
ନୂଆଦିଲ୍ଲୀ: ଜଣେ ୪୬ ବର୍ଷୀୟ ବ୍ୟକ୍ତି ଆଜି ଦିଲ୍ଲୀରେ ଥିବା କେରଳ ଭବନରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ ବାକୁ କରିଦେଇଛନ୍ତି।
ସେ ହାତରେ ଛୁରୀ,କିଛି କାଗଜ ଓ ସାର୍ଟ ପକେଟ୍ରେ ଜାତୀୟ ପତକା ରଖିଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।
ସେ କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କୁ ଭେଟିବାକୁ ଚାହୁଁଥିବା ଜଣାପଡ଼ିଛି। ବ୍ୟକ୍ତି ଜଣଙ୍କ ନାଁ ବିମଳ ରାଜ ହୋଇଥିବା ବେଳେ ତାଙ୍କ ଘର କେରଳର କାରିପୁଜାରେ ବୋଲି ଜଣାପଡ଼ିଛି।
କେରଳ ଭବନରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ପ୍ରଥମେ ବିମଳଙ୍କ ସବୁ କଥା ଶୁଣିଥିଲେ।
କିନ୍ତୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାରୁ ସୁରକ୍ଷାକର୍ମୀମାନେ ତାକୁ ତଳେ ପକାଇ ମାଡ଼ି ବସିଥିଲେ।
ବିମଳଙ୍କ ମାନସିକ ସ୍ଥିତି ଠିକ୍ ନଥିବା ପୁଲିସ୍ କହିଛି। ପୁଲିସ୍ ତାଙ୍କୁ ଇନଷ୍ଟିଚ୍ୟୁସନ୍ ଅଫ୍ ହ୍ୟୁମ୍ୟାନ୍ ବିହେଭିଅର ଆଣ୍ଡ ଆଲାଏଡ୍ ସାଇନ୍ସକୁ ପଠାଇଛି।
ବିମଳ କହିଛନ୍ତି, “ମୋର ଦୁଇଟି ଛୁଆ ଅଛନ୍ତି। ବର୍ତ୍ତମାନ ମୋ ବ୍ୟବସାୟ କ୍ଷତିରେ ଚାଲିଛି। ଦିନକୁ ୫୦୦ରୁ ୬୦୦ ଟଙ୍କା ଆୟ କରିବା ମୋ ପକ୍ଷେ କଷ୍ଟକର। ଏପରି ସ୍ଥିତିରେ ମୁଁ ବଞ୍ଚିବାକୁ ଚାହୁଁନାହିଁ” ବୋଲି ସେ କହିଛନ୍ତି।
from OdishaReporter https://ift.tt/2MhCSd8
No comments:
Post a Comment