
ବିଦିଶା(ମଧ୍ୟପ୍ରଦେଶ): ସାମାନ୍ୟ ଝଗଡ଼ା ଆଉ ନିଶା ସେବନ ପାଇଁ ଉଜୁଡି ଯାଇଛି ସଂସାର।ଘରୋଇ କଳି ଯୋଗୁ ଅତି ନିର୍ମମ ଭାବେ ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ପତ୍ନୀଙ୍କ ମୁହଁ, ନାକ, ପାଟି ଓ ଆଖିରେ ଅଠା ଜରି ରୁନ୍ଧି ଦେଇ ହତ୍ୟା କରିଛନ୍ତି ଏହି ଉନ୍ମତ୍ତ ବ୍ୟକ୍ତି।
ମଧ୍ୟପ୍ରଦେଶ ବିଦିଶା ଅଞ୍ଚଳରେ ଘଟିଛି ଏହି ଅଘଟଣ।
ସ୍ଥାନୀୟ ରାଜପୁତ କଲୋନୀରେ ରହୁଥିବା ହଲକେରମ କୁଶୱାହ ଗତକାଲି ସନ୍ଧ୍ୟାରେ ଏହି କାଣ୍ଡ ଘଟାଇଛନ୍ତି। ସନ୍ଧ୍ୟାରେ ମଦ୍ୟପାନ କରି ଘରକୁ ଫେରିବା ପରେ ପତ୍ନୀ ଦୁର୍ଗାବାଇଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା।
ଶେଷରେ ହଲକେରମ ନିଜ ହିତାହିତ ଜ୍ଞାନ ହରାଇ ପତ୍ନୀଙ୍କ ଜୀବନରୁ ମାରି ଦେବାକୁ ମନେମନେ ପାଞ୍ଚିଥିଲେ। ଘରେ ଥିବା ଦୁଇ ପୁଅଙ୍କୁ ବାହାରକୁ ପଠାଇ ଦେଇ ସେ ଏକ ଆଡେସିଭ୍ ଟେପ୍ରେ ପତ୍ନୀ ଦୁର୍ଗାବାଇଙ୍କ ମୁହଁରେ ଲଗାଇ ଦେଇଥିଲେ।
ଖାଲି ମୁହଁରେ ନୁହେଁ ଏହି ଟେପ୍କୁ ତାଙ୍କ ନାକ, ଆଖି ଓ କାନରେ ରୁନ୍ଧି ଦେଇଥିଲେ। ଫଳରେ ଦୁର୍ଗାବାଇ ଶ୍ୱାସରୁଦ୍ଧ ଅବସ୍ଥାରେ ଛଟପଟ ହୋଇ ପ୍ରାଣ ହରାଇଥିଲେ। ମୁହଁ ରୁନ୍ଧି ଦେଇଥିବାରୁ ତାଙ୍କର ପାଟି ଫିଟି ନ ଥିଲା କି ଏ ବାବଦରେ ପଡିଶା ଲୋକେ କିଛି ଜାଣିପାରି ନ ଥିଲେ।
ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାହାରକୁ ଯାଇଥିବା ୧୫ ବର୍ଷୀୟ ସାନପୁଅ ଘରକୁ ଫେରି ମା’ ନିସ୍ତେଜ ହୋଇ ଖଟ ଉପରେ ଶୋଇଥିବା ଦେଖିବାକୁ ପାଇଥିଲେ। ମା’ ମୃତ୍ୟୁବରଣ କରିଥିବା ଜାଣି ଏ ନେଇ ସ୍ଥାନୀୟ ଥାନାରେ ସେ ଅଭିଯୋଗ କରିଛନ୍ତି।
ପୂର୍ବରୁ ମଧ୍ୟ ଦୁର୍ଗାବାଇଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିବା ସେ କହିଛନ୍ତି।
ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତ ଫେରାର ଅଛନ୍ତି।
from OdishaReporter https://ift.tt/2vh5NYD
No comments:
Post a Comment