ଉଜ୍ଜ୍ଵଳାକୁ ନେଇ ମୁହାଁମୁହିଁ: ବିଜେଡି କହିଲା ଠକୁଛନ୍ତି, ବିଜେପି କହିଲା ଜ୍ଞାନ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ଉଜ୍ଜ୍ଵଳାକୁ ନେଇ ମୁହାଁମୁହିଁ: ବିଜେଡି କହିଲା ଠକୁଛନ୍ତି, ବିଜେପି କହିଲା ଜ୍ଞାନ ନାହିଁ

ଭୁବନେଶ୍ୱର : ଉଜ୍ଜ୍ଵଳା ଯୋଜନାରେ ଓଡ଼ିଶାର ୩୦.୪୮  ଲକ୍ଷ ପରିବାରକୁ ଗ୍ୟାସ୍ ସଂଯୋଗ ହୋଇଥିବା ଉପରେ ଆଜି ବିଜେଡି ପ୍ରଶ୍ନ ଉଠାଇବା ସହ ସିଧାସଳଖ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କକୁ ଟାର୍ଗେଟ୍ କରିଛି।

ବିଜେପି ଏହି ଯୋଜନାକୁ ସଫଳ ଯୋଜନା ବୋଲି ପ୍ରଚାର କରୁଛି ଯାହା ବାସ୍ତବରେ ଭୁଲ୍ ଓ ସମ୍ପୂର୍ଣ୍ଣ ବିଫଳ ବୋଲି ବିଜେଡି ଅଭିଯୋଗ କରିଛି।

ତେବେ ବିଜେଡିର ଏଭଳି ଅଭିଯୋଗକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଡ଼ାଭାଷାରେ ଜବାବ ରଖିଛନ୍ତି । କାହାର ଅସହିଷ୍ଣୁତା ଓ ଅଜ୍ଞାନତାକୁ କେହି ଉତ୍ତର ଦେଇପାରିବେ ନାହିଁ ବୋଲି ସେ କହିଛନ୍ତି।


ବିଜେଡିର ଅଭିଯୋଗ
ଆଜି ବିଜେଡି ମୁଖ୍ୟାଳୟରେ ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ରାଜ୍ୟସଭାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ ଉଜ୍ଜ୍ଵଳା ଯୋଜନା ଆରମ୍ଭ ହେବା ଦିନଠାରୁ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ଲକ୍ଷ ୪୮ ହଜାର ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି।

କିନ୍ତୁ ହିତାଧିକାରୀ ଥରେ ଗ୍ୟାସ ସଂଯୋଗ ନେବା ପରେ ଆଉ ତା’ର ରିଫିଲ୍ କରୁନାହାନ୍ତି।

ମୋଟ ହିସାବକୁ ଦେଖିଲେ ୭୦ରୁ ୭୫ ପ୍ରତଶତ ଲୋକ ଆଉ ଗ୍ୟାସ୍ ଭରୁ ନାହାନ୍ତି । ସବ୍‌ସିଡି ଅର୍ଥ ଠିକ୍ ଭାବେ ହିତାଧିକାରୀଙ୍କ ଖାତାକୁ ଆସୁନଥିବାରୁ ଏଭଳି ସମସ୍ୟା ହେଉଛି।

ଏହି ଯୋଜନାରେ ହିତାଧିକାରୀ ଚୟନ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ନକରି କମ୍ପାନୀ ମାଧ୍ୟମରେ କରାଗଲା ଓ ବିଜେପି ନେତାମାନେ ଏହାକୁ ବାଣ୍ଟିଲେ। ଏହାକୁ ନେଇ ସେତେବେଳେ ବିଜେଡି ମଧ୍ୟ ଆପତ୍ତି ଉଠାଇଥିଲା। ଯେହେତୁ ଯୋଜନାର ହିତାଧିକାରୀ ଚୟନରେ ସ୍ୱଚ୍ଛତା ନଥିଲା ତଥା ବ୍ୟାଙ୍କ୍ ଓ ଇଂଟରନେଟ୍ ସହ ଏହା ଜଡ଼ିତ ଥିଲା ତେଣୁ ଏହାକୁ ଲାଗୁ କରିବା ପୂର୍ବରୁ ଏସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ବିଜେଡି ଦାବି କରିଥିଲା।

କିନ୍ତୁ କେନ୍ଦ୍ରମନ୍ତ୍ରୀ ଏ କଥାକୁ ବାଏଁ ବାଏଁ ଉଡ଼ାଇଦେଲେ। ଏବେ ଯୋଜନାର ବିଫଳତା ତ ପଦାରେ ପଡ଼ିଲାଣି। ଗ୍ୟାସ ଦର ଯାହା ହେଲାଣି ଗରିବ ଲୋକମାନେ ଏହା କିଣିପାରୁନାହାନ୍ତି । ତେଣୁ ରିଫିଲିଂ ସମ୍ଭବପର ହେଉନାହିଁ ବୋଲି ଶ୍ରୀ ଦେବ କହିଛନ୍ତି।

ଧର୍ମେନ୍ଦ୍ରଙ୍କ କଡ଼ା ଜବାବ
ଅପରପକ୍ଷରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କାହାର ଅସହିଷ୍ଣୁତା, ଅଜ୍ଞାନତାର କେହି ଉତ୍ତର ଦେଇପାରିବେ ନାହିଁ। ବିଜେଡିର ଏଭଳି ମନ୍ତବ୍ୟ ମହିଳା, ଗରିବ ଓ ଆଦିବାସୀବିରୋଧୀ। ବିଶ୍ୱର ବିକାଶଶୀଳ ରାଷ୍ଟ୍ର ପାଇଁ ଉଜ୍ଜ୍ଵଳା ଏକ ଆଦର୍ଶ । ଯଦି ସଫଳ ହେଉନଥାନ୍ତା, ତା’ହେଲେ ମହିଳାମାନଙ୍କ ଦ୍ୱାରା ଆଦୃତ ହେଉନଥାନ୍ତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରରେ ସେ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଜେଡିକୁ ପ୍ରଶ୍ନ କରିଛନ୍ତି। ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରୁଛନ୍ତି, ତା’ମାନେ କ’ଣ ରାଜ୍ୟରେ ଗରିବ ବଢ଼ୁଛନ୍ତି ? ଖାଦ୍ୟ ସୁରକ୍ଷାକୁ ଠିକ୍ ଭାବେ ଲାଗୁ କରିପାରିଲେ ନାହିଁ। ଦୋଷ ଲୁଚାଇବାକୁ ଏବେ ଏଭଳି ଭେଳିକି ଦେଖାଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from OdishaReporter https://ift.tt/2n7Wi9E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages