ଆର୍.ଆଇ ଅମିନ ନିଯୁକ୍ତି ଦୁର୍ନୀତି ମାମଲା: ୪୫ ଜଣଙ୍କ ନାଁରେ ଗିରଫ ପରୱାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ଆର୍.ଆଇ ଅମିନ ନିଯୁକ୍ତି ଦୁର୍ନୀତି ମାମଲା: ୪୫ ଜଣଙ୍କ ନାଁରେ ଗିରଫ ପରୱାନା

ବଲାଙ୍ଗିର(ସସ୍ମିତା ସାହୁ):ବହୁଚର୍ଚ୍ଚିତ ବଲାଙ୍ଗିର୍‌ ଜିଲ୍ଲା ଆର ଆଇ,ଏ ଆର୍ ଆଇ ଏବଂ ଅମିନ ପରୀକ୍ଷାରେ ଦୁର୍ନୀତି ମାମଲାରେ ଭିଜିଲାନ୍ସ ବିଭାଗ ଚାର୍ଜସିଟ୍‌ ଦାଖଲ କରିଛି। ଦାଖଲ ଚାର୍ଜସିଟ୍‌କୁ ଭିତ୍ତି କରି ଭିଜିଲାନ୍ସ କୋର୍ଟ ୪୫ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।

ଏମାନଙ୍କ ମଧ୍ୟରୁ ତତ୍କାଳୀନ ଜିଲ୍ଲାପାଳ ଦେବରାଜ ମିଶ୍ର, ଅନୀତା ପଣ୍ଡା, ନିରଞ୍ଜନ ତ୍ରିପାଠୀ ଏବଂ ଅରବିନ୍ଦ ଖମାରୀ ଗିରଫ ହୋଇ ଜାମିନ ପାଇ ସାରିଥିବାରୁ ଏହି ଚାରିଜଣଙ୍କୁ ଛାଡ଼ି ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ସମ୍ବଲପୁର ଭିଜିଲାନ୍ସ ଏସ୍.ପିଙ୍କୁ ବଲାଙ୍ଗିର ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଗିରଫ ପରୱାନା ଜାରି ହୋଇଥିବା

ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି, ତିନି ଓଏଏସ୍ ଅଧିକାରୀ  ରିପୁନାଥ ସୁନା, ରଘୁନାଥ ମୁଣ୍ଡାରୀ, ବିନୋଦ ବିହାରୀ ଦାସ, ତତ୍କାଳୀନ ଡିଡବ୍ଳୁଓ ବାବୁ ମହାରଣା ଏବଂ କିରାଣି ମକର୍ଧ୍ୱଜ କାଲସାଏଙ୍କ ସମେତ ୩୬ଜଣ ଚାକିରୀ ପାଇଥିବା କର୍ମଚାରୀ ରହିଛନ୍ତି।

ଏବେ ଜାମିନରେ ଥିବା ଚାରିଜଣ ଅଫିସରଙ୍କୁ ସମନ କରାଯାଇଛି।  ଗିରଫଦାରୀ ଭୟରେ ୪୧ ଜଣ ଫେରାର ଥିବା ସୂଚନା ମିଳିଛି।

ତେବେ ସେତେବେଳେ ତଦନ୍ତକାରୀ ଅଧିକାରୀ ଭାବେ ଅନ୍ୟଜଣେ ଭିଜିଲାନ୍ସ ଡିଏସ୍‌ପି ଥିବାରୁ ବର୍ତ୍ତମାନର ଡି.ଏସ୍‌.ପି ଏ ସଂର୍ପକରେ କୌଣସି ସୂଚନା ଦେବା ପାଇଁ ମନା କରିଦେଇଛନ୍ତି।

ଅନ୍ୟପଟେ ଏହି ଦୁର୍ନୀତିରେ ଅଧିକ ଅଧିକାରୀ ଓ କର୍ମଚାରୀ ସାମିଲ ଅଛନ୍ତି ଏବଂ ସେମାନଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସୂଚନା ଅଧିକାରୀ କର୍ମୀ ଦାବି କରିଛନ୍ତି।

ଏହି ଚର୍ଚ୍ଚିତ ଦୁର୍ନୀତି ସଂପର୍କରେ ସୂଚନା ଅଧିକାର ଆଇନ ବଳରେ ୨୦୧୩ରେ ତଥ୍ୟ ମିଳିବା ପରେ କ୍ରାଇମ୍‌ବ୍ରାଞ୍ଚ ଏବଂ ପରେ ଭିଜିଲାନ୍ସ ଏହି ଘଟଣା ତଦନ୍ତ କରିଥିଲା। ତତ୍କାଳୀନ ଜିଲ୍ଳାପାଳ ଦେବରାଜ ମିଶ୍ରଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା।

ସାରା ଘଟଣା ଥିଲା ଏମିତି। ୨୦୧୨ ମସିହାରେ ବଲାଙ୍ଗିର  ଜିଲ୍ଳାରେ ୧୬୯ ଜଣ ପ୍ରାର୍ଥୀ ଆର୍.ଆଇ, ଏ.ଆର୍.ଆଇ ଏବଂ ଅମିନ ପଦବୀ ପାଇଁ ପରୀକ୍ଷା ଦେଇଥିଲେ।  ୨୦୧୩ରେ ୧୬୯ଙ୍କ ମଧ୍ୟରୁ ୧୫୩ ଜଣ ଚାକିରିରେ ଯୋଗ ଦେଇଥିଲେ।

ତେବେ ପରୀକ୍ଷାରେ ବ୍ୟାପକ ଅନିୟମିତତା ସନ୍ଦେହ କରି ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀ ସୂଚନା ଅଧିକାର ବଳରେ ତଥ୍ୟ ମାଗିବା ପରେ  ପରୀକ୍ଷାର୍ଥୀଙ୍କ ଖାତାରୁ ଦୁର୍ନୀତି ହୋଇଥିବା ଧରା ପଡ଼ିଥିଲା। ଶୂନ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କୁ ୧୦୦ ନମ୍ବର ମିଳିଥିବାବେଳେ, ଯେଉଁମାନେ ଆଦୌ ପରୀକ୍ଷା ଦେଇନଥିଲେ ସେମାନଙ୍କ ନାଁରେ ମଧ୍ୟ ଥିଲା ପରୀକ୍ଷା ଖାତା ଓ ରେଜଲ୍ଟ।

ଅର୍ଥ କାରବାର କରି ଅଯୋଗ୍ୟ ପ୍ରାର୍ଥୀମାନେ ଚାକିରି ପାଇଥିଲେ। ଏହିଭଳି ଅନେକ ଦୁର୍ନୀତି ପଦାକୁ ଆସିବା ପରେ ତତ୍କାଳୀନ ଜିଲ୍ଳାପାଳଙ୍କ ନିକଟରେ ସୂଚନା ଅଧିକାର କର୍ମୀ ଓ ଆଶାୟୀ ପ୍ରାର୍ଥୀ ଲିଖିତ ଅଭିଯୋଗ କରିଥିଲେ।  ଏହାକୁ ଭିତ୍ତି  କରି ପ୍ରଥମେ ଭିଜିଲାନ୍ସ ପରେ କିଛି ମାସ ପାଇଁ କ୍ରାଇମବ୍ରାଞ୍ଚ ଏବଂ ପୁଣିଥରେ ଭିଜିଲାନ୍ସ ଏହାର ତଦନ୍ତ କରିଥିଲା।

୨୦୧୪ରେ ଭିଜିଲାନ୍ସ ବିଭାଗ ତତ୍କାଳୀନ ଜିଲ୍ଳାପାଳ ଦେବରାଜ ମିଶ୍ର ଏବଂ ୨୦୧୫ ମସିହାରେ ବରିଷ୍ଠ କିରାଣି ନିରଂଜନ ତ୍ରୀପାଠିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।  ଉଭୟ ଦେବରାଜ ଏବଂ ନିରଂଜନ ଏବେ ଜାମିନରେ ଅଛନ୍ତି।

୨୦୧୬ ମାର୍ଚ୍ଚ ୪ ତାରିଖରେ ରାଜସ୍ୱ ବିଭାଗ ଏହି ନିଯୁକ୍ତି ପ୍ରକ୍ରିୟାକୁ ଅସିଦ୍ଧ ଘୋଷଣା କରିବା ସହ ୨୦୧୬ ମାର୍ଚ୍ଚ ୧୦ରେ ତତ୍କାଳୀନ ଜିଲ୍ଳାପାଳ ଏମ୍.ମୁଥୁକୁମାର ୧୫୩ ଜଣ କର୍ମଚାରୀଙ୍କୁ ବହିଷ୍କାର କରିଥିଲେ।  ତେବେ କୌଣସି ଦୋଷ ନକରି ଦଣ୍ଡ ପାଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି ପାଇଁ ଛଟେଇ କର୍ମଚାରୀମାନେ ଦାବି କରିଛନ୍ତି।



from OdishaReporter https://ift.tt/2KtgVGt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages