ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଏମିତି? ଗାଁ ଦାଣ୍ଡରେ ପିଟି ପିଟି ମାରିଦେଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଏମିତି? ଗାଁ ଦାଣ୍ଡରେ ପିଟି ପିଟି ମାରିଦେଲେ!

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗାଁ ଦାଣ୍ଡରେ ଜଣକୁ ଅତି ନିର୍ମମ ଭାବେ ପିଟିପିଟି ମାରିଦେଲେ। ଅନ୍ୟଜଣେ ଆକ୍ରମଣରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ରାଜନୈତିକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।

ଆଜି ଅପରାହ୍ନ ୩ଟାରୁ ସାଢ଼େ ୩ଟା ଭିତରେ ହିଞ୍ଜିଳିକାଟୁ ଥାନା ବ୍ରାହ୍ମଣଛାଇ ଗାଁର ବୁଲୁ ପ୍ରଧାନ ଓ ବନା ନାହାକ ଏକ ବାଇକ୍‌ରେ ଗାଁ ଦାଣ୍ଡରେ ଯାଉଥିଲେ। ଏହି ସମୟରେ ୭ ଜଣ ଯୁବକ ହାତରେ ଶାବୁଳ ଓ କୁରାଢ଼ି ଧରି ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ବନା ବାଇକ୍‌ରୁ ଡେଇଁ ପଳାଇ ଯାଇଥିବା ବେଳେ ବୁଲୁ ତଳେ ପଡ଼ିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ପିଟି ପିଟି ହତ୍ୟା କରି ଚମ୍ପଟ ମାରିଥିଲେ। ବନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ହିଞ୍ଜିଳିକାଟୁ ପରେ ବ୍ରହ୍ମପୁର ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ହତ୍ୟାକାଣ୍ଡକୁ ନେଇ ଗାଁରେ ଏବେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗତ ୭ ଦିନ ଭିତରେ ହିଞ୍ଜିଳି ଥାନା ଅଞ୍ଚଳରେ ଏହା ହେଉଛି ଦ୍ୱିତୀୟ ମର୍ଡର। ପ୍ରଶ୍ନ ଉଠୁଛି, ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ଚିତ୍ର ଯଦି ଏମିତି, ତାହାହେଲେ ଅନ୍ୟ ଅଞ୍ଚଳରେ କ’ଣ ଘଟୁଥିବ ତାହା ସହଜରେ ଅନୁମେୟ।

ସୂଚନାରୁ ପ୍ରକାଶ, ଗତ ପଞ୍ଚାୟତ ନିର୍ବାଚନରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ରାତିରେ ଘରୁ ଉଠାଇ ନେଇ କିଛି ଦୁର୍ବୃତ ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ୪୧ ଜଣଙ୍କୁ ଗିରଫ କରିଥିଲା। ସେମାନେ ବେଲ୍‌ରେ ଆସିବା ପରେ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହେଉଛି।



from OdishaReporter https://ift.tt/2vz8x2T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages