ବାଃ ବାଃରେ ପବ୍ଲିକ୍‌ ! ଲୁଟିନେଲେ ଦୁଇକୋଟିର ସିଗାରେଟ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ବାଃ ବାଃରେ ପବ୍ଲିକ୍‌ ! ଲୁଟିନେଲେ ଦୁଇକୋଟିର ସିଗାରେଟ୍‌ !

ଖୋର୍ଦ୍ଧା (ବଳରାମ ଲେଙ୍କା): ଖାଦ୍ୟ ସାମଗ୍ରୀ ହେଉ ବା ଟଙ୍କା ଲୁଟ୍‌ ହେବାର ନଜିର ରହିଛି। ମାତ୍ର ସିଗାରେଟ୍‌ ଲୁଟ୍‌ ହେବାର କେବେ ଶୁଣିଛନ୍ତି କି? ହଁ ଆଜ୍ଞା, ଆଜି ଏମିତି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ବିଜୟୱାଡ଼ା ଯାଉଥିବା ଏକ କଣ୍ଟେନରରୁ ପ୍ରାୟ ୨ କୋଟି ଟଙ୍କାର ସିଗାରେଟ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଗାଡ଼ି ଚାଳକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ଏକ ସିଗାରେଟ୍‌ ବୋଝେଇ କଣ୍ଟେନର୍‌ କୋଲ୍‌କାତାରୁ ବିଜୟୱାଡ଼ା ଯାଉଥିଲା। ଜାତୀୟ ରାଜପଥ-୧୬ର ରାମେଶ୍ୱର ଛକ ନିକଟରେ କିଛି ଦୁର୍ବୃତ୍ତ ଗାଡ଼ିଟିକୁ ଅଟକାଇଥିଲେ। ପରେ ଗାଡ଼ିରେ ଥିବା ପ୍ରାୟ ୨ କୋଟିର ଟଙ୍କାର ସିଗାରେଟ୍‌ ଲୁଟି ନେଇଥିଲେ। କଣ୍ଟେନରକୁ ବାଙ୍କୀ ନିକଟରେ ଛାଡ଼ି ପଳାଇ ଯାଇଥିଲେ। ଏନେଇ ଗାଡ଼ି ଚାଳକ ଆଜି ନିରାକାରପୁର ଥାନାରେ ଏତଲା ଦେଇଛନ୍ତି।



from OdishaReporter https://ift.tt/2LUkb34

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages