମ୍ଭୀର ଠାବ ହେବାରୁ ଲୋକେମାନେ ଏବେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି।



from Odisha Reporter https://ift.tt/2w35ocp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages