ମାଆଙ୍କ ସହ ନାଚିଲେ ବାବୁସାନ୍‌, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ମାଆଙ୍କ ସହ ନାଚିଲେ ବାବୁସାନ୍‌, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ମାଆ ପୁଅଙ୍କ ନାଚ ଦେଖି ସମସ୍ତେ ତାଜୁବ୍। ଗୋଟିଏ ଗୀତରେ ଏକାଠି ଓଲିଉଡ୍‌ର ଚକୋଲେଟ୍‌ ବୟ ବାବୁସାନ୍‌ ଏବଂ ତାଙ୍କ ମାଆ ତଥା ବିଗତ ଦିନର ଷ୍ଟାର୍ ଅଭିନେତ୍ରୀ ଅପରାଜିତା।

ବିଭିନ୍ନ ସମୟରେ କେତେକ ଚଳଚ୍ଚିତ୍ରରେ ଏ ମାଆ ପୁଅଙ୍କୁ ଦର୍ଶକେ ଦେଖିଛନ୍ତି। ଦୁହିଁକୁ ଏକାଠି ପରଦା ଉପରେ ଦେଖି ସମସ୍ତେ ସବୁବେଳେ ପସନ୍ଦ ବି କରିଛନ୍ତି।

ଗୋଟେ ବିଶ୍ୱାସ ରହିଛି ଯେ, ଫିଲ୍ମରେ ଏହି ମାଆ ପୁଅ ଯେବେବି ଏକାଠି ହୋଇଛନ୍ତି, ଫିଲ୍ମଟି ହିଟ୍‌ ହୋଇଛି। ସେମିତି ଆଗକୁ ଆସୁଥିବା ଫିଲ୍ମ ‘ଲୋକାଲ୍‌ ଟୋକା ଲଭ୍‌ ଚୋଖା’ରେ ପୁଣି ଏ ମାଆ ପୁଅଙ୍କ ଯୋଡି ଦେଖିବାକୁ ମିଳିବ। ଏକାଠି ଅଭିନୟ ସହ ଠୁମ୍‌କା ଲଗାଉଛନ୍ତି ବାବୁସାନ୍ ଓ ଅପରାଜିତା।

ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମର ଟାଇଟଲ୍‌ ଗୀତ ‘ଲୋକାଲ୍‌ ଟୋକା ଲଭ୍‌ ଚୋଖା’ରେ ଏ ଦୁହେଁ ନାଚିଛନ୍ତି। ଏଥିସହ ଗୀତରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଏହଂ ଅଭିନେତ୍ରୀ ସନ୍‌ମିରା ମଧ୍ୟ ନାଚିଛନ୍ତି। ଧୁମ୍‌ଧଡ଼ାକା ମ୍ୟୁଜିକ୍‌ ନେଇ ନିର୍ମାଣ ହୋଇଥିବା ଏହି ଗୀତଟିକୁ ଗାଇଛନ୍ତି ହ୍ୟୁମାନ୍‌ ସାଗର।

ଫିଲ୍ମରେ ପ୍ରଥମ ଥର ପାଇଁ ଅଭିନେତା ବାବୁସାନ୍‌ ଏବଂ ଅଭିନେତ୍ରୀ ସନ୍‌ମିରା ଏକାଠି ସ୍କ୍ରିନ୍‌ ସେୟାର କରିବାକୁ ଯାଇଛନ୍ତି। ଫିଲ୍ମର ନିର୍ଦ୍ଦେଶନା ସୁଧାଂଶୁ ସାହୁ ଦେଇଛନ୍ତି।

 



from OdishaReporter https://ift.tt/2ngXlEp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages